ଭାରତୀୟ ସେନାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ; ୩ ପାକ୍ ସୈନ୍ୟ ନିହତ, ୪ ଫରୱାର୍ଡ ପୋଷ୍ଟ ଧ୍ୱଂସ କଲେ
ଭାରତୀୟ ସେନା (Indian Army) ଜମ୍ମୁ କାଶ୍ମୀରର (Jammu-Kashmir) ରଜୋରୀର ନୋଶେରା ସେକ୍ଟରରେ ପାକିସ୍ତାନୀ ସେନାକୁ କଡ଼ା ଜବାବ ଦେଇ ପାକିସ୍ତାନର ତିନିଜଣ ସୈନିକଙ୍କୁ (Pakistani soldiers) ନିହତ କରିବା ସହ ଅନେକ ସୈନିକଙ୍କୁ ଆହତ କରିଥିବା କୁହାଯାଉଛି ।

ଭାରତୀୟ ସେନାର ପାକିସ୍ତାନ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ
- News18 Odia
- Last Updated: January 10, 2021, 3:42 PM IST
ନୂଆ ଦିଲ୍ଲୀ: ପାକିସ୍ତାନ ଦ୍ୱାରା ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନ ଜବାବରେ ଭାରତୀୟ ସେନା (Ceasefire Violation) ରବିବାର ଦିନ ପାକିସ୍ତାନୀ ସୈନ୍ୟମାନଙ୍କୁ ଏକ କଡ଼ା ଜବାବ ଦେଇଛନ୍ତି । ଭାରତୀୟ ସେନା (Indian Army) ଜମ୍ମୁ କାଶ୍ମୀରର (Jammu-Kashmir) ରଜୋରୀର ନୋଶେରା ସେକ୍ଟରରେ ପାକିସ୍ତାନୀ ସେନାକୁ ଜବାବ ଦେଇ ତାଙ୍କର ତିନିଜଣ ସୈନିକଙ୍କୁ (Pakistani soldiers) ନିହତ କରିଥିବା ସହ ଅନେକ ପାକିସ୍ତାନୀ ସୈନିକଙ୍କୁ ଆହତ କରିଥିବା କୁହାଯାଉଛି । ଭାରତୀୟ ପାଲଟା ଜବାବରେ ପାକିସ୍ତାନୀ ସେନାର ୪ଟି ଫରୱାର୍ଡ ପୋଷ୍ଟ ଧ୍ୱଂସ ହୋଇଛି ବୋଲି ହୋଇଯାଇଛି ।
ରବିବାର ଦିନ ପାକିସ୍ତାନ ତରଫରୁ ଏକ ପ୍ରମୁଖ ଅନୁପ୍ରବେଶର ଷଡଯନ୍ତ୍ର କରାଯାଇଥିଲା । ଭାରତୀୟ ସୈନିକମାନେ ଲଗାତାର ଦେଖିବାକୁ ପାଉଥିଲି ଯେ ରଜୋରୀର ନୋଶେରା ସେକ୍ଟରର ଲୋସିରେ ଥିବା କାଲସିଆ ଅଞ୍ଚଳରେ ସୀମା ଆରପାର୍ଶ୍ୱରୁ ପାକିସ୍ତାନୀ ସେନା ଆତଙ୍କବାଦୀମାନେ ଅନପ୍ରବେଶ ପାଇଁ କ୍ରଶ ଫାୟାର ଦେଉଥିଲେ । ଆତଙ୍କବାଦୀମାନେ ଭାରତୀୟ ସୀମାରେ ପ୍ରବେଶ କରିବାର ମନୋବୃତ୍ତିରେ ଥିଲେ । ଯାହା ଭାରତୀୟ ସେନା ଦ୍ୱାରା ବିଫଳ କରାଯାଇଥିଲା ଓ ପାକିସ୍ତାନକୁ ଉଚିତ୍ ଜବାବ ଦେଇଥିଲା । ବର୍ତ୍ତମାନ ଏହି ଅଞ୍ଚଳରେ ଗୁଳି ବିନିମୟ ଜାରି ରହିଛି ।
ପାକିସ୍ତାନ ୪ ହଜାରରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି