Bihar Assembly Polls: ପ୍ରଚାର ବେଳେ ପପ୍ପୁ ଯାଦବଙ୍କ ମଞ୍ଚ ଭାଙ୍ଗିଗଲା, ଆହତ ହେଲେ; VIDEO

ନିର୍ବାଚନ ପ୍ରଚାର ମଞ୍ଚ ଉପରେ ପପ୍ପୁ ଯାଦବଙ୍କ ସମେତ ତାଙ୍କ ଦଳର ବହୁ କାର୍ଯ୍ୟକର୍ତ୍ତା ଚଢ଼ିଥିବାରୁ ମଞ୍ଚ ଉପରେ ଭାର ବଢ଼ିଥିଲା ଓ ହଠାତ୍ ମଞ୍ଚ ଭୁଶୁଡ଼ି ପଡ଼ିଥିଲା । ପପ୍ପୁ ଯାଦବଙ୍କ ସମେତ ଅନେକ ନେତା ଓ କାର୍ଯ୍ୟକର୍ତ୍ତା ତଳକୁ ଖସିପଡ଼ିଥିଲେ ।

Bihar Assembly Polls: ପ୍ରଚାର ବେଳେ ପପ୍ପୁ ଯାଦବଙ୍କ ମଞ୍ଚ ଭାଙ୍ଗିଗଲା, ଆହତ ହେଲେ; VIDEO
ମଞ୍ଚ ଭୁଶୁଡ଼ି ପଡ଼ିବା ପରେ ଆହତ ହୋଇଥିବା ପପ୍ପୁ ଯାଦବ (ପିଟିଆଇ ଫଟୋ)
  • News18 Odia
  • Last Updated: October 31, 2020, 9:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପଟନା: ବିହାର ବିଧାନ ସଭା ନିର୍ବାଚନରେ (Bihar Assembly Polls) ପ୍ରଚାର ସମୟରେ ନେତାମାନଙ୍କ ଭାଷଣ ମଞ୍ଚ ଭାଙ୍ଗିଯାଉଥିବା ଘଟଣା ବଢ଼ୁଛି । ଜନ ଅଧିକାର ପାର୍ଟିର (JAP) ସଭାପତି ତଥା ପୂର୍ବ ସାଂସଦ ପପ୍ପୁ ଯାଦବଙ୍କ (Pappu) ପ୍ରଚାର ରାଲି ପାଇଁ ସ୍ଥାପିତ ଏକ ମଞ୍ଚ ଓ ତମ୍ବୁ ଶନିବାର ଦିନ ଭୁଶୁଡି ପଡ଼ିଛି ଓ ସେ ଆହତ ହୋଇଛନ୍ତି ।

ଏହି ଘଟଣା ମୁଜାଫରପୁର ଜିଲ୍ଲାର ମୀନାପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ପପ୍ପୁ ଯାଦବ ସମ୍ବୋଧିତ କରୁଥିବା ବେଳେ ଘଟିଛି । ପପ୍ପୁ ଯାଦବ ସେଠାରେ ନିଜ ଦଳର ସ୍ଥାନୀୟ ପ୍ରାର୍ଥୀ ବିନା ଯାଦବଙ୍କ ପାଇଁ ପ୍ରଚାର କରୁଥିଲେ । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ଘଟଣା ସମୟରେ ଦଳର ମୁଖ୍ୟ ପପ୍ପୁ ଯାଦବଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ମଞ୍ଚରେ ଉପସ୍ଥିତ ଥିଲେ । ମଞ୍ଚ ଉପରେ ଭାର ବଢ଼ିବାରୁ ହଠାତ୍ ମଞ୍ଚ ଭୁଶୁଡ଼ି ପଡ଼ିଥିଲେ ଓ ପପ୍ପୁ ଯାଦବଙ୍କ ସମେତ ମଞ୍ଚରେ ଥିବା ସବୁ ନେତା ଓ କାର୍ଯ୍ୟକର୍ତ୍ତା ତଳକୁ ଖସିପଡ଼ିଥିଲେ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ରରେ ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ଗିରଫ ହେଲେ ଜଣ ମିଛ ସାମ୍ବାଦିକ

ଏହି ଦୁର୍ଘଟଣାରେ ୫୨ ବର୍ଷୀୟ ପପ୍ପୁ ଯାଦବଙ୍କ ହାତରେ ଆଘାତ ପହଞ୍ଚିଥିବା ଜଣାପଡ଼ିଛି । ତାଙ୍କ ଡାହାଣ ହାତରେ ଯନ୍ତ୍ରଣା ହେବା ପରେ ତାଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ରାଜଧାନୀ ପଟନାକୁ ନିଆଯାଇଥିଲା । ତାଜା ସୂଚନା ଅନୁସାରେ ପପ୍ପୁ ଯାଦବଙ୍କ ଡାହାଣ ହାତରେ ଫ୍ର୍ୟାକଚର୍‌ ହୋଇଛି । ଏହି ଘଟଣାରେ ଅନେକ JAP ନେତା ଓ କର୍ମୀ ବି ସାମାନ୍ୟ ଆହତ ହୋଇଛନ୍ତି ।

ଦେଖନ୍ତୁ ଭିଡିଓ:



ମଞ୍ଚ ଭାଙ୍ଗିବା ଘଟଣା ପରେ ପପ୍ପୁ ଯାଦବ ବିହାର ପ୍ରଶାସନକୁ ଦୋଷାରୋପ କରିଛନ୍ତି । ସେ କହିଛନ୍ତି ଯେ ଶାସକ ଦଳର ନେତାଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉଛି, କିନ୍ତୁ ବିରୋଧୀ ଦଳର ନେତାଙ୍କ ସୁରକ୍ଷା ପ୍ରତି ସରକାର ଦୃଷ୍ଟି ଦେଉ ନାହାନ୍ତି ।

ଏହା ବି ପଢ଼ନ୍ତୁବିହାର ନିର୍ବାଚନ ପ୍ରଚାରରୁ ଫେରି ଅଭିନେତ୍ରୀ ଅମିଶା ପଟେଲ କହିଲେ, ‘‘ସେଠି ମୋର ରେପ୍ ହୋଇଯାଇଥାନ୍ତା’’

‘‘ଆଜି ମୁଁ ରକ୍ଷା ପାଇଗଲି । ଆଜି କୌଣସି ବଡ଼ ଅଘଟଣ ମୋ’ ସହିତ ଓ ମୋ’ ଦଳର କର୍ମୀଙ୍କ ସହିତ ହୋଇପାରିଥା’ନ୍ତା । ମଞ୍ଚ ଭାଙ୍ଗିବାର କାରଣ ସମ୍ପର୍କରେ ତଦନ୍ତ ହେବା ଉଚିତ । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ହୋଇ ଏହା ପଛରେ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଅଛି କି ତାହା ସାମନାକୁ ଣାଯିବା ଉଚିତ,’’ କହିଛନ୍ତି ପପ୍ପୁ ଯାଦବ ।

ପପ୍ପୁ ଯାଦବଙ୍କ ଜନ ଅଧିକାର ପାର୍ଟି ଓ ଚନ୍ଦ୍ରଶେଖର ଆଜାଦ ରାବଣଙ୍କ ଆଜାଦ ସମାଜ ପାର୍ଟି ମିଳିତ ଭାବେ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ‘ପ୍ରଗତିଶୀଳ ଗଣତାନ୍ତ୍ରିକ ମଞ୍ଚ’ ଗଠନ କରିଛନ୍ତି।



ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଅକ୍ଟୋବର ୨୮ରେ ଶେଷ ହୋଇଥିବା ବେଳେ ଅବଶିଷ୍ଟ ଦୁଇଟି ପର୍ଯ୍ୟାୟ ଭୋଟିଂ ନଭେମ୍ବର ୩ ଓ ୭ରେ ଅନୁଷ୍ଠିତ ହେବାର ଅଛି । ଭୋଟ୍ ଗଣନା ନଭେମ୍ବର ୧୦ରେ ହେବ ।
Published by: Anand Shankar Thankur Das
First published: October 31, 2020, 9:38 PM IST
corona virus btn
corona virus btn
Loading