ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’୨୦୨୦: ପରୀକ୍ଷା ପୂର୍ବରୁ କିପରି ଚାପମୁକ୍ତ ରହିହେବ ଛାତ୍ରୀଛାତ୍ରଙ୍କୁ କହିଲେ ପ୍ରଧାନମନ୍ତ୍ରୀ

ନୂଆ ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଅନୁଷ୍ଠିତ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ୨୦୦୦ଛାତ୍ରୀଛାତ୍ରଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବିଦେଶରେ ପଢ଼ୁଥିବା ଅନେକ ଛାତ୍ରୀଛାତ୍ର ଭାଗନେଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’୨୦୨୦: ପରୀକ୍ଷା ପୂର୍ବରୁ କିପରି ଚାପମୁକ୍ତ ରହିହେବ ଛାତ୍ରୀଛାତ୍ରଙ୍କୁ କହିଲେ ପ୍ରଧାନମନ୍ତ୍ରୀ
ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି
  • News18 Odia
  • Last Updated: January 20, 2020, 3:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ଚାପରୁ ମୁକ୍ତ ରହିବା ଲାଗି ବିଭିନ୍ନ ଉପାୟ ବିଷୟରେ କହିବା ଅବସରରେ କ୍ରିକେଟ ଖେଳାଳି କିପରି ଚାପରୁ ମୁକ୍ତି ପାଇବା ଲାଗି ଆପଣାଉଥିବା ବିଭିନ୍ନ ଉପାୟ ସମ୍ପର୍କରେ କହିଥିଲେ । ପ୍ରଧାନମନ୍ତ୍ରୀ ତାଲକୋଟରା ଷ୍ଟାଡିୟମରେ ଛାତ୍ରୀଛାତ୍ରଙ୍କ ସହ କଥା ହେବା ଅବସରରେ କ୍ରିକେଟ ଖେଳାଳି ପଡ଼ିଆରେ ବ୍ୟାଟିଂ ଏବଂ ବୋଲିଂ ପ୍ରାରମ୍ଭ କରିବା ପୂର୍ବରୁ ଏମିତିରେ ଅଭ୍ୟାସ କରିଥାନ୍ତି କାହିଁକିନା ଚାପ ଦୂର କରିବା ପାଇଁ ଏହା ସେମାନଙ୍କର ଏକ ମାଧ୍ୟମ ହୋଇଥାଏ । ପ୍ରଧାନମନ୍ତ୍ରୀ ଛାତ୍ରୀଛାତ୍ରଙ୍କୁ ପରୀକ୍ଷାକୁ ଯିବା ପୂର୍ବରୁ କଲମ ଏବଂ କପି ଭଳି ପରୀକ୍ଷା ସହ ସମ୍ବନ୍ଧିତ ସାମଗ୍ରୀ ସଜାଡ଼ିନେବାକୁ ଏକରୁ ଦୁଇ ମିନିଟ ଭିତରେ ନିଜକୁ ସାମିଲ କରିବା ଦ୍ବାରା ପରୀକ୍ଷା ଜନିତ ଚାପରୁ ମୁକ୍ତି ମିଳିଥାଏ ବୋଲି କହିଥିଲେ ।

ତାଲକୋଟରେ ଷ୍ଟାଡିୟମର ମଞ୍ଚରୁ ପ୍ରଧାନମନ୍ତ୍ରୀ ଛାତ୍ରୀଛାତ୍ରଙ୍କୁ ଉଦବୋଧନ ଦେଉଛନ୍ତି


ତାଞ୍ଜନିଆର ଏକ ଛାତ୍ର ଦ୍ବାରା ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ପରୀକ୍ଷାକୁ କେବେ ବି ନିଜ ଜୀବନରେ କେବେବି ବୋଝ ବୋଲି ଭାବିବା ଉଚିତ ନୁହେଁ । ଯଦି ଛାତ୍ରମାନେ ଚାହିଁବେ ପରୀକ୍ଷାରେ ନିଜ କାମ ଉପରେ ଅଧିକ ଫୋକସ୍ କରିପାରିଲେ ତାହାଲେ ଅଜଥା ଚାପରୁ ମୁକ୍ତି ମିଳିପାରିବ ଏବଂ ଏହାଦ୍ବାରା ସେମାନଙ୍କର କଠିନତା ବହୁମାତ୍ରାରେ କମିଯିବ ।

ପରୀକ୍ଷା ଚାପରୁ ମୁକ୍ତି ପାଇଁ ଛାତ୍ରୀଛାତ୍ରଙ୍କୁ ଉପାୟ ବତାଉଥିବା ଅବସରରେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଛାତ୍ରୀଛାତ୍ରଙ୍କୁ ଏହି କାର୍ଯ୍ୟକ୍ରମ ସଞ୍ଚାଳନ କରିବାର ଦାୟିତ୍ବ ଦେଇଥିବାରୁ ଆୟୋଜକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପଞ୍ଜାବର ଛାତ୍ର ହରଦୀପଙ୍କ ଦ୍ବାରା ପରୀକ୍ଷା ଚାପ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ କହିଲେ ‘‘ କେବଳ ପରୀକ୍ଷାରୁ ମିଳୁଥିବା ମାର୍କ ଜୀବନ ହୋଇନଥାଏ । ପୁଣି ଗୋଟିଏ ପରୀକ୍ଷା ମଧ୍ୟ ଜୀବନ ନୁହେଁ । ହଁ ଏହା ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ପାହାଚ ଅଟେ । ମାତ୍ର ଏହା ଯେ ସବୁକିଛି ସେପରି ଭାବିବା ଠିକ୍ ନୁହେଁ । ମାତାପିତାଙ୍କୁ ମଧ୍ୟ ଆଗ୍ରହ କରିବି କି କେବେ ବି ପିଲାମାନଙ୍କୁ ଏପରି କୁହନ୍ତୁନି କି ପରୀକ୍ଷା ସବୁକିଛି ବୋଲି । ଏହା ପୂର୍ବରୁ ସମୟର ସଦୁପଯୋଗ ଉପରେ ପଚରାଯାଇଥିବା ଏକ ଅନ୍ୟ ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଫୋନରେ ସମୟ ଅପଚୟ ହେଉଥିବା କହିଥିଲେ । ସ୍ମାର୍ଟ ଫୋନ ଛାତ୍ରୀଛାତ୍ରଙ୍କର ଯେତିକି ସମୟ ଚୋରି କରିଥାଏ ସେଥିରୁ ୧୦ ପ୍ରତିଶତ କମ୍ କରି ଯଦି ଛାତ୍ରୀଛାତ୍ରମାନେ ନିଜ ମା’, ବାପା, ଜେଜେବାପା ଓ ଜେଜେମା’ଙ୍କ ସହ ବିତାଇବାକୁ କହିଥିଲେ । ଟେକ୍ନୋଲଜି ଆମକୁ ଟାଣି ଟାଣି ତା ପାଖକୁ ନେଇଯାଉଛି ଏଥିରୁ ଆମକୁ ଦୂରେଇ ରହିବାକୁ ପଡ଼ିବ । ଆମ ଭିତରେ ଏହି ଭାବନା ରହିବା ଦରକାର ଯେ, ଆମେ ଟେକ୍ନୋଲଜିକୁ ଆମ ଇଚ୍ଛାରେ ବ୍ୟବହାର କରିପାରିବା’’ ବୋଲି କହିଥିଲେ ।

 

 
First published: January 20, 2020, 3:43 PM IST