News 18 Odia Digital
ନୂଆଦିଲ୍ଲୀ: ଗିରଫ ହେବେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (imran khan) । ଇମ୍ରାନଙ୍କ ଲାହୋର ସ୍ଥିତ ଘର ବାହାରେ ପଇଁତରା ମାରୁଛି ଲାହୋର ପୋଲିସ (lahore police) । ଲାହୋର ପୋଲିସ ହାତରେ ଗିରଫଦାରୀ ନେଇ ଓ୍ବାରେଣ୍ଟ (warranty) ନେଇ ଆସିଛି । ଇସଲାମାବାଦ ଆଇଜି ଆଜି ଇମ୍ରାନଙ୍କ ଗିରଫ ନେଇ ନିର୍ଦ୍ଦେଶ ଜାରି କରିଛନ୍ତି । କୋର୍ଟ ୭ ମାର୍ଚ୍ଚ ସୁଦ୍ଧା ଇମ୍ରାନ ଖାନଙ୍କୁ କୋର୍ଟରେ ହାଜର ହେବାକୁ କହିଥିଲେ । ଏମିତି ଅବସ୍ଥାରେ ଇମ୍ରାନଙ୍କ ଲାହୋର ବାସଭବନ ବାହାରେ ପୋଲିସ ସହିତ ଇମ୍ରାନଙ୍କ ସମର୍ଥକଙ୍କ ଠେଲାପେଲା ବି ହୋଇଛି । ଏସବୁ ମଧ୍ୟରେ ଇମ୍ରାନଙ୍କ ଲାହୋର ବାସଭବନ ବାହାରେ ସମର୍ଥକଙ୍କ ଭିଡ ଜମିଗଲାଣି । ଇସଲାମାବାଦ ପୋଲିସ ରବିବାର ତେଶଖାନା ମାମଲାରେ ଇମ୍ରାନଙ୍କୁ ଗିରଫ ନେଇ ଓ୍ବାରେଣ୍ଟ ଧରି ଲହୋର ବାସଭବନରେ ପହଁଚିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଗତ ୨୮ ତାରିଖରେ ଇମ୍ରାନଙ୍କ ଗିରଫ ନେଇ ଇସଲାମାବାଦ କୋର୍ଟ ଓ୍ବାରେଣ୍ଟ ଜାରି କରିଥିଲେ । ଗତ ୨୮ ଫେବ୍ରୁଆରୀରେ ଇମ୍ରାନଙ୍କୁ ଏକାଧିକ ମାମଲାରେ କୋର୍ଟରେ ହାଜର ହେବାର ଥିଲା । ଭିନ୍ନ ଭିନ୍ନ କୋର୍ଟରେ ଏହାର ଶୁଣାଣି ବି ହୋଇଥିଲା । କିଛି କ୍ଷେତ୍ରରେ ତାଙ୍କୁ ଆଶ୍ବସ୍ତି ବି ମିଳିଛି । ତଥାପି ତେଶାଖାନା ମାମଲାରେ ଇମ୍ରାନଙ୍କ ମୁଣ୍ଡରେ ଝୁଲୁଛି ଗିରଫଦାରୀର ଖଣ୍ଡା । ୨୮ ଫେବ୍ରୁଆରୀରେ ଇମ୍ରାନ ମୋଟ୍ ୪ଟି ମାମଲାରେ କୋର୍ଟ ହାଜର ହେବାର ଥିଲା । ତେବେ ୩ଟି ମାମଲାରେ ସେ କୋର୍ଟରେ ହାଜର ହୋଇଥିଲେ ମଧ୍ୟ ତେସାଖାନା ମାମଲାରେ କୋର୍ଟରେ ହାଜର ହୋଇନଥିଲେ । ଏହାକୁ ନେଇ କୋର୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି । ତେଣୁ ଅନୁମାନ କରାଯାଉଛି କୌଣସି ସମୟରେ ଗିରଫ ହୋଇପାରନ୍ତି ଇମ୍ରାନ ଖାନ । ପାକିସ୍ତାନର ରାଜକୋଷର କୋଟି କୋଟି ଟଙ୍କାର ଉପହାରକୁ ଇମ୍ରାନ ଶସ୍ତାରେ ବିକ୍ରି କରିଥିବା ଅଭିଯୋଗ ରହିଛି । କୋର୍ଟ ଏହି ମାମଲାରେ ଇମ୍ରାନଙ୍କୁ ଦୋଷୀ ବୋଲି ମାନିଛନ୍ତି । ଏହା ପରେ ତାଙ୍କ ନାଁରେ ଜାମିନ ବିହୀନ ଗିରଫ ଓ୍ବାରେଣ୍ଟ ଜାରି କରିଛନ୍ତି ।
ପାକିସ୍ତାନ କ୍ୟାବିନେଟରେ ତେଶାଖାନା ଏକ ବିଭାଗ । ଏହି ବିଭାଗ ନିକଟରେ ବିଦେଶରୁ ରାଷ୍ଟ୍ରମୁଖ୍ୟ ତଥା ଅତିଥୀ ପାକ୍ ସରକାରଙ୍କୁ ଦେଉଥିବା ଉପହାରକୁ ରଖାଯାଇଥାଏ । ନିୟମ ଅନୁସାରେ ପାକିସ୍ତାନକୁ କୌଣସି ବିଦେଶୀ ଅତିଥୀ ତଥା ରାଷ୍ଟ୍ରମୁଖ୍ୟ ଦେଇଥିବା ଉପହାର ଗୁଡିକ ତେଶାଖାନାରେ ରଖାଯିବା ଉଚିତ । ଇମ୍ରାନ ୨୦୧୮ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଥିଲେ । ସେତେବେଳେ ଦୁବାଇ ଗସ୍ତ ବେଳେ ସେଠାକାର ଶାସକ ଅନେକ ଦାମୀ ଉପହାର ପ୍ରଦାନ କରିଥିଲେ । ଏହା ସହିତ ଅନେକ ରାଷ୍ଟ୍ରମୁଖ୍ୟଙ୍କ ଠାରୁ ଅନେକ ଦୁର୍ଲଭ ଉପହାର ମିଳିଥିଲା ।
ଏହି ଖବର ପଢ଼ନ୍ତୁ -
http://ରଙ୍ଗେଇଲୁଣ୍ଡାରୁ ଉଡ଼ିଲା ବିମାନ: ଶୁଭାରମ୍ଭ କଲେ ମନ୍ତ୍ରୀ ଉଷା ଦେବୀଙ୍କ ସହ ଶ୍ରୀକାନ୍ତ ସାହୁଏହାପରେ ଏହି ଉପହାର ସବୁକୁ ଅତି କମ ଦାମରେ କିଣି ଅଧିକ ଦାମରେ ବିକିଥିବା ଅଭିଯୋଗ ହୋଇଛି । ସେତେବେଳେ ଏହି ପ୍ରକ୍ରିୟାକୁ ଆଇନ ଅନୁସାରେ ଅନୁମୋଦନ ମିଳିଥିଲା । ଇମ୍ରାନ ତାଙ୍କ ନିକଟରେ ଏହି ସମସ୍ତ ବିକ୍ରି କାଗଜପତ୍ର ରଖିଥିବା କହିବା ସହିତ ବିରୋଧୀଙ୍କ ଅଭିଯୋଗ ଆଧାର ହୀନ ବୋଲି କହିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।