News18 Odia Digital
ନୂଆ ଦିଲ୍ଲୀ: ପାକିସ୍ତାନ ପୁଣି ଥରେ ଭାରତକୁ ଧମକ ଦେଇଛି। ପାକିସ୍ତାନ ମନ୍ତ୍ରୀ ଶାଜିଆ ମାରି ଭାରତ ଉପରେ ପରମାଣୁ ବୋମା ଆକ୍ରମଣ କରିବା ନେଇ ଧମକ ଦେଇଛନ୍ତି। ପାକିସ୍ତାନ ମନ୍ତ୍ରୀଙ୍କ କହିବାନୁଯାୟୀ, ପାକିସ୍ତାନ ପରମାଣୁ ସ୍ଥିତି ଶାନ୍ତ ରହିବା ପାଇଁ ନୁହେଁ। ସେ ଭାରତ ସହ ଯୁଦ୍ଧ କରିବାକୁ ମଧ୍ୟ ଧମକ ଦେଇଛନ୍ତି। ସାଜିଆ ଏକ ସାମ୍ବାଦିକ ସମ୍ମିଳନୀ କରି ଭାରତକୁ ଧମକ ଦେଇଛନ୍ତି।
ଶାଜିଆ ମାରିଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋଙ୍କ ଆପତ୍ତିଜନକ ବିବୃତ୍ତିକୁ ଦୃଢ଼ ବିରୋଧ କରିଛି।
ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପମାନିତ କରିବାର ଗୋଟିଏ ଦିନ ପରେ ଭାରତୀୟ ଜନତା ପାର୍ଟି ତାଙ୍କ ବିରୋଧରେ ଦେଶବ୍ୟାପୀ ବିରୋଧ ଆରମ୍ଭ କରିଛି। ଆଜି ବିଜେପି କର୍ମୀମାନେ ଦେଶର ବିଭିନ୍ନ ସ୍ଥାନରେ ତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।।
ବିଶ୍ୱରେ କେବଳ ୯ଟି ଦେଶ ଅଛି, ଯାହାର ପରମାଣୁ ଅସ୍ତ୍ର ଅଛି। ଭାରତର ନାମ ମଧ୍ୟ ଏଥିରେ ସାମିଲ ଅଛି। ଜାନୁଆରୀ ୨୦୨୧ ରେ ଭାରତରେ ୧୫୬ ପରମାଣୁ ହତିଆର ଥିଲା, ଯାହା ଜାନୁଆରୀ ୨୦୨୨ ରେ ୧୬୦କୁ ବୃଦ୍ଧି ପାଇଛି। ଋଷର ସର୍ବାଧିକ ୫୯୭୭, ଆମେରିକାରେ ୫୪୨୮ ପରମାଣୁ ଅସ୍ତ୍ର ଅଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।