ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’୨୦୨୦: ଯୁବା ଛାତ୍ରୀଛାତ୍ରଙ୍କ ସହ ରହିଲେ ଅଧିକ ଆନନ୍ଦ ମିଳେ କହିଲେ ପ୍ରଧାନମନ୍ତ୍ରୀ

କେବଳ ପରୀକ୍ଷାରୁ ମିଳୁଥିବା ମାର୍କ ଜୀବନ ହୋଇନଥାଏ । ପୁଣି ଗୋଟିଏ ପରୀକ୍ଷା ମଧ୍ୟ ଜୀବନ ନୁହେଁ । ହଁ ଏହା ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ପାହାଚ ଅଟେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’୨୦୨୦: ଯୁବା ଛାତ୍ରୀଛାତ୍ରଙ୍କ ସହ ରହିଲେ ଅଧିକ ଆନନ୍ଦ ମିଳେ କହିଲେ ପ୍ରଧାନମନ୍ତ୍ରୀ
ନୂଆ ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଛାତ୍ରୀଛାତ୍ରଙ୍କ ସହ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା କରୁଛନ୍ତି
  • News18 Odia
  • Last Updated: January 20, 2020, 5:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ସାରା ଦେଶରୁ ଆସିଥିବା ଛାତ୍ରୀଛାତ୍ରଙ୍କ ସହ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ କଥା ହେବା ଅବସରରେ ଯେତେବେଳେ ବି ଏହି ଏହି କାର୍ଯ୍ୟକ୍ରମ ଲାଗି ଯୁବା ଛାତ୍ରୀଛାତ୍ରଙ୍କ ଗହଣକୁ ଆସିଥାଏ ସେତେବେଳେ ଅଧିକ ଖୁସି ଅନୁଭବ କରଥାଏ ବୋଲି କହିଥିଲେ । ‘‘ ଅନେକ ଦିନ ଧରି ମୁଖ୍ୟମନ୍ତ୍ରୀ ରହିବା ଏବଂ ପରେ ପ୍ରଧାନମନ୍ତ୍ରୀ ଦାୟିତ୍ବ ପାଇବା ପରେ ଅନେକ ସ୍ଥାନକୁ ଯିବାକୁ ପଡ଼ୁଛୁ । ଏପରିକି କେତେକ ସ୍ଥାନରୁ ବହୁତ ନୂଆ କଥା ମଧ୍ୟ ଶିଖିବାକୁ ମିଳୁଛି, କିନ୍ତୁ ସେ ସବୁ କାର୍ଯ୍ୟକ୍ରମ ଅପେକ୍ଷା ମୁଁ କେଉଁଠି ଅଧିକ ଖୁସି ଅନୁଭବ କରିଥାଏ ବୋଲି ଛାତ୍ରୀଛାତ୍ରଙ୍କୁ ପଚାରିଥିଲେ? ଏହାର ଉତ୍ତରରେ ଛାତ୍ରୀଛାତ୍ରମାନେ ‘ପରୀକ୍ଷା ପେ ଚର୍ଚ୍ଚା’ ବୋଲି କହିଥିଲେ । ପରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଏହାକୁ ସ୍ବୀକାର କରିବା ସହ ଏହି କାର୍ଯ୍ୟକ୍ରମ ତାଙ୍କର ହୃଦୟର ଅତି ନିକଟତର ଏବଂ ଏଠାକୁ ଆସି ବହୁତ ଖୁସି ଅନୁବଭ କରିଥାଏ ବୋଲି କହିଥିଲେ‘‘ ।

ପରେ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ପୂର୍ବରୁ ଚାପକୁ କିପରି ଦୂର କରିବେ ସେନେଇ ବିଭିନ୍ନ ଉପାୟ ସମ୍ପର୍କରେ କହିବା ଅବସରରେ ପରୀକ୍ଷା ଜୀବନ ନୁହେଁ, ଏହା ଜୀବନର ଏକ ଲକ୍ଷ୍ୟ ଅଟେ । ପରୀକ୍ଷାରେ ମିଳୁଥିବା ମାର୍କ ଜୀବନର ସବୁକିଛି ହୋଇନଥାଏ ବରଂ ଏହା ଜୀବନକୁ ଆଗକୁ ବଢ଼ାଇବାର ଏକ ସୋପାନ ଭାବେ କାମ କରିଥାଏ । ତେଣୁ ଏହାକୁ ଚାପ ନଭାବି ଦୃଢ଼ତାର ସହ ସାମ୍ନା କରନ୍ତୁ ବୋଲି କହିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ୨୦୦୧ରେ ଇଡେନ ଗାର୍ଡ଼େନ ଟେଷ୍ଟରେ ଭାରତର ସ୍ଥିତି ଦୟନୀୟ ଥିବାବେଳେ କିପରି ରାହୁଲ ଦ୍ରାବିଡ଼ ଏବଂ  ଭିଭିଏସ୍ ଲକ୍ଷ୍ମଣ ଚାପରେ ନପଡ଼ି ଏକ ବଡ଼ ପାର୍ଟନରସିପ୍  କରିଥିଲେ ପରେ ଏହା ଭାରତକୁ ବିଜୟୀ ହେବାରେ ସାହାଯ୍ୟ କରିଥିଲା । ସେହିପରି ପ୍ରଖ୍ୟାତ ବୋଲର ତଥା ପୂର୍ବତନ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯାଇଥିବାବେଳେ ତାଙ୍କ ମୁହଁରେ ବଲ ବାଜି ହନୁହାଡ଼ ଭାଙ୍ଗିଯାଇଥିବାବେଳେ ଦ୍ବିତୀୟ ଇନିଂସରେ ସେ ବ୍ୟାଣ୍ଡେଜ ଗୁଡ଼ାଇ ବୋଲିଂ କରିଥିଲେ । ପରେ ଇସ୍ରୋର ଉଦାହରଣ ଦେଇ କିପରି ଚନ୍ଦ୍ରୟାନ-୨ର ବିଫଳତା ପରେ କିପରି ଇସ୍ରୋ ମୁଖ୍ୟାଳୟରେ ରହିଥିଲେ ସେ କଥା ମଧ୍ୟ ଉଦାହରଣ ଦେଇଥିଲେ । ଛାତ୍ରୀଛାତ୍ରମାନେ ପ୍ରଧାନମନ୍ତ୍ରୀଙ୍କ କଥାକୁ ଧ୍ୟାନ ପୂର୍ବକ ଶୁଣିବା ସହ କିପରି ଚାପରୁ ମୁକ୍ତି ପାଇପାରିବେ ସେନେଇ ବିଭିନ୍ନ ପ୍ରଶ୍ନନ ମଧ୍ୟ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସହ ପରୀକ୍ଷା ପେ ଚର୍ଚ୍ଚାର ଏହା ତୃତୀୟ ସଂସ୍କରଣ ହୋଇଥିବାବେଳେ ଏଥର ଏହି କାର୍ଯ୍ୟକ୍ରମ ଲାଗି ୨୦୦୦ ଛାତ୍ରୀଛାତ୍ରଙ୍କୁ ଚୟନ କରାଯାଇଥିଲା । ପ୍ରଥମେ ମାନବସମ୍ବଳ ବିକାଶମନ୍ତ୍ରୀ ଡ.ରମେଶ ପୋଖରିଆଲା ନିଶଙ୍ଖ ଉଦବୋଧନ ଦେଇଥିଲେ । ଏଥର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଛାତ୍ରୀଛାତ୍ରମାନେ ସଞ୍ଚାଳନ କରିଥିଲେ । କେବଳ ଦେଶ ନୁହେଁ ବିଦେଶରେ ପଢ଼ୁଥିବା ଛାତ୍ରୀଛାତ୍ରମାନେ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମକୁ ଦେଖିଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ଦେଶର ୫୦ଜଣ ଛାତ୍ରୀଛାତ୍ରଙ୍କ ଦ୍ବାରା କରାଯାଇଥିବା ଚିତ୍ରକଳା ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ମୋଦି ବୁଲି ଦେଖିବା ସହ ଚିତ୍ର ସମ୍ପର୍କରେ ଛାତ୍ରୀଛାତ୍ରଙ୍କଠାରୁ ପଚାରି ବୁଝିଥିଲେ । ଏହି କାର୍ଯ୍ୟକ୍ରମକୁ ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ନିଜର ଆଧିକାରିକ ଫେସବୁକ୍ ପେଜ୍ ଏବଂ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ପ୍ରସାରଣ କରିବା ସହ ଦୂରଦର୍ଶନ ଏବଂ ବିଭିନ୍ନ ଟିଭି ଓ ରେଡିଓ ଚ୍ୟାନେଲ ସିଧା ପ୍ରସାରଣ କରିଥିଲେ ।
First published: January 20, 2020, 5:46 PM IST