କୁଲଭୂଷଣ ଯାଦବ ମାମଲାରେ ଭାରତୀୟ ଓକିଲ ଦାବିକୁ ପ୍ରତ୍ୟାଖ୍ୟାନ କଲା ପାକିସ୍ତାନ

ପାକିସ୍ତାନ ଭାରତର ସେହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି ଯେଉଁଥିରେ ଭାରତ କୁଲଭୂଷଣ ଯାଦବଙ୍କ ପ୍ରତିନିଧିତ୍ୱ କରିବାକୁ ଜଣେ ଭାରତୀୟ ଓକିଲ କିମ୍ବା କୁଇନ୍ସ ପରାମର୍ଶଦାତା ପାଇଁ ଦାବି କରିଥିଲା ।

କୁଲଭୂଷଣ ଯାଦବ ମାମଲାରେ ଭାରତୀୟ ଓକିଲ ଦାବିକୁ ପ୍ରତ୍ୟାଖ୍ୟାନ କଲା ପାକିସ୍ତାନ
କୁଲଭୂଷଣ ଯାଦବ (ଫାଇଲ ଫଟୋ)
  • News18 Odia
  • Last Updated: September 19, 2020, 5:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଇସଲାମାବାଦ: ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଲଭୂଷଣ ଯାଦବଙ୍କ (Kulbhushan Jadhav) ସହ ପାକିସ୍ତାନ କିପରି ସହଯୋଗ କରିବା ନାଁରେ ଭାରତ ସହ ନାଟକ କରୁଛି ତାହାର ଏକ ଉଦାହରଣ ସେ ପୁନର୍ବାର ଦେଇଛି । ଭାରତ ଆବେଦନ କରିଥିଲା ଯେ ଯାଦବଙ୍କ ଦଣ୍ଡର ପୁନର୍ବିଚାର ସ୍ୱତନ୍ତ୍ର ଓ ନିରପେକ୍ଷ ବିଚାର ପାଇଁ ସୁନିଶ୍ଚିତ କରିବାକୁ ଜଣେ ଭାରତୀୟ ଓକିଲ କିମ୍ବା କୁଇନ୍ସ ପରାମର୍ଶଦାତା ନିଯୁକ୍ତ ହେବା ଉଚିତ । ଏହା ଉପରେ ପାକିସ୍ତାନ (Pakistan) ସମ୍ପୂର୍ଣ୍ଣ ଭାବେ ମନା କରିଦେଇଛି । କୁଇନ୍ସ କାଉନସେଲ ଜଣେ ଏପରି ଏକ ବାରିଷ୍ଟର କିମ୍ବା ଆଡଭୋକେଟ ଯିଏ ଲର୍ଡ଼ ଚାନ୍ସେଲରଙ୍କ ସୁପାରିଶ କ୍ରମେ ବ୍ରିଟିଶ ରାଣୀ ପାଇଁ ନିଯୁକ୍ତ କରା ଯାଇଥାଏ । ଭାରତର ଦାବିକୁ ପ୍ରତ୍ୟାଖ୍ୟାନ କରି ପାକିସ୍ତାନ କହିଛି ଯେ ଏହା ଆଦୌ ସମ୍ଭବ ନୁହେଁ ।

ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଦେଶର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ କେବଳ ପାକିସ୍ତାନର ସେହି ଓକିଲ ଲଢ଼ି ପାରିବ ଯାହା ପାଖରେ ପାକିସ୍ତାନର ବାରର ଲାଇସେନ୍ସ ରହିଛି । ପାକିସ୍ତାନର ସଂସଦ ଏହି ନିୟମର କାର୍ଯ୍ୟକାଳକୁ ଚାରିମାସ ବଢ଼ାଇ ଦେଇଛି, ଯାହାକି ଯାଦବଙ୍କୁ ହାଇକୋର୍ଟରେ ଦୋଷୀ ସାବ୍ୟସ୍ତ କରିବାକୁ ଆବେଦନ କରିବାକୁ ଅନୁମତି ଦେଇଛି । ଯେପରି ଅନ୍ତର୍ଜାତୀୟ କୋର୍ଟ (ICJ) କହିଥିଲା । ଭାରତ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଆଇସିଜେ ନିଷ୍ପତ୍ତି କାର୍ଯ୍ୟକାରୀ ହେବା ଉପରେ ପାକିସ୍ତାନ ସରକାର ନିଜର ଦାୟିତ୍ୱ ପୂରଣ କରିବାରେ ସକ୍ଷମ ହୋଇ ନାହାଁନ୍ତି ।

କୋର୍ଟ ମଧ୍ୟ ତାଗିଦ କରିଥିଲେ
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଥିଲେ ଯେ "ସେମାନଙ୍କୁ ଏହି ମୁଖ୍ୟ ମାମଲାର ସମାଧାନ କରିବା ବାକି ଅଛି । ଏହି ମାମଲାରେ ଜଡି଼ତ ସମସ୍ତ ନଥିପତ୍ର ସାମିଲ କରି ଯାଦବଙ୍କୁ ବିନା ସର୍ତ୍ତମୂଳକ ତଥା ଅବରୋଧିତ କୂଟନୈତିକ ଓ ସ୍ୱାଧୀନ-ନିରପେକ୍ଷ ଶୁଣାଣି ପାଇଁ ଜଣେ ଭାରତୀୟ ଓକିଲ କିମ୍ବା କୁଇନ୍ସ ପରାମର୍ଶଦାତା ନିଯୁକ୍ତ କରିବା ଆବଶ୍ୟକ । ଏହି ମାସ ପ୍ରାରମ୍ଭରୁ ପାକିସ୍ତାନର ଇସଲାମାବାଦ ହାଇକୋର୍ଟ ସେଠାକାର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସେ ଭାରତକୁ ଯାଦବଙ୍କ ପ୍ରତିନିଧିତ୍ୱ ପାଇଁ ଓକିଲ ନିଯୁକ୍ତ କରିବାକୁ ଆଉ ଏକ ସୁଯୋଗ ଦିଅନ୍ତୁ । ଏଥିସହ ସେ ଶୁଣାଣିକୁ ଏକ ମାସ ପାଇଁ ସ୍ଥଗିତ କରିଦେଇଥିଲେ ।''
Published by: Jagdish Barik
First published: September 19, 2020, 4:59 PM IST
corona virus btn
corona virus btn
Loading