ପାକିସ୍ତାନ ପୋଲିସ ଜଣେ ଯୁବକଙ୍କୁ ୨୨ ରାଉଣ୍ଡ ଗୁଳି ମାରିଲେ; ମରିଯିବା ପରେ କହିଲେ- ନିର୍ଦ୍ଦୋଷ ଥିଲା

Pakistan Police brutality: ପାକିସ୍ତାନ ପୋଲିସ କ୍ରୁରତାର ସମସ୍ତ ସୀମା ପାର କରିବା ଆରମ୍ଭ କରିଛି । ପୋଲିସ ଜଣେ ୨୧ ବର୍ଷ ବୟସ୍କ ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ​​କିନ୍ତୁ ସେ ନିଜ କାରକୁ ଅଟକାଇ ନଥିଲେ । ଏହା ପରେ ପୋଲିସ କର୍ମଚାରୀ ଜଣକ ଯୁବକଙ୍କୁ ୨୨ ରାଉଣ୍ଡ ଗୁଳି ମାରିଥିଲେ । ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ପାକିସ୍ତାନ ପୋଲିସ ଜଣେ ଯୁବକଙ୍କୁ ୨୨ ରାଉଣ୍ଡ ଗୁଳି ମାରିଲେ; ମରିଯିବା ପରେ କହିଲେ- ନିର୍ଦ୍ଦୋଷ ଥିଲା
ପାକିସ୍ତାନ ପୋଲିସ ଜଣେ ଯୁବକଙ୍କୁ ୨୨ ରାଉଣ୍ଡ ଗୁଳି ମାରିଲେ
  • News18 Odia
  • Last Updated: January 3, 2021, 5:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଇସଲାମାବାଦ: ପାକିସ୍ତାନ ପୋଲିସ ସମସ୍ତ ବର୍ବରତାର (Pakistan Police brutality) ସୀମା ଲଙ୍ଘିବା ଆରମ୍ଭ କରିଛି । ପୋଲିସ ଜଣେ ୨୧ ବର୍ଷ ବୟସ୍କ ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା ​​କିନ୍ତୁ ସେ ନିଜ କାରକୁ ଅଟକାଇ ନଥିଲା । ଏହା ପରେ ପୋଲିସ କର୍ମଚାରୀ ଜଣକ ଯୁବକ ଉପରେ ୨୨ ରାଉଣ୍ଡ ଗୁଳି ଚଳାଇଥିଲେ (Shot Twenty Two Round Bullet) ।ଏହା ଫଳରେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏହି ଘଟଣା ଶନିବାର ରାତି ୨ ଟାରେ ଘଟିଥିଲା ।​​ ଯୁବକ ଜଣକ ଡାକ୍ତରଖାନା ଯିବା ବାଟରେ ମୃତ୍ୟୁ ବରଣ କରିଥିଲେ । କୁହାଯାଉଛି ଯେ ପୋଲିସ ଉକ୍ତ ଯୁବକ ଉପରେ ମୋଟ ୨୨ ରାଉଣ୍ଡ ଗୁଳି ଚଳାଇଥିଲା । ଏହି ଗୁଳି ଦ୍ୱାରା ଉସାମା ସତୀ ନାମକ ଏହି ଯୁବକ ରକ୍ତରେ ଜୁଡୁବୁଡୁ ହୋଇ ଯାଇଥିଲେ ଓ ସେ କିଛି ସମୟରେ ମୃତ୍ୟୁବରଣ କରିଥିଲେ । ଏହି ମାମଲାରେ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି । ପୋଲିସର ଅତ୍ୟାଚାରର ଏହି ଘଟଣା ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଘଟିଛି ।

ଏହି ଘଟଣା ରାତି ଦୁଇଟା ବେଳେ ଘଟିଥିଲା

ଏହି ଘଟଣାରେ ଯୁବକଙ୍କ ଦେହରେ ସମୁଦାୟ ୧୭ ଟି ଗୁଳି ବାଜିଥିଲା । ମୃତକଙ୍କ ପିତା ପୋଲିସ ହାତରେ ହତ୍ୟା ହୋଇଥିବା ପୁଅଙ୍କ ନ୍ୟାୟ ପାଇଁ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିବେଦନ କରିଛନ୍ତି । ସେ ଏହି ଘଟଣା ବିଷୟରେ କହିଥିଲେ ଯେ ପୋଲିସ ଅଧିକାରୀ ନିଜେ ସ୍ୱୀକାର କରିଛନ୍ତି ଯେ ତାଙ୍କ ପୁଅ ଉସାମା ନିର୍ଦ୍ଦୋଷ । ଏହା ପରେ ପାକିସ୍ତାନ ପୋଲିସ କୌଣସି ସରକାରୀ ବିବୃତ୍ତି ଦେଇନାହିଁ ।

ଏହି ମାମଲାକୁ ନେଇ ସୋସିଆଲ ମିଡିଆରେ ପୋଲିସ ବିରୋଧରେ ପ୍ରବଳ ଆକ୍ରୋଶ ଦେଖାଦେଇଛି । ଏହି ମାମଲାରେ ସମ୍ପୃକ୍ତ ଥିବା ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଇସଲାମାବାଦରେ ବୃଦ୍ଧି ପାଉଥିବା ଅପରାଧ ପାଇଁ ସୋସିଆଲ ମିଡିଆରେ ପୋଲିସର ସମ୍ପୃକ୍ତି ଥିବା ନେଇ ଲୋକମାନେ ପ୍ରଶ୍ନ କରିଛନ୍ତି ।
Published by: Jagdish Barik
First published: January 3, 2021, 5:32 PM IST
corona virus btn
corona virus btn
Loading