ବୋମା ବିସ୍ଫୋରଣରେ ପୁଣି ଥରେ ଥରିଲା ପାକିସ୍ତାନ; ୨୮ ଜଣଙ୍କର ମୃତ୍ୟୁ, ୧୫୦ରୁ ଅଧିକ ଆହତ

ପାକିସ୍ତାନରେ ଭୟାନକ ବିସ୍ଫୋରଣ ସାମ୍ନାକୁ ଆସିଛି । ପେଶୱାରରେ ବିସ୍ଫୋରଣ ହେତୁ ମସଜିଦର ଛାତ ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି। ଅନେକ ଲୋକ ଭୁଷୁଡିଥିବା କୋଠା ତଳେ ପୋତି ହୋଇଛନ୍ତି ।

ବୋମା ବିସ୍ଫୋରଣରେ ପୁଣି ଥରେ ଥରିଲା ପାକିସ୍ତାନ; ୨୮ ଜଣଙ୍କର ମୃତ୍ୟୁ, ୧୫୦ରୁ ଅଧିକ ଆହତ

ବୋମା ବିସ୍ଫୋରଣରେ ପୁଣି ଥରେ ଥରିଲା ପାକିସ୍ତାନ; ୨୮ ଜଣଙ୍କର ମୃତ୍ୟୁ, ୧୫୦ରୁ ଅଧିକ ଆହତ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ପାକିସ୍ତାନରେ ଭୟାନକ ବିସ୍ଫୋରଣ (Blast in pakistan) ସାମ୍ନାକୁ ଆସିଛି । ପେଶୱାରରେ ବିସ୍ଫୋରଣ ହେତୁ ମସଜିଦର ଛାତ ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି। ଅନେକ ଲୋକ ଭୁଷୁଡିଥିବା କୋଠା ତଳେ ପୋତି ହୋଇଛନ୍ତି । ଉକ୍ତ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି ।

ବୋମା ବିସ୍ଫୋରଣରେ ପାକିସ୍ତାନ ପୁଣି ଥରେ କମ୍ପନ ସୃଷ୍ଟି ହୋଇଛି । ସୋମବାର ଅପରାହ୍ନରେ ପେଶୱାରର ଏକ ମସଜିଦରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ ହୋଇଥିଲା । ପେଶୱାରର ପୋଲିସ୍ ଲାଇନ୍ ଅଞ୍ଚଳରେ ଅବସ୍ଥିତ ମସଜିଦରେ ଜୋହର ପ୍ରାର୍ଥନା ସମୟରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି । ମସଜିଦରେ ହୋଇଥିବା ବିସ୍ଫୋରଣ ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଛନ୍ତି । ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ଏହି ବିସ୍ଫୋରଣରେ ୨୮ ଜଣଙ୍କର ମୃତ୍ୟୁ (Death) ହୋଇଥିବାବେଳେ ୧୫୦ ରୁ ଅଧିକ ଲୋକ ଆହତ ( Injury ) ହୋଇଛନ୍ତି । ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରାର୍ଥନା ସମୟରେ ଆକ୍ରମଣକାରୀ ନିଜ ଦେହରେ ବୋମା ଲଗାଇ ବିସ୍ଫୋରଣ କରିଥିଲା । ବୋମା ବିସ୍ଫୋରଣରେ ମସଜିଦର ଛାତ ଭୁଶୁଡି ପଡିଛି। ଏଥିରେ ଅନେକ ପୋଲିସ କର୍ମଚାରୀ ମଧ୍ୟ ପ୍ରାଣ ହରାଇଛନ୍ତି । ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ବର୍ତ୍ତମାନ ପାକିସ୍ତାନୀ ସେନା ଏହି ଅଞ୍ଚଳକୁ ଘେରି ରହିଛନ୍ତି।

ଉକ୍ତ ସ୍ଥାନକୁ ସଂପୂର୍ଣ୍ଣ ସିଲ୍ କରିବା ପରେ କେବଳ ଆମ୍ବୁଲାନ୍ସକୁ ଆସିବାକୁ ଅନୁମତି ଦିଆଯାଇଛି। ସୁରକ୍ଷା ଅଧିକାରୀଙ୍କ କହିବାନୁସାରେ, ଆତ୍ମଘାତୀ ବିସ୍ଫୋରଣକାରୀ ମସଜିଦରେ ପ୍ରାର୍ଥନା କରିବା ସମୟରେ ଆଗ ଧାଡ଼ିରେ ଉପସ୍ଥିତ ଥିଲେ ଏବଂ ପରେ ନିଜକୁ ବିସ୍ଫୋରଣ କରିଥିଲେ । କୁହାଯାଉଛି ଯେ ବିସ୍ଫୋରଣ ଘଟିଥିବା ସ୍ଥାନ ନିକଟରେ ସେନା ୟୁନିଟର ଏକ କାର୍ଯ୍ୟାଳୟ ଅଛି।

ରିପୋର୍ଟ ଅନୁଯାୟୀ, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ମସଜିଦର ଏକ ଅଂଶ ଭୁଶୁଡି ପଡିଥିଲା। ଅନେକ ଦୂରକୁ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା । ପରେୱର ପୋଲିସ୍ ଲାଇନରେ ଉପସ୍ଥିତ ଥିବା ଲୋକମାନେ କହିଛନ୍ତି ଯେ ବିସ୍ଫୋରଣ ପରେ ଆକାଶରେ ଧୂଳି ଓ ଧୂଆଁ ଦେଖିବାକୁ ମିଳିଥିଲା । ପେଶୱାରର (ଏଲଆରସି) ମୁଖପାତ୍ର ମହମ୍ମଦ ଅସୀମ ପାକିସ୍ତାନୀ ଗଣମାଧ୍ୟମକୁ କହିଛନ୍ତି ଯେ ଆହତମାନଙ୍କୁ ଡାକ୍ତରଖାନାକୁ ଅଣାଯାଉଛି ।

ଅଧିକ ପଢ଼ନ୍ତୁ - http://ଆଥିଆ-ରାହୁଲଙ୍କ ବିବାହ ଆଲବମ୍; ସାମ୍ନାକୁ ଆସିଲା ବିଶେଷ ସମୟର ଫଟୋ
Published by:Soubhagya Mishra
First published: