ଯୁବକକୁ ଚାପୁଡ଼ା ମାରିଲେ ପାକିସ୍ତାନ ସାମ୍ୱାଦିକା
News 18 Odia Digital
ନୂଆଦିଲ୍ଲୀ; ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ଜଣେ ପାକିସ୍ତାନୀ ସାମ୍ବାଦିକାଙ୍କ ଭିଡିଓ । ଯେଉଁଥିରେ ସର୍ବ ସାଧାରଣରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ପ୍ରାୟ ୪ଲକ୍ଷ ଲୋକ ଏହି ଭିଡିଓ ଦେଖିଛନ୍ତି ଏବଂ ରି ଟ୍ୱିଟ କରିଛନ୍ତି । ଏହି ଭିଡିଓ ଦେଖିବା ପରେ କିଛି ଅନଲାଇନ୍ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି ଏହାସହ ଅନ୍ୟକିଛି ଜଣ ସମାଲୋଚନା କରିଛନ୍ତି ।
ଭିଡିଓରେ ଥିବା ସାମ୍ବାଦିକା ଜଣକ କ୍ୟାମେରାରେ ଏକ ବିବୃତି ଉପସ୍ଥାପନ କରୁଥିଲେ । ସେହି ସମୟରେ ତାଙ୍କ ପାଖରେ ଠିଆ ହୋଇଥିବା ଜଣେ ଯୁବକର କିଛି କାର୍ଯ୍ୟକଳାପକୁ ନେଇ ହଠାତ୍ ସେ କ୍ରୋଧିତ ହୋଇଥିଲେ । ସେ କାହିଁକି ଏତେ ରାଗିଗଲେ ତାହା ଜଣା ପଡି ନଥିଲା, କିନ୍ତୁ ଉପସ୍ଥାପନ କରିବା ସମୟରେ ସେ ଅଡୁଆ କରୁଥିବା ଯୁବକଙ୍କୁ ଚାପୁଡ଼ା ମାରିଥିଲେ । ଏହା କୁହାଯାଉଛି କି ସେହି ସମୟରେ ଯୁବକ ଜଣକ କିଛି ଏମିତି କଥା କହିଥିଲେ ଯେଉଁଥିପାଇଁ ସାମ୍ବାଦିକା ଜଣଙ୍କ ରାଗି ଯାଇଥିଲେ ।
ଭିଡିଓଟି ବିଭିନ୍ନ ପ୍ଲାଟଫର୍ମରେ ପୋଷ୍ଟ ହେବା ପରଠାରୁ ହଜାର ହଜାର ଲାଇକ୍ ଏବଂ ରିଟ୍ୱିଟ ପାଇଛି । ସୋସିଆଲ ମିଡିଆ ସାଇଟର ଜଣେ ଉପଭୋକ୍ତା ଭିଡିଓ ଉପରେ ମନ୍ତବ୍ୟ ଦେଇ ଲେଖିଛନ୍ତ, ଏହି ବ୍ୟକ୍ତି ନିଶ୍ଚିତ ଭାବରେ ଅସଦାଚରଣ କରିଥିବ ।
ବିଭିନ୍ନ ଆଡୁ ସମାଲୋଚିତ ହେବା ପରେ ପାକିସ୍ତାନୀ ସାମ୍ବାଦିକା ମାଏରା ହାସମୀ ସ୍ପଷ୍ଟୀକରଣ ମଧ୍ୟ ରଖିଛନ୍ତି । ସେ କହିଛନ୍ତି ଏହି ଯୁବକ ଜଣକ ଟ୍ୱିଟରରେ କରାଯାଇଥିବା ପୋଷ୍ଟରେ ଏକ ପରିବାରକୁ ଧମକ ଚମକ ଦେଉଥିଲେ । ବୁଝାସୁଝା କରିବାକୁ ଚେଷ୍ଟା କରାଯାଇଥିଲେ ବି ଯୁବକ ଜଣକ ଯୁକ୍ତି କରିଥିଲେ । ଏହିଭଳି ବ୍ୟବହାରକୁ ସହ୍ୟ କରିବା ଆଉ ସମ୍ଭବ ହେଲା ନାହିଁ । ତେଣୁ ସେଠାରେ ଚାପୁଡ଼ା ମାରିବାକୁ ବାଧ୍ୟ ହୋଇଥିଲି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।