ଲାଲୁଙ୍କ ଉପରେ ଲାଗିଲା ୬ ହଜାର ଟଙ୍କାର ଜୋରିମନା; ୧୩ ବର୍ଷ ପୁରୁଣା ମାମଲାରେ କୋର୍ଟଙ୍କ ନିଷ୍ପତ୍ତି

Lalu Yadav News: ଲାଲୁ ଯାଦବଙ୍କ ସମସ୍ୟା କମ୍ ହେବାର ନାମ ନେଉନାହିଁ। ୧୩ ବର୍ଷ ପୁରୁଣା ମାମଲାରେ ଆରଜେଡି ସୁପ୍ରିମୋ ଆଜି ଝାଡଖଣ୍ଡର ପାଲାମୁ କୋର୍ଟରେ ହାଜର ହୋଇଥିଲେ। ଶୁଣାଣି ପରେ କୋର୍ଟ ଲାଲୁଙ୍କ ଉପରେ ଜୋରିମନା ଲଗାଇଛନ୍ତି।

ଲାଲୁଙ୍କ ଉପରେ ଲାଗିଲା ୬ ହଜାର ଟଙ୍କାର ଜୋରିମନା

ଲାଲୁଙ୍କ ଉପରେ ଲାଗିଲା ୬ ହଜାର ଟଙ୍କାର ଜୋରିମନା

  • Share this:
News18 Odia Digital

Lalu Yadav: ୨୦୦୯ ମଡେଲ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଆଜି ଝାଡଖଣ୍ଡର ପାଲାମୁ କୋର୍ଟରେ ହାଜର ହୋଇଥିଲେ। ଶୁଣାଣି ସମୟରେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଲାଲୁ ଯାଦବଙ୍କ ଉପରେ କୋର୍ଟ ଛଅ ହଜାର ଟଙ୍କା ଜୋରିମନା କରିଛନ୍ତି।

୨୦୦୯ରେ ନିର୍ବାଚନ ପ୍ରଚାର ସମୟରେ ଲାଲୁ ଯାଦବଙ୍କୁ ହେଲିକପ୍ଟର ଭୁଲ ସ୍ଥାନରେ ଅବତରଣ କରିବାର ଅଭିଯୋଗ ହୋଇଥିଲା। ନିର୍ବାଚନ ଆୟୋଗ ଲାଲୁଙ୍କ ପଦକ୍ଷେପକୁ ମଡେଲ ଆଚରଣ ବିଧି ଉଲ୍ଲଂଘନ ବୋଲି ବିବେଚନା କରିଥିଲେ ଓ ଏଫଆଇଆର ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ଲାଲୁଙ୍କୁ ହାଜର ହେବାକୁ କୋର୍ଟ ଶେଷ ନୋଟିସ ଦେଇଥିଲେ।

ଏହି ମାମଲାରେ ଲାଲୁ ନିର୍ଦ୍ଦୋଷରେ ଖଲାସ: ଓକିଲ

କୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ଲାଲୁ ପ୍ରସାଦଙ୍କ ଓକିଲ ଧିରେନ୍ଦ୍ର କୁମାର ସିଂ କହିଛନ୍ତି ଯେ ବେଞ୍ଚ ସମସ୍ତ ବିଷୟ ଶୁଣାଇଛି ଓ ଉଭୟ ପକ୍ଷର ଆବେଦନ ଉପରେ ବିଚାର କରିବା ପରେ ତାଙ୍କୁ ଛଅ ହଜାର ଟଙ୍କା ଜୋରିମନା ଦେବାକୁ କୁହାଯାଇ ଖଲାସ କରାଯାଇଛି।

ମାମଲାଟି କ 'ଣ?

ପ୍ରକାଶ ଥାଉକି ୨୦୦୯ ଝାଡଖଣ୍ଡ ବିଧାନସଭା ନିର୍ବାଚନ ସମୟରେ ଲାଲୁ ଯାଦବ ହେଲିକପ୍ଟର ଯୋଗେ ଗରୱା ବିଧାନସଭା ନିର୍ବାଚନମଣ୍ଡଳୀରୁ ଆରଜେଡି ପ୍ରାର୍ଥୀ ଗିରିନାଥ ସିଂଙ୍କ ପାଇଁ ପ୍ରଚାର କରିଥିଲେ। ଗାରୱାସ୍ଥିତ ଗୋବିନ୍ଦ ଉଚ୍ଚ ବିଦ୍ୟାଳୟରେ ଲାଲୁଙ୍କ ସମାବେଶ ଅନୁଷ୍ଠିତ ହୋଇଥିଲା। ହେଲିକପ୍ଟରକୁ ଅବତରଣ କରିବା ପାଇଁ ପ୍ରଶାସନ ଗରୱା ବ୍ଲକର କଲ୍ୟାଣପୁରରେ ହେଲିପ୍ୟାଡ ସ୍ଥିର କରିଥିବାବେଳେ ଲାଲୁ ହେଲିକପ୍ଟରକୁ ନିଜେ ରାଲି ପଡ଼ିଆରେ ଅବତରଣ କରିଥିଲେ। ଏହା ପରେ ବିଶୃଙ୍ଖଳା ହୋଇଥିଲା। ଏହି ଘଟଣା ପରେ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପାଇଲଟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ହେଲିକପ୍ଟରଟି ରାସ୍ତା ଭୁଲିଯାଇଥିଲା: ଲାଲୁ ପକ୍ଷ

ମାମଲା ପଞ୍ଜିକରଣ ପରେ ଏହି ପ୍ରସଙ୍ଗରେ ବହୁ ରାଜନୀତି ହୋଇଥିଲା। ଲାଲୁ ପକ୍ଷରୁ ଲୋକେ କହିଛନ୍ତି ଯେ ହେଲିକପ୍ଟରଟି ରାସ୍ତା ଭୁଲିଯାଇଥିଲା। ବିରୋଧୀ ଦଳ କହିଥିଲେ ଯେ ଲାଲୁ ଭିଡ଼ ଜମାଇବା ପାଇଁ ଏସବୁ କରିଥିଲେ। ତେବେ ସତ୍ୟ କ’ଣ ତାହା ଆଜି କୋର୍ଟ ନିଷ୍ପତ୍ତି ନେବେ।
Published by:Lipina Das
First published: