News18 Odia Digital
ନୂଆଦିଲ୍ଲୀ: ପପୁଆ ନ୍ୟୁଗିନିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୋରଦାର ସ୍ବାଗତ । ସନସେଟ୍ ନିୟମ ଭାଙ୍ଗି ପ୍ରଥମ ଥର ପାଇଁ ରାତିରେ କୌଣସି ବିଦେଶୀ ଅତିଥିଙ୍କୁ ଗାର୍ଡ ଅଫ ଅନର ଦିଆୟାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଜକୀୟ ସ୍ବାଗତ କରିଛି ପପୁଆ ନ୍ୟୁଗିନି । ମୋଦିଙ୍କ ପାଦ ଛୁଇଁଛନ୍ତି ପପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାର୍ପେ । ହେଲେ ପଛକୁ ହଟିଯାଇ ମାର୍ପେଙ୍କୁ ଆଲିଙ୍ଗନ କରିଛନ୍ତି ମୋଦି । ସୋମବାର ହେବାକୁ ଥିବା FIPIC ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି ।
ଜାପାନ ହିରୋସିମା ପରେ ପପୁଆ ନ୍ୟୁଗିନିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପପୁଆ ନ୍ୟୁଗିନିରେ ମୋଦିଙ୍କୁ ଜୋରଦାର ସ୍ବାଗତ । ଭାଙ୍ଗିଲା ବର୍ଷ ବର୍ଷର ପରମ୍ପରା । ପ୍ରଥମ ଥର ପାଇଁ ରାତିରେ କୌଣସି ବିଦେଶୀ ଅତିଥିଙ୍କୁ ଦିଆଯାଇଛି ଗାର୍ଡ ଅଫ ଅନର । ବିମାନବନ୍ଦରରେ ଓହ୍ଲାଇବା ପରେ ମୋଦିଙ୍କୁ ରାଜକୀୟ ସ୍ବାଗତ କରିଛନ୍ତି ଏହି ପ୍ରଶାନ୍ତ ମହାସାଗରୀୟ ଦେଶ । ଖାଲି ସେତିକି ନୁହେଁ, ମୋଦିଙ୍କୁ ଆଲିଙ୍ଗନ କରିବା ସହ ପାଦ ଛୁଇଁଛନ୍ତି ପପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାର୍ପେ । ହେଲେ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି ପଛକୁ ହଟିଯାଇଛନ୍ତି । ମାର୍ପେଙ୍କ ପିଠି ଥାପୁଡେଇବା ସହ ଆଲିଙ୍ଗନ ଏବଂ ହାତ ମିଳାଇଛନ୍ତି ମୋଦି । ପରେ ଅନ୍ୟ ନେତା ଓ ଅଧିକାରୀ ମଧ୍ୟ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରିଛନ୍ତି । ବିମାନବନ୍ଦରରେ ମୋଦିଙ୍କୁ ଅଦ୍ଭୂତପୂର୍ବ ସ୍ବାଗତ କରାଯାଇଛି । ପାରମ୍ପରିକ ଗୀତ, ବାଦ୍ୟ ସହ ନୃତ୍ୟରେ କରିଛନ୍ତି ସ୍ବାଗତ । ମାର୍ପେଙ୍କ ସହ ମୋଦି ଏହାକୁ ଉପଭୋଗ କରିବା ସହ କରତାଳି ଓ ନମସ୍କାର ଜଣାଇ ଅଭିବାଦନ ଜଣାଇଛନ୍ତି ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରତୀୟ ସମୁଦାୟ ବି କରିଛନ୍ତି ଭରପୁର ସ୍ବାଗତ । ମୋଦିଙ୍କ ସହ ହାତ ମିଳାଇବା ସହ ମୋବାଇଲରେ ସେଲ୍ଫି ନେଇଛନ୍ତି । ମାଆଙ୍କ ସହ ମୋଦି ଥିବା ଏକ ଫଟୋ ବି ଦେଇଛନ୍ତି ଉପହାର । ସମବେତ ଭାରତୀୟଙ୍କ ସମେତ ଉପସ୍ଥିତ କୁନି କୁନି ପିଲାଙ୍କ ସହ କଥା ହୋଇଛନ୍ତି ମୋଦି । ଆଉ ନିଜର ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ବେଶ୍ ଖୁସୀ ପ୍ରକଟ କରିଛନ୍ତି ସମସ୍ତେ ।
୩ ଦିନିଆ ବିଦେଶ ଗସ୍ତର ଦ୍ବିତୀୟ ଦିନରେ ପ୍ରଧାମନ୍ତ୍ରୀ ମୋଦି ପପୁଆ ନ୍ୟୁଗିନିରେ ପହଞ୍ଚିଛନ୍ତି । ସୋମବାର ହେବାକୁ ଥିବା FIPIC ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏହି ସମ୍ମିଳନୀରେ ଫିଜି, ନାଇରୋ ସମେତ ୧୪ଟି ଦେଶର ନେତା ଭାଗ ନେବେ । ଏଥିସହ ଏହି ଗସ୍ତ ବେଳେ ପପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ମାର୍ପେଙ୍କ ସହ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ପପୁଆ ନ୍ୟୁଗିନିର ଗଭର୍ଣ୍ଣର ଜେନରାଲ ବବ୍ ଡାଡେଙ୍କ ସହ ସାକ୍ଷାତ କରିବେ ମୋଦି ।
ପଢନ୍ତୁ ଏହି ଖବର:
Illegal Affair: କାହିଁକି ବିବାହିତ ମହିଳାମାନେ କରନ୍ତି ପ୍ରତାରଣା ? ଜାଣନ୍ତୁ...ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।