ପୁଣି ୪୦ କେଜିର ଡ୍ରଗ୍ସ ଜବତ; ପାକିସ୍ତାନୀ ବୋଟକୁ ଅଟକାଇଲା ଇଣ୍ଡିଆନ୍ କୋଷ୍ଟଗାର୍ଡ

Pakistani boat: ଯାଞ୍ଚ ସମୟରେ ପାକିସ୍ତାନୀ ବୋଟରୁ ୨୦୦ କୋଟି ଟଙ୍କା ମୂଲ୍ୟର ୪୦ କିଲୋଗ୍ରାମ ଡ୍ରଗ୍ସ ଜବତ କରାଯାଇଥିଲା। ଗୁଜୁରାଟର ଜଖାଉ ଉପକୂଳଠାରୁ ୩୩ ସମୁଦ୍ର ମାଇଲ ଦୂରରେ ଥିବା ଭାରତୀୟ ତଟରକ୍ଷୀ ବାହିନୀର ଦୁଇଟି ଦ୍ରୁତ ଆକ୍ରମଣ ବୋଟ ଦ୍ୱାରା ପାକିସ୍ତାନୀ ବୋଟକୁ ଅଟକାଇ ଦିଆଯାଇଥିଲା।

ପାକିସ୍ତାନୀ ବୋଟକୁ ଅଟକାଇଲା ଇଣ୍ଡିଆନ୍ କୋଷ୍ଟଗାର୍ଡ

ପାକିସ୍ତାନୀ ବୋଟକୁ ଅଟକାଇଲା ଇଣ୍ଡିଆନ୍ କୋଷ୍ଟଗାର୍ଡ

  • News18 Odia
  • Last Updated :
  • Share this:
News18 Odia Digital

Pakistani boat: ଇଣ୍ଡିଆନ୍ କୋଷ୍ଟଗାର୍ଡ ଓ ଗୁଜୁରାଟ ଆତଙ୍କବାଦ ବିରୋଧୀ ସ୍କାଡକୁ ଏକ ବଡ଼ ସଫଳତା ମିଳିଛି। ବୁଧବାର ସକାଳେ ଇଣ୍ଡିଆନ କୋଷ୍ଟଗାର୍ଡ ଓ ଗୁଜୁରାଟ ଆତଙ୍କବାଦ ନିରୋଧୀ ମିଳିତ ସ୍କାଡ ପାକିସ୍ତାନୀ ବୋଟକୁ ଭାରତୀୟ ସମୁଦ୍ରରେ ଅଟକାଇ ରଖିଛନ୍ତି।

ଏହା ଭାରତୀୟ ସମୁଦ୍ର ଭିତରେ ପ୍ରାୟ ୯ କିଲୋମିଟର ଅନୁପ୍ରବେଶ କରିଥିଲା।



ଯାଞ୍ଚ ସମୟରେ ପାକିସ୍ତାନୀ ବୋଟରୁ ୨୦୦ କୋଟି ଟଙ୍କା ମୂଲ୍ୟର ୪୦ କିଲୋଗ୍ରାମ ଡ୍ରଗ୍ସ ଜବତ କରାଯାଇଥିଲା। ଗୁଜୁରାଟର ଜଖାଉ ଉପକୂଳଠାରୁ ୩୩ ସମୁଦ୍ର ମାଇଲ ଦୂରରେ ଥିବା ଭାରତୀୟ ତଟରକ୍ଷୀ ବାହିନୀର ଦୁଇଟି ଦ୍ରୁତ ଆକ୍ରମଣ ବୋଟ ଦ୍ୱାରା ପାକିସ୍ତାନୀ ବୋଟକୁ ଅଟକାଇ ଦିଆଯାଇଥିଲା।

ଅଧିକ ଅନୁସନ୍ଧାନ ଓ କାର୍ଯ୍ୟାନୁଷ୍ଠାନ ପାଇଁ ବୋଟର ପାକିସ୍ତାନୀ କର୍ମଚାରୀଙ୍କୁ ଜଖାଉ ଅଣାଯାଇଛି।
Published by:Lipina Das
First published: