ରାମଦେବ ବାବାଙ୍କ ବଡ଼ ଦାବୀ: ଖୁବଶୀଘ୍ର ପାକିସ୍ତାନ ୪ ଖଣ୍ଡ ହୋଇ ଭାରତରେ ବିଲୟ ହେବ

Ramdeb baba: ଭାରତ ମହାଶକ୍ତିରେ ପରିଣତ ହେବ ଓ ପାକିସ୍ତାନ ଜଲଦି ଭାରତରେ ମିଶିବ: ରାମଦେବ ବାବା

ରାମଦେବ ବାବା

ରାମଦେବ ବାବା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Ramdeb baba: ନିଜର ବକ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ରାମଦେବ ବାବା (Ramdeb Baba) ଗୁରୁବାର ଦିନ ଦାବି କରିଛନ୍ତି ଯେ ପାକିସ୍ତାନ(Pakistan) ଖୁବ୍ ଶୀଘ୍ର ଚାରି ଭାଗରେ ବିଭକ୍ତ ହେବ ଓ ଭାରତ ସହ ମିଶିବ। ପତଞ୍ଜଳି ଯୋଗପୀଠରେ ୭୪ ତମ ଗଣତନ୍ତ୍ର ଦିବସ(republic Day)ରେ ଆୟୋଜିତ ସମାରୋହରେ ରାମଦେବ ଏପରି କହିଛନ୍ତି। ସେ କହିଛନ୍ତି, 'ସିନ୍ଧ, ବାଲୁଚିସ୍ତାନ, ପଞ୍ଜାବ ଓ ପାକିସ୍ତାନ ଅଧିକୃତ କାଶ୍ମୀର ସମସ୍ତେ ଅଲଗା ରାଷ୍ଟ୍ରରେ ପରିଣତ ହେବେ ଓ ପାକିସ୍ତାନ ଏକକ ଦେଶ ହୋଇ ରହିବ।

Venus: ଭଲ ଜୀବନ ସାଥି ଓ ବିଳାସପୂର୍ଣ୍ଣ ଜୀବନ ପାଇଁ କରନ୍ତୁ ଶୁକ୍ରକୁ ମଜବୁତ


ପଡୋଶୀ ଦେଶର ସଙ୍କଟ ବାବଦରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ସମସ୍ତ ଖଣ୍ଡ ଭାରତରେ ମିଶିବ ଏବଂ ଭାରତ ଏକ ମହାଶକ୍ତି ହେବ। ଯୋଗ ଗୁରୁ କହିଛନ୍ତି ଯେ ପଞ୍ଜାବ, ସିନ୍ଧ, ବାଲୁଚିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରର ଭାରତ ସହିତ ସାଂସ୍କୃତିକ ପରିଚୟ ରହିଛି ତେଣୁ ସେ ନିଜେ ଭାରତ ସହ ମିଶ୍ରଣ କରିବାକୁ ପ୍ରସ୍ତାବ ଦେବେ।

ସନାତନ ହିନ୍ଦୁ ଧର୍ମକୁ ଅପମାନିତ କରିବାକୁ ଚେଷ୍ଟା କରାଯାଉଛି: ରାମଦେବ ବାବା

ରାମଦେବ ଦାବି କରିଛନ୍ତି, 'ଭାରତ ଏକ ମହାଶକ୍ତି ହେବ। ଏହା ହେଉଛି ସମୟର ଆହ୍ୱାନ ଏବଂ ଏହା ଘଟିବାକୁ ଯାଉଛି। ଦେଶର ସନାତନ ପରମ୍ପରା ସହିତ ଜଡିତ ମହାନ ବ୍ୟକ୍ତିଙ୍କ ଅପମାନକୁ ନେଇ ରାମଦେବ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଭାରତରେ ଏକ ଧାର୍ମିକ ଆତଙ୍କବାଦ ଚାଲିଛି ଓ ସନାତନ ହିନ୍ଦୁ ଧର୍ମକୁ ଅପମାନିତ କରିବାକୁ ଉଦ୍ୟମ କରାଯାଉଛି।

ପାକିସ୍ତାନୀ ମୁଦ୍ରା ୨୪ଟଙ୍କା ହ୍ରାସ ପାଇବାର କାରଣ କଣ ? ଜାଣନ୍ତୁ ଏହା ପଛର କାରଣ


ଆହୁରି ମଧ୍ୟ ଯୋଗ ଗୁରୁ କହିଛନ୍ତି ଯେ ଯେଉଁମାନେ ଧାର୍ମିକ ଶାସ୍ତ୍ର ଓ ସନାତନ ପରମ୍ପରାର ମହାନ ବ୍ୟକ୍ତିଙ୍କୁ ଅପମାନ କରନ୍ତି ସେମାନେ ଭାରତ ବିରୋଧୀ ଏବଂ ଆନ୍ତର୍ଜାତୀୟ ଶକ୍ତିଙ୍କ ଆଦେଶରେ ଏପରି କାର୍ଯ୍ୟ କରୁଛନ୍ତି ଯାହା ଭାରତକୁ ଅପମାନିତ କରିବ। ଏହିପରି ଲୋକଙ୍କୁ ଦୃଢ଼ ବିରୋଧ କରିବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି।
Published by:Soumya Das
First published: