୭୦ ବର୍ଷୀୟ ମହିଳାଙ୍କ ସହ ୩୭ ଯୁବକର ବିବାହ; ବୃଦ୍ଧାବସ୍ଥାରେ ମିଳିଲା ଯୌବନ ପ୍ରେମ

୩୭ ବର୍ଷୀୟ ଯୁବକ ଇଫ୍ଟିଖାର ୭୦ ବର୍ଷିୟ କିଶ୍ଵର ବିବିଙ୍କୁ ବିବାହ କରିଛନ୍ତି । ଦୀର୍ଘ ସମୟ ଧରି ଦୁହେଁ ପରସ୍ପରକୁ ପସନ୍ଦ କରୁଥିଲେ କିନ୍ତୁ ବୟସ ବିବାହରେ ସବୁଠାରୁ ବଡ ପ୍ରତିବନ୍ଧକ ସାଜିଥିଲା ।

୭୦ ବର୍ଷୀୟ ମହିଳାଙ୍କ ସହ ୩୭ ଯୁବକର ବିବାହ; ବୃଦ୍ଧାବସ୍ଥାରେ ମିଳିଲା ଯୌବନ ପ୍ରେମ

୭୦ ବର୍ଷୀୟ ମହିଳାଙ୍କ ସହ ୩୭ ଯୁବକର ବିବାହ; ବୃଦ୍ଧାବସ୍ଥାରେ ମିଳିଲା ଯୌବନ ପ୍ରେମ

  • Share this:
News 18 Odia Digital

ଇସଲାମାବାଦ: ପାକିସ୍ତାନରେ ଏକ ବିବାହ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ବାସ୍ତବରେ, ୩୭ ବର୍ଷୀୟ ଯୁବକ ଇଫ୍ଟିଖାର ୭୦ ବର୍ଷିୟ କିଶ୍ଵର ବିବିଙ୍କୁ ବିବାହ କରିଛନ୍ତି । ଦୀର୍ଘ ସମୟ ଧରି ଦୁହେଁ ପରସ୍ପରକୁ ପସନ୍ଦ କରୁଥିଲେ କିନ୍ତୁ ବୟସ ବିବାହରେ ସବୁଠାରୁ ବଡ ପ୍ରତିବନ୍ଧକ ସାଜିଥିଲା । ପୁଅର ପରିବାର ଏଥିରେ ରାଜି ହୋଇନଥିଲେ ଏବଂ ଇଫ୍ଟିଖାର ଅନ୍ୟ କାହାକୁ ବିବାହ କରିବାକୁ ବାଧ୍ୟ ହୋଇଥିଲେ । କିଶ୍ୱର ୭୦ ବର୍ଷ ପର୍ଯ୍ୟନ୍ତ କୁମାରୀ ରହିଥିଲେ ।

ବର୍ତ୍ତମାନ ଦୁହେଁ ନିଜ ଇଚ୍ଛା ପୂରଣ କରି ପରସ୍ପରକୁ ବିବାହ କରିଛନ୍ତି । ଉଭୟଙ୍କ ବିବାହର ଭିଡିଓ ଏବଂ କାହାଣୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । କୁହାଯାଉଛି ଯେ ଯେତେବେଳେ ଇଫ୍ଟିଖାର ବହୁତ ଛୋଟ ଥିଲେ, ସେ କିଶ୍ୱର ବିବିଙ୍କୁ ପସନ୍ଦ କରୁଥିଲେ । ବୃଦ୍ଧ ହେବାପରେ, ଯେତେବେଳେ ଇଫ୍ଟିହାର ବିବାହ କରିବାକୁ ଇଚ୍ଛା ପ୍ରକାଶ କଲେ, ସେତେବେଳେ ତାଙ୍କ ମା ରାଜି ହୋଇନଥିଲେ । ଏହା ପରେ କିଶ୍ୱର କାହାକୁ ବିବାହ ନକରିବାକୁ ନିଷ୍ପତ୍ତି ନେଇଥିଲେ ।

ଇଫ୍ଟିହାରର ପ୍ରଥମ ବିବାହରୁ ୬ ଟି ସନ୍ତାନ ଅଛନ୍ତି । ତଥାପି ସେ ବର୍ତ୍ତମାନ କିଶ୍ୱରଙ୍କୁ ବିବାହ କରିଛି । ୭୦ ବର୍ଷ ବୟସରେ କିଶ୍ଵରଙ୍କର କୌଣସି ଧାରଣା ନଥିଲା ଯେ ସେ ଯୌବନର ପ୍ରେମକୁ ବିବାହ କରିବେ । ବିବାହ ପରେ, ବର୍ତ୍ତମାନ କିଶ୍ୱର ତାଙ୍କ ଜୀବନ ସାଥୀ ଇଫ୍ଟିଖାରଙ୍କ ସହ ହନିମୁନ୍ ପାଇଁ କରାଚି ଏବଂ ମାରି ହିଲ୍ ଷ୍ଟେସନକୁ ଯିବାକୁ ଚାହୁଁଛନ୍ତି ।
Published by:Soubhagya Mishra
First published: