ମାସିକ ଧର୍ମ ହୋଇସାରିଥିବା ଖ୍ରୀଷ୍ଟିୟାନ୍ ନାବାଳିକା ସହ ବିବାହ ବୈଧ: ପାକିସ୍ତାନୀ ହାଇ କୋର୍ଟ

ହୁମା ନାଆଁର ସେହି ୧୪ ବର୍ଷିୟା ଖ୍ରୀଷ୍ଟିୟାନ ଝିଅଟିକୁ ଗତ ଅକଟୋବର ମାସ ଅପହରଣ କରି ନେବା ପରେ ତାକୁ ଇସଲାମ୍ ଧର୍ମକୁ ପରିବର୍ତ୍ତିତ କରାଯାଇଥିଲା ଓ ତା’ ବିବାହ ଜବରଦସ୍ତି ଅପହରଣକାରୀ ଅବଦୁଲ୍ ଜବ୍ବାର ସହ କରିଦିଆଯାଇଥିଲା ।

ମାସିକ ଧର୍ମ ହୋଇସାରିଥିବା ଖ୍ରୀଷ୍ଟିୟାନ୍ ନାବାଳିକା ସହ ବିବାହ ବୈଧ: ପାକିସ୍ତାନୀ ହାଇ କୋର୍ଟ
ହୁମା ୟୁନିସ୍‌ (ଫଟୋ ସାଭାର: ଆଇ.ସି.ଏନ୍‌.)
  • News18 Odia
  • Last Updated: February 9, 2020, 9:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କରାଚ଼ୀ: ପାକିସ୍ତାନରେ ସିନ୍ଧ୍‌ ହାଇ କୋର୍ଟ ଏକ ଫଇସଲା ଶୁଣାଇ କହିଛନ୍ତି ଯେ ଜଣେ ନାବାଳିକାଙ୍କର ଯଦି ପ୍ରଥମ ମାସିକ ଧର୍ମ ହୋଇସାରିଥାଏ ତାହେଲେ ତାଙ୍କୁ ବିବାହ କରିବା ଆଇନସମ୍ମତ । ଏହି ରାୟ ଆସିବା ପରେ ଜଣେ ୧୪ ବର୍ଷିୟା ଖ୍ରୀଷ୍ଟିୟାନ ଝିଅର ମା’ ଓ ବାପା ସୁପ୍ରୀମ୍‌ କୋର୍ଟରେ ଅପୀଲ କରିବାକୁ ମନସ୍ଥ କରିଛନ୍ତି ।

ହୁମା ୟୁନିସ୍‌ ନାଆଁର ସେହି ଖ୍ରୀଷ୍ଟିୟାନ ଝିଅଟିକୁ ଗତ ଅକଟୋବର ମାସ ଅପହରଣ କରି ନିଆଯିବା ପରେ ତାକୁ ଇସଲାମ୍‌ ଧର୍ମକୁ ପରିବର୍ତ୍ତିତ କରାଯାଇଥିଲା ଓ ତା’ପରେ ତା’ ବିବାହ ଜବରଦସ୍ତି ତା’ ଅପହରଣକାରୀ ଅବଦୁଲ୍‌ ଜବ୍‌ବାର ସହ କରିଦିଆଯାଇଥିଲା ବୋଲି ତା’ ବାପା ୟୁନିସ୍‌ ଓ ମାଆ ନଗୀନା ମସୀହ୍‌ କହିଛନ୍ତି ।

ସିନ୍ଧ୍‌ ହାଇ କୋର୍ଟ ନିଜ ରାୟରେ ଶାରିଆ ଆଇନ ଅନୁସାରେ ପ୍ରଥମ ମାସିକ ଧର୍ମ ହୋଇସାରିଥିବା ନାବାଳିକା ସହ ବିବାହ ବୈଧ ବୋଲି କହିଥିଲେ ।

ୟୁନିସ୍‌ ଓ ମାଆ ନଗୀନା ମସୀହଙ୍କ ଓକିଲ ତବସ୍ସୁମ୍‌ ୟୁସୁଫ କହିଛନ୍ତି ଯେ ହୁମାର ମାଆ-ବାପା ତାକୁ ଦେଖା କରିବାକୁ ଅନୁମତି ଲୋଡ଼ିବା ବେଳେ କୋର୍ଟ ପୋଲିସକୁ ତା’ର ବୟସ ଯାଞ୍ଚ ପାଇଁ ହେଉଥିବା ପରୀକ୍ଷାଗୁଡ଼ିକ ଉପରେ ନଜର ରଖିବାକୁ କହିଥିଲେ । ହେଲେ ନ୍ୟାୟାଧୀଶ ମହମ୍ମଦ ଇକବାଲ୍‌ କଲହରୋ ଓ ଇର୍‌ଶାଦ୍‌ ଅଲୀ ହୁମା ନାବାଳିକା ହୋଇଥିବା ସତ୍ୱେ ତା’ ସହ ବିବାହକୁ ଶାରିଆ ଆଇନ୍‌ ଅନୁସାରେ ବୈଧ ବୋଲି କହିଥିଲେ ।

ହୁମା ୟୁନିସ୍‌ ଓ ତା’’ ସ୍କୁଲ୍‌ ପରିଚ଼ୟପତ୍ର (ଫଟୋ ସାଭାର: ନୟା ଦୌର୍‌)


ତବସୁମ୍ ୟୁସୁଫ୍ କହିଛନ୍ତି ହୁମାର ମାତାପିତା ତା’ ପାଇଁ ସୁପ୍ରିମ କୋର୍ଟରେ ନ୍ୟାୟ ମାଗିବେ । ସେ କହିଛନ୍ତି ଯେ ସିନ୍ଧ୍‌ ହାଇ କୋର୍ଟର ଏହି ଫଇସଲା ୨୦୧୪ ରେ ପାରିତ ସିନ୍ଧ୍‌ ବାଲ୍ୟ ବିବାହ ନିରୋଧକ ଆଇନର ବିରୁଦ୍ଧାଚ଼ରଣ କରୁଛି । ଏହି ଆଇନ୍‌ ସିନ୍ଧରେ ୧୮ ବର୍ଷରୁ କମ୍ ବୟସର ଝିଅମାନଙ୍କର, ମୁଖ୍ୟତଃ ହିନ୍ଦୁ ଓ ଖ୍ରୀଷ୍ଟିୟାନ ସମୁଦାୟର ଝିଅମାନଙ୍କର, ଜବରଦସ୍ତି ହେଉଥିବା ବିବାହ ରୋକିବା ପାଇଁ ପାରିତ ହୋଇଥିଲା ।

‘‘ଝିଅଟିର ମା ଓ ବାପା ଜାଣିଥିଲେ ଯେ ଅନୁସନ୍ଧାନକାରୀ ପୋଲିସ ଅଧିକାରୀ ଅବ୍ଦୁଲ ଜବ୍ବର ଓ ତାଙ୍କ ପରିବାରକୁ ସମର୍ଥନ କରୁଛନ୍ତି । ଯେ ହୁମାଙ୍କ ବୟସ ପରୀକ୍ଷଣର ପରିଣାମକୁ ଭୁଲ୍ ଦେଖାଇ ଦିଆଯାଇପାରେ ଓ ତାକୁ ଜବ୍ବର ସହିତ ତା’ ଘରକୁ ପଠାଇ ଦିଆଯାଇପାରେ ବୋଲି ବି ହୁମାର ମା ଓ ବାପାଙ୍କୁ ଡ଼ର ଲାଗୁଛି,’’ କହିଛନ୍ତି ଓକିଲ ତବସ୍ସୁମ୍‌ ।

ହୁମାର ମା ଓ ବାପା ତା’ର ଚର୍ଚ୍ଚ ଓ ସ୍କୁଲ ଡକ୍ୟୁମେଣ୍ଟ୍‌ ଉପସ୍ଥାପିତ କରି କହିଛନ୍ତି ଯେ ତା’ର ବୟସ ୧୪ ବର୍ଷ । ହୁମାକୁ ତା’ ବୟସ ନିର୍ଧାରଣ ହେବା ପର୍ଯ୍ୟନ୍ତ ତା’ କଥିତ ସ୍ବାମୀଙ୍କ ଠାରୁ ଦୂରରେ ଓ ଏକ ମହିଳାଶ୍ରମରେ ରଖିବାକୁ ସେମାନେ କୋର୍ଟକୁ ଅନୁରୋଧ କରିଛନ୍ତି ।
First published: February 9, 2020, 9:37 PM IST
corona virus btn
corona virus btn
Loading