ଆତଙ୍କବାଦୀମାନଙ୍କୁ କରାଚୀରେ ୧୫ ଦିନ ଟ୍ରେନିଂ ଦେଇଥିଲା ISI, ଫାର୍ମହାଉସରେ ଦେଇଥିଲା ଫେୟାରୱେଲ୍‌

Pakistan trained 2 terrorists for 15 days in Karachi, gave farewell | ଓସାମା ଲକ୍ଷ୍ନୌରୁ ଏକ ବିମାନରେ ଓମାନର ରାଜଧାନୀ ମସ୍କାଟକୁ ଯାଇଥିଲା । ସେଠାରେ ଜଣେ ବଙ୍ଗାଳୀ ଭାଷାଭାଷୀ କ୍ୟାବ୍ ଡ୍ରାଇଭର୍ ଘରେ ରହିଥିଲା । ସେ ତାକୁ ଜଣେ ହୋଟେଲ ମ୍ୟାନେଜରଙ୍କ ସହ ଭେଟ କରାଇଥିଲା । ହୋଟେଲ୍ ମ୍ୟାନେଜର୍ ପାକିସ୍ତାନୀ ଥିଲେ ।

ସନ୍ଦିଗ୍ଧ ଆତଙ୍କବାଦୀ ଓସାମା ଓ କମର୍ (ଡାହାଣ)

ସନ୍ଦିଗ୍ଧ ଆତଙ୍କବାଦୀ ଓସାମା ଓ କମର୍ (ଡାହାଣ)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଗତ ମାସରେ ଆତଙ୍କବାଦ-ବିରୋଧୀ ଚଢ଼ାଉରେ ଦିଲ୍ଲୀ ପୋଲିସ ଯେଉଁ ଦୁଇ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ସେମାନଙ୍କୁ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇ.ଏସ୍‌.ଆଇ. (ISI) ପାକିସ୍ତାନୀ ମାଟିରେ ଖାଲି ଯେ ୧୫ ଦିନ ଧରି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ବିଷୟରେ ତାଲିମ ଦେଇଥିଲା ତାହା ନୁହେଁ, ବରଂ ସେ ଦୁହିଁଙ୍କୁ ଭାରତ ପଠାଯିବା ପୂର୍ବରୁ ସେମାନଙ୍କ ତାଲିମରର ଶେଷ ଦିନରେ ଏକ ବିଦାୟ ସମାରୋହ ବି ଆୟୋଜନ କରାଯାଇଥିଲା (Pakistan trained terrorists)।

ଭାରତୀୟ ଗୁପ୍ତଚର ସଂସ୍ଥାର ସୂତ୍ରମାନେ ନ୍ୟୁଜ୍୧୮କୁ କହିଛନ୍ତି କେମିତି ଏହି ଦୁଇ ଜଣ ସନ୍ଦିଗ୍ଧ ଆତଙ୍କବାଦୀ – ୨୨ ବର୍ଷୀୟ ଓସାମା ଓ ୨୮ ବର୍ଷୀୟ ଜୀଶନ୍ କମର୍‌ – ଲକ୍ଷ୍ନୌରୁ ଓମାନ୍‌, ତା’ ପରେ ଇରାନ୍‌ ଓ ଶେଷରେ ପାକିସ୍ଥାନକୁ ଯାଇଥିଲେ । ସେମାନେ ଯେଉଁ ରାସ୍ତାରେ ପାକିସ୍ତାନ ଯାଇଥିଲେ, ସେହି ରାସ୍ତାରେ ଭାରତରେ ବି ପହଞ୍ଚିଥିଲେ । ଏହି ଯାତ୍ରା ପାଇଁ ଉଭୟ ମୁଖ୍ୟତଃ ସ୍ପିଡ୍‌-ବୋଟ୍‌ ବ୍ୟବହାର କରୁଥିଲେ ବୋଲି ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଫ୍ରି ଫାୟାର୍ ଗେମ୍ ଖେଳିବାକୁ ମାମନା କଲାରୁ ଆତ୍ମହତ୍ୟା କଲା କେନ୍ଦୁଝରର ସ୍କୁଲ୍ ଛାତ୍ର

ସେପ୍ଟେମ୍ବର ୧୪ ତାରିଖରେ ଦିଲ୍ଲୀ ଓ ଉତ୍ତର ପ୍ରଦେଶର କିଛି ଅଞ୍ଚଳରେ ଚଢ଼ାଉ କରି ଦିଲ୍ଲୀ ପୋଲିସ ଜାନ୍‌ ମହମ୍ମଦ୍ ଶେଖ୍‌ (୪୭) ଓରଫ୍‌ ସମୀର୍‌, ମୁଲଚାନ୍ଦ (୪୭), ମହମ୍ମଦ୍‌ ଅବୁ ବକର୍‌ (୨୩) ଓ ମହମ୍ମଦ୍‌ ଆମୀର୍‌ ଜାଭେଦ୍‌ (୩୧) ସହିତ ଓସାମା ଓ କମାରକୁ ଗିରଫ କରିଥିଲା । ପାକିସ୍ତାନ ଦ୍ୱାରା ପରିଚାଳିତ ଏହି ଆତଙ୍କୀ ମଡ୍ୟୁଲ୍ ମୁଖ୍ୟତଃ ଗଣେଶ ଚତୁର୍ଥୀ, ନବରାତ୍ରୀ ଓ ରାମଲୀଳା ପର୍ବରେ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ସମେତ ସାରା ଦେଶରେ ଏକାଧିକ ବିସ୍ଫୋରଣ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ | Jobs Alert: ଓଡ଼ିଶାରେ ଅମିନ, RI ଫରେଷ୍ଟ ଗାର୍ଡ଼ ଆଦି ,୮୪୧ଟି ଖାଲି ପଦ ପାଇଁ ଆବେଦନ କରନ୍ତୁ

ମହାରାଷ୍ଟ୍ରର ଆତଙ୍କବାଦ ବିରୋଧୀ ସ୍କ୍ୱାର୍ଡ଼ ଦାବି କରିଛି ଯେ ଜାନ୍‌ ମହମ୍ମଦ୍‌ ଶେଖର ଡି-କମ୍ପାନୀ ସହ ପ୍ରାୟ ୨୦ ବର୍ଷ ଧରି ସମ୍ପର୍କ ରହିଛି । ଡି-କମ୍ପାନୀର ଅର୍ଥ ହେଉଛି ଅଣ୍ଡରୱାର୍ଲ୍ଡ ଦ୍ୱାରା ନିୟନ୍ତ୍ରିତ ଆପରାଧିକ ନେଟୱର୍କ (କ୍ରାଇମ୍‌ ସିଣ୍ଡିକେଟ୍) ଯାହାକୁ ପଳାତକ ଡନ୍ ଦାଉଦ୍‌ ଇବ୍ରାହିମ୍ (Dawood Ibrahim) ପରିଚାଳିତ କରୁଥିଲା।

ସୂଚନା ଅନୁସାରେ ଓସାମା ଏପ୍ରିଲ ୨୧, ୨୦୨୧ରେ ଲକ୍ଷ୍ନୌରୁ ସଲାମ୍‌ ଏୟାରଲାଇନ୍ସର ଏକ ବିମାନରେ ଓମାନର ରାଜଧାନୀ ମସ୍କାଟକୁ ଯାଇଥିଲା । ସେଠାରେ ସେ ଜଣେ ବଙ୍ଗାଳୀ ଭାଷାଭାଷୀ କ୍ୟାବ୍‌ ଡ୍ରାଇଭର୍‌ ଘରେ ଅତିଥି ରୂପେ ରହିଥିଲା । ସେ ତାକୁ ବୋଶରର ଥିବା ଏକ ହୋଟେଲକୁ ନେଇଯାଇଥିଲା ଓ ହୋଟେଲ ମ୍ୟାନେଜରଙ୍କ ସହ ତା’ର ଭେଟ କରାଇଥିଲା । ହୋଟେଲ୍‌ ମ୍ୟାନେଜର୍‌ ଜଣେ ପାକିସ୍ତାନୀ ନାଗରିକ ଥିଲେ ।

ଏହା ବି ପଢ଼ନ୍ତୁ | ଚାନ୍ଦିପୁର DRDO ତଥ୍ୟ ଲିକ୍: ରହସ୍ୟମୟୀ ଯୁବତୀଙ୍କ ପରିଚୟ ପାଇଁ ଇଣ୍ଟରପୋଲର ସହାୟତା ନିଆଯିବ

ସୂତ୍ରରୁ ପ୍ରକାଶ ଯେ ଓସାମା ସହିତ କମରର ପରିଚୟ ସେହି ହୋଟେଲରେ ହୋଇଥିଲା । ଓମାନ ସରକାରଙ୍କ ନିୟମ ଅନୁଯାୟୀ ବାଧ୍ୟତାମୂଳକ କୋଭିଡ-୧୯ କ୍ୱାରେଣ୍ଟାଇନ୍ ସମୟ ପୂରା କରିବା ପାଇଁ ଉଭୟ ସେହି ହୋଟେଲରେ ସାତ ଦିନ ରହିଥିଲେ । ସୂତ୍ରରୁ ପ୍ରକାଶ ଯେ କ୍ୱାରେଣ୍ଟାଇନ୍ ଅବଧି ଶେଷ ହେବା ପରେ ଦୁହିଁଙ୍କୁ ଅଲ୍‌-ଖଦ୍ରାକୁ ନିଆଯାଇଥିଲା, ଯେଉଁଠି ସେମାନଙ୍କୁ ଜଣେ ବାଂଲାଦେଶୀ ନାଗରିକଙ୍କୁ ହସ୍ତାନ୍ତର କରାଯାଇଥିଲା । ତା’ ପରେ ସେମାନଙ୍କୁ ଗୋଟିଏ ଶୁନଶାନ୍‌ ଅଞ୍ଚଳରେ ଥିବା ଏକ ଘରକୁ ନିଆଯାଇଥିଲା, ଯେଉଁଠି ପ୍ରାୟ ୧୫ ଜଣ ବେଆଇନ ବାଂଲାଦେଶୀ ପ୍ରବାସୀ ଥିଲେ ।



ଚାରି ଦିନ ପରେ ସେ ଦୁହିଁଙ୍କୁ ସୋହର୍‌ ଉପକୂଳକୁ ନିଆଯାଇଥିଲା ଯେଉଁଠି ସେ ଇରାନର ବନ୍ଦର୍‌-ଏ-ଜସ୍କକୁ ଯାଉଥିବା ଏକ ସ୍ପିଡ୍‌-ବୋଟରେ ଚଢ଼ିଥିଲେ । ଖୋଲା ପାଣିରେ ପାଞ୍ଚ ଘଣ୍ଟାର ଯାତ୍ରା ସେ ଦୁହିଁଙ୍କ ଚମଡ଼ା ପୂରା ଜଳାଇଦେଇଥିଲା ଓ ସେମାନେ ଡିହାଇଡ୍ରେସନରେ ବି ପୀଡି଼ତ ହୋଇଥିଲେ । ସୂଚନା ଅନୁସାରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଜଣେ ଜଣେ ଇରାନୀୟ ନାଗରିକ ଉଭୟଙ୍କୁ ନିଜ ଘରକୁ ନେଇ ଯାଇଥିଲେ, ଯେଉଁଠୁ ସେମାନେ ଚାହାବାର ବନ୍ଦରରେ ପହଞ୍ଚିବା ପାଇଁ ୧୦ରୁ ୧୨ ଘଣ୍ଟା ସମୁଦ୍ରରେ ଯାତ୍ରା କରିଥିଲେ ।

ଏହା ବି ପଢ଼ନ୍ତୁ | ଗଞ୍ଜାମରେ ବାତ୍ୟା ପରେ ମହିଳା ନବଜାତ ଝିଅଙ୍କ ନାଁ ରଖିଲେଗୁଲାବ’; ବାତ୍ୟାର ନାଁ କିଏ ଦେଇଥିଲା?

ସୂତ୍ରରୁ ପ୍ରକାଶ ଯେ ଦୁଇ ଦିନ ପରେ ସେମାନେ ପାକିସ୍ତାନର ଜିଓନି ଉପକୂଳକୁ ଯିବା ପାଇଁ ଏକ ଡଙ୍ଗାରେ ଚଢ଼ିଥିଲେ। ସେମାନଙ୍କୁ ସମୁଦ୍ର ମଝିରେ ଜଣେ ପାକିସ୍ତାନୀକୁ ହସ୍ତାନ୍ତର କରାଯାଇଥିଲା, ଯିଏ ଉଭୟଙ୍କୁ ଜିଓନି ଉପକୂଳକୁ ନେଇଥିଲେ । ସେଠାରେ ଜଣେ କର୍ଣ୍ଣେଲ ସୁରକ୍ଷା ଗାର୍ଡ଼ ଓ ତିନୋଟି କାର୍‌ ସହିତ ସେମାନଙ୍କୁ ସ୍ୱାଗତ କରିଥିଲେ । ସୂତ୍ରରୁ ଆହୁରି ଜଣାପଡ଼ିଛି ଯେ ସେଠାରୁ କରାଚିର ଏକ ଫାର୍ମହାଉସରେ ପହଞ୍ଚିବା ପାଇଁ ସେମାନଙ୍କୁ ନଅ ଘଣ୍ଟାର ସଡ଼କ ଯାତ୍ରା କରିବାକୁ ପଡ଼ିଥିଲା ।

ଏହା ବି ପଢ଼ନ୍ତୁ | ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆ ଭାଷାରେ ଅନୁବାଦ ହେବ; AICTE ଭାଷା ବିଶେଷଜ୍ଞ ଆଲୋଚନା କଲେ

କରାଚିରେ ଏକ ଫାର୍ମହାଉସରେ ଏହି ଦୁଇ ଜଣଙ୍କୁ ୧୫ ଦିନ ପାଇଁ IED ଓ ବିସ୍ଫୋରକ ସାମଗ୍ରୀ ତିଆରି କରିବା ଓ ତା’ର ପରିଚାଳନା କରିବା ବିଷୟରେ ତାଲିମ ଦିଆଯାଇଥିଲା । ସୂତ୍ରରୁ ପ୍ରକାଶ ଯେ ସେମାନଙ୍କୁ କୌଣସି ଚିହ୍ନ ନ ଛାଡି଼ ଗୋଟେ ବଜାର ବା କୋଠାରେ କେମିତି ନିଆଁ ଲଗାଇବାକୁ ହୁଏ ଓ AK-56s ଓ ବରେଟା ପିସ୍ତଲ୍‌ କେମିତି ଚଳେଇବାକୁ ହୁଏ ତାହା ବି ଶିକ୍ଷା ଦିଆଯାଇଥିଲା । ଦୁହିଁଙ୍କୁ ଟାର୍ଗେଟ୍‌ ପ୍ରାକ୍ଟିସ୍‌ କରିବା ଶିଖାଇବା ସମୟରେ ଧାର୍ମିକ ବ୍ୟକ୍ତିମାନଙ୍କ ଦ୍ୱାରା ଇସଲାମ୍‌ ପାଇଁ କଟ୍ଟରପନ୍ଥୀ ବନାଗଲା । ସେହି ଧାର୍ମିକ ଲୋକେ ସେମାନଙ୍କୁ କହିଥିଲେ ଯେ ସେମାନେ ଇସଲାମ୍‌ ପାଇଁ ଜିହାଦ୍ ଲଢୁଛନ୍ତି (Jihad for Islam) । ସୂତ୍ରରୁ ପ୍ରକାଶ ଯେ ଏହି ପ୍ରଶିକ୍ଷଣ ଶେଷ ହେବା ପରେ ସେମାନଙ୍କ ପାଇଁ ସେହି ଫାର୍ମହାଉସରେ ଏକ ବିଦାୟ ସମାରୋହର ଆୟୋଜନ କରାଯାଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବରଗଡ଼ରେ ସ୍ତ୍ରୀର କୋହ: ‘‘ପୋଲିସ ମୋର୍ ବରକେ ମାରିଛନ୍ମୋ ନ୍ୟାୟ ଦରକାର, ଟଙ୍କା ନୁହେଁ’’

ପରବର୍ତ୍ତୀ କିଛି ଦିନ ମଧ୍ୟରେ ଉଭୟ ଓମାନ୍‌ ଫେରିଯାଇଥିଲେ । ସେଠାରେ ସେମାନେ ପ୍ରାୟତଃ ସେହି ଲୋକଙ୍କୁ ଭେଟିଲେ ଯାହାଙ୍କ ସହ ପୂର୍ବ ଯାତ୍ରା ସମୟରେ ସେମାନେ ଭେଟିଥିଲେ । ସୂତ୍ରରୁ ପ୍ରକାଶ ଯେ ସେମାନେ ଓମାନର ସମାନ ସେହି ହୋଟେଲକୁ ଫେରିଥିଲେ । ଚାରି ଦିନ ପରେ କମର୍‌ ଜୁନ୍ ୧୯ରେ ସଲାମ୍‌ ଏୟାରର ଏକ ବିମାନରେ ଲକ୍ଷ୍ନୌ ଫେରିଥିଲା । ଓସାମା ତା’ ପର ଦିନ ସେହି ସମାନ ବିମାନରେ ଭାରତ ଫେରିଥିଲା ।
Published by:Anand S.T. Das
First published: