ପୁଞ୍ଚ୍ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ !

ମାସ ମାସ ଧରି ପୁଞ୍ଚ୍‌ ଏରିଆରେ ଆତଙ୍କବାଦୀ ଗତିବିଧି ସକ୍ରିୟ ନଥିବା ବେଳେ ହଠାତ ଏଭଳି ଆକ୍ରମଣ ସଙ୍କେତ ଦେଇଛି ଯେ ଏହା ପାକିସ୍ତାନର ପ୍ରରୋଚନାରେ ହୋଇଛି ।

ପୁଞ୍ଚ୍ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ !

ପୁଞ୍ଚ୍ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ !

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ପୁଞ୍ଚ୍ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନ (pakistan)ର ହାତ ଥିବା ଜଣାପଡ଼ିଛି । ମାସ ମାସ ଧରି ପୁଞ୍ଚ୍‌ ଏରିଆରେ ଆତଙ୍କବାଦୀ ଗତିବିଧି ସକ୍ରିୟ ନଥିବା ବେଳେ ହଠାତ ଏଭଳି ଆକ୍ରମଣ ସଙ୍କେତ ଦେଇଛି ଯେ ଏହା ପାକିସ୍ତାନର ପ୍ରରୋଚନାରେ ହୋଇଛି । ଘଟଣାସ୍ଥଳରେ NIA ଛାନଭିନ୍ ଜାରି ରଖିଥିବା ବେଳେ ସଂପୃକ୍ତ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଚାଲିଛି ସର୍ଚ୍ଚ ଅପରେସନ୍ ।

ହେଲିକପ୍ଟର ସହ ଡ୍ରୋନ୍ ଜରିଆରେ ଚାଲିଛି ଛାନଭିନ୍ । ସନ୍ଧାନୀ କୁକୁରର ସହାୟତା ମଧ୍ୟ ନିଆଯାଇଛି । ଘଞ୍ଚ ଜଙ୍ଗଲରେ ଆତଙ୍କୀ ଛପି ରହିଥିବାରୁ ସମୟ ଲାଗୁଥିବା ଜଣାପଡ଼ିଛି । ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରାଯାଇଛି । ୩ରୁ ୪ ଜଣ ଆତଙ୍କବାଦୀଙ୍କୁ ସେନା ଓ ପୋଲିସ ଘେରି ରହିଥିବା ଜଣାପଡ଼ିଛି । ହେଲିକପ୍ଟର, ଡ୍ରୋନ୍ ଓ ସନ୍ଧାନୀ କୁକୁର ସହାୟତାରେ ଚାଲିଛି ସର୍ଚ୍ଚ ଅପରେସନ୍ । ୧୨ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଜାମ୍ମୁର ବିଭିନ୍ନ ସ୍ଥାନରେ ପାକିସ୍ତାନ ବିରୋଧରେ ପ୍ରତିବାଦ କରିଛନ୍ତି ଲୋକେ । ଜାମ୍ମୁର ବିଭିନ୍ନ ପ୍ରାନ୍ତରେ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ ସହ ପାକିସ୍ତାନ ବିରୋଧରେ ପ୍ରତିବାଦ କରିଛନ୍ତି ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ପାର୍ଟି ।

ପୁଞ୍ଚ୍ ଆକ୍ରମଣରେ ସହିଦ ହୋଇଛନ୍ତି ୫ ବୀର ଯବାନ । ସାରା ଦେଶ ବୀର ଯବାନଙ୍କୁ ଜଣାଉଛି ଶ୍ରଦ୍ଧାଞ୍ଜଳି, ଏହାରି ମଧ୍ୟରେ ଆତଙ୍କବାଦୀଙ୍କୁ ମୁହଁତୋଡ଼ ଜବାବ ଦେବାକୁ ଦାବି ଜୋର୍ ଧରିଛି ।

ଅନ୍ୟପଟେ, ଶନିବାର ସକାଳୁ ସ୍ବତନ୍ତ୍ର ବିମାନରେ ବୀର ଯବାନ ଦେବାଶିଷ ବିଶ୍ବାଳ ଓରଫ ସାହିତ୍ୟଙ୍କ ମର ଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲା । ସେଠାରେ ଦିଆଯାଇଥିଲା ଗାର୍ଡ ଅଫ ଅନର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଭୁବନେଶ୍ବର ମେୟର ସୁଲୋଚନା ଦାସ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ସହିଦ ଯବାନଙ୍କୁ ଜଣାଇଥିଲେ ଶ୍ରଦ୍ଧାଞ୍ଜଳି । ଉପସ୍ଥିତ ଥିଲେ ଦେବାଶିଷଙ୍କ ପତ୍ନୀ ସଂଗୀତା । ଏହା ପରେ ଦେବାଶିଷଙ୍କ ମରଶରୀରକୁ ଜନ୍ମମାଟି ପୁରୀ ଜିଲ୍ଲା ସତ୍ୟବାଦୀର ଅଳଗୁମକୁ ନିଆଯାଇଥିଲା । ଭୁବନେଶ୍ବରରୁ ବିରାଟ ଶୋଭାଯାତ୍ରାରେ ୟାଇଥିଲା ସତ୍ୟବାଦୀ । ହଜାର ହଜାର ଲୋକ ସମବେତ ହୋଇ ସହିଦ ଯବାନଙ୍କୁ ଜଣାଇଥିଲେ ଶ୍ରଦ୍ଧାଞ୍ଜଳି ।

ଜନ୍ମମାଟି ଅଳଗୁମ ପାଲଟିଥିଲା ଜନ ସମୁଦ୍ର । ଦେବାଶିଷ ଅମର ରହେ, ଭାରତ ମାତା କି ଜୟ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ । ଓଡ଼ିଶାର ବୀର ପୁତ୍ରଙ୍କୁ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ହଜାର ହଜାର ଜନତା । ସମସ୍ତଙ୍କ ଆଖିରେ ଥିଲା ଲୁହ । କୋହ ସମ୍ଭାଳି ନ ପାରି ଭୋ ଭୋ ହୋଇ କାନ୍ଦି ପକାଇଥିଲେ । କାନ୍ଦ ବୋବାଳିରେ ଫାଟି ପଡୁଥିଲା ଗାଁ ଦାଣ୍ଡ । ନିଜର ଅତି ପ୍ରିୟ ଦେବାଶିଷଙ୍କ ଝୁରିଥିଲେ ସମସ୍ତେ । ଗାଁ ଦାଣ୍ଡରେ ବିରାଟ ଶୋଭାଯାତ୍ରାରେ ଘରକୁ ଯାଇଥିଲା ଦେବାଶିଷଙ୍କ ପାର୍ଥିବ ମର ଶରୀର । ବାପା, ମାଆ, ପରିବାର ଏବଂ ସମ୍ପର୍କୀୟ ନିଜକୁ ସମ୍ଭାଳି ପାରିନଥିଲେ । ପୁଅର ପାର୍ଥିବ ଶରୀରକୁ ଧରି ଲୋଟି ପଡ଼ିଥିଲେ ବାପା । ସାହି, ଭାଇ, ସମସ୍ତଙ୍କ ଆଖିରେ ଥିଲା ଲୁହ । ନିଜର ଅତି ପ୍ରିୟ ମଣିଷଙ୍କୁ ହରାଇ ସମସ୍ତେ ଥିଲେ ମ୍ରିୟମାଣ ।

ଜନ୍ମମାଟିରେ ଜଳିଛି ବୀର ଦେବାଶିଷ ବିଶ୍ବାଳଙ୍କ ଚିତା । ପଞ୍ଚଭୂତରେ ବିଲୀନ ହୋଇଛି ମରଶରୀର । ଗାଁ ଶ୍ମସାନରେ ସାହିତ୍ୟଙ୍କୁ ମୁଖାଗ୍ନି ଦେଇଛନ୍ତି ଭାଇ ବିଜ୍ଞାନ । ପୁରୀ ଜିଲ୍ଲା ସତ୍ୟବାଦୀର ଅଳଗୁମରେ ସହିଦ ଯବାନ ଦେବାଶିଷ ବିଶ୍ବାଳଙ୍କ ମରଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତୋପ ସଲାମୀ ଦିଆଯାଇଛି । ଗାଁ ମାଟିରେ ସହିଦ ବୀରଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ହଜାର ହଜାର ଜନତା । ଆଉ ଶେଷକୃତ୍ୟ ପରେ ଦେବାଶିଷଙ୍କ ପତ୍ନୀ ସଂଗୀତା ଓ କୁନି ଝିଅକୁ ଜାତୀୟ ପତାକା ପ୍ରଦାନ କରାଯାଇଛି । ଏହି ସମୟରେ ଏକ ଭାବ ବିହ୍ବଳ ପରିବେଶ ଦେଖିବାକୁ ମିଳିଥିଲା । ତ୍ୟାଗ, ବଳିଦାନର ପ୍ରତୀକ ଭାବେ ଏହି ଜାତୀୟ ପତାକାକୁ ପ୍ରଦାନ କରାଯାଇଛି । ସହିଦ ବୀରଙ୍କୁ ଶେଷ ସମ୍ମାନ ଦେବାକୁ ଏକାଠି ହୋଇଥିଲେ ହଜାର ହଜାର ଲୋକ । ଗାଁ ପାଲଟିଥିଲା ଜନ ସମୁଦ୍ର ।

ଏହି ଖବର ପଢ଼ନ୍ତୁ -  କେଦାରନାଥ ଧାମକୁ ଶସ୍ତା ହେଲିକପ୍ଟର ଯାତ୍ରା: ପଢନ୍ତୁ କିପରି କରିବେ ବୁକିଂ
Published by:Soubhagya Mishra
First published: