News18 Odia Digital
7th Pay Commission: ଯଦି ଆପଣ ଜଣେ କେନ୍ଦ୍ର ସରକାରଙ୍କ କର୍ମଚାରୀ ତେବେ ଆପଣଙ୍କ ପାଇଁ ଖୁସି ଖବର। କେନ୍ଦ୍ରୀୟ କର୍ମଚାରୀ(Govt Employee) ଓ ପେନସନଭୋଗୀ(Pension Holder)ଙ୍କ ପାଇଁ ବିଭିନ୍ନ ଟିକସ ସୁବିଧା ପଦକ୍ଷେପ ବାବଦରେ ଉପସ୍ଥାପନ କରିଛନ୍ତି ସରକାର। ଏହି ଆଧାରରେ ଆପଣଙ୍କ ଆକାଉଣ୍ଟକୁ ଆସିବ ଅଧିକ ଟଙ୍କା!
୫୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ମହଙ୍ଗା ଭତ୍ତା)DA Hike) ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ ସରକାର ଏହା ଉପରେ ନିଷ୍ପତ୍ତି ନେଇଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ସରକାରୀ ଘୋଷଣା କରାଯାଇ ନାହିଁ। ଯେତେବେଳେ ସପ୍ତମ ବେତନ ଆୟୋଗ ର ସୁପାରିଶ କାର୍ଯ୍ୟକାରୀ ହେଲା, ସେତେବେଳେ ଷଷ୍ଠ ବେତନ କମିଶନ (ଷଷ୍ଠ ସିପିସି)ର ସର୍ବନିମ୍ନ ଦରମା ତୁଳନାରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ବେତନ ୧୪.୩ % ବୃଦ୍ଧି ପାଇଲା।
କେନ୍ଦ୍ର ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ସୋମବାର ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ବାଣ୍ଟିଛନ୍ତି। ସେ ୨୦୧୪ ମସିହାରୁ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଘୋଷିତ ବିଭିନ୍ନ ଟିକସ ସୁବିଧା ପଦକ୍ଷେପଗୁଡିକର ବିବରଣୀ ଉପସ୍ଥାପନ କରିଥିଲେ।
ଫାଇଦା ଦେବ ସରକାରଙ୍କ ସ୍କିମ; ଏକ କପ ଚା' ବଦଳରେ ପାଇବେ ୫୦୦୦ ଟଙ୍କା୧. ରାଜ୍ୟ ଅର୍ଥମନ୍ତ୍ରୀ କହିଛନ୍ତି ଯେ ମୌଳିକ ଟିକସ ଛାଡ ସୀମା ସରକାର ବୃଦ୍ଧି କରିଛନ୍ତି। ଏହାକୁ ୨ ଲକ୍ଷରୁ ୨.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ଆୟକର ଧାରା 80C ଅନୁଯାୟୀ ଟ୍ୟାକ୍ସ ଛାଡ଼ ପାଇଁ ଦାବି ସୀମା ୧ ଲକ୍ଷରୁ ୧.୫ ଲକ୍ଷକୁ ବୃଦ୍ଧି କରାଯାଇଛି।
୨. ଫାଇନାନ୍ସ ଆକ୍ଟ, ୨୦୧୭ ଅନୁଯାୟୀ, ଏପରି ବ୍ୟକ୍ତିଙ୍କ ପାଇଁ ଆୟକର ସୀମା ହ୍ରାସ କରାଯାଇଛି, ଯାହାର ମୋଟ ଆୟ ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ମଧ୍ୟରେ ରହିଛି। ଏହାକୁ ୧୦% ରୁ ୫% କୁ ହ୍ରାସ କରାଯାଇଥିଲା।
୩. ଷ୍ଟାଣ୍ଡାର୍ଡ ଡ଼ିଡକସନ ୪୦ ହଜାରରୁ ୫୦ହଜାରକୁ ବୃଦ୍ଧି ପାଇଛି। ଏହା ଉଭୟ କରଦାତା ବେତନ ପ୍ରାପ୍ତ ଶ୍ରେଣୀ ଏବଂ ପେନସନଭୋଗୀଙ୍କୁ ଉପକୃତ କରିଥିଲା ।
୪. ଫାଇନାନ୍ସ ଆକ୍ଟ, ୨୦୧୯ ରେ ଧାରା 87A ଅନୁଯାୟୀ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସଯୋଗ୍ୟ ଆୟ ଥିବା ଲୋକଙ୍କୁ ସମ୍ପୂର୍ଣ୍ଣ ଟିକସ ରିଲିଫ ଦିଆଯାଇଥିଲା।
ଆଉ ଚାଲିବନି ୨୦୦୦ଟଙ୍କିଆ ନୋଟ? ଅର୍ଥମନ୍ତ୍ରୀଙ୍କ କଥା ଶୁଣି ଉଡିଯିବ ହୋସ୫. ପେନସନ୍ ନେଉଥିବା ବରିଷ୍ଠ ନାଗରିକମାନଙ୍କୁ ରିଲିଫ୍ ଦେବା ପାଇଁ ଫାଇନାନ୍ସ ଆକ୍ଟ, ୨୦୧୮ ରେ ବିଭିନ୍ନ ପ୍ରୋତ୍ସାହନ ଦିଆଯାଇଥିଲା। ଉଦାହରଣ ସ୍ୱରୂପ, 80D ତଳେ ମେଡିକାଲ ବୀମା ପ୍ରିମିୟମ ଉପରେ ରିହାତି ସୀମା 30,000 ରୁ 50,000 କୁ ବୃଦ୍ଧି କରାଯାଇଥିଲା। ସେହିଭଳି ଗୁରୁତର ରୋଗ ପାଇଁ ଚିକିତ୍ସା ଖର୍ଚ୍ଚକୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ବରିଷ୍ଠ ନାଗରିକମାନେ ବ୍ୟାଙ୍କ କିମ୍ବା ଡାକଘରେ ଜମା ଉପରେ 50,000 ଟଙ୍କା ପର୍ଯ୍ୟନ୍ତ ସୁଧ ଉପରେ ଟିକସ ଛାଡ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।