News18 Odia Digital
Pakistan Petrol Diesel Price hike: ପାକିସ୍ତାନରେ (Pakistan) ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ। ପେଟ୍ରୋଲ ଲିଟର ୨୭୨ ଟଙ୍କା ଓ ଡିଜେଲ ଲିଟର ୨୮୦ ଟଙ୍କା ଛୁଇଁଛି। ଇନ୍ଧନ ଦର ପୁଣି ବୃଦ୍ଧି ପାଇବା ପରେ ଗତକାଲି ମଧ୍ୟରାତ୍ରରୁ ଏହି ନୂଆ ଦର ଲାଗୁ ହୋଇଛି।
ପାକିସ୍ତାନ ନ୍ୟାସନାଲ୍ ଆସେମ୍ପ୍ଲିରେ ଶାହାବାଜ୍ ସରିଫ ସରକାର ସପ୍ଲିମେଣ୍ଟାରି ଆର୍ଥିକ ବିଲ୍ ଉପସ୍ଥାପନ କରିବାର ଅଳ୍ପ ସମୟ ପରେ ଇନ୍ଧନ ମୂଲ୍ୟ ବୃଦ୍ଧି ଘୋଷଣା କରାଯାଇଛି। ଜଟିଳ ଋଣ ପ୍ରକ୍ରିୟାରୁ ମୁକ୍ତ କରିବା ଲାଗି IMFକୁ ସନ୍ତୁଷ୍ଟ କରିବା ପାଇଁ ପାକିସ୍ତାନ ସରକାର ଇନ୍ଧନ ଦର ବୃଦ୍ଧି କରିଥିବା କଥା ଜଣାପଡ଼ିଛି।
ଇନ୍ଧନ ଦର ବୃଦ୍ଧି ସଂକ୍ରାନ୍ତରେ ଜାରି ଫାଇନାନ୍ସ୍ ଡିଭିଜନ ଜାରି କରିଥିବା ପ୍ରେସ୍ ରିଲିଜ୍ରେ ଉଲ୍ଳେଖ ଅଛି ଯେ, ଡଲାର୍ ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇବାରୁ ଏଭଳି ଦର ବୃଦ୍ଧି ଘଟିଛି।
ପେଟ୍ରୋଲ୍ ଓ ଡିଜେଲ୍ ପରି ଅନ୍ୟାନ୍ୟ ଇନ୍ଧନ ଦର ବି ବୃଦ୍ଧି ପାଇଛି। କିରାସିନି ଲିଟର ପିଛା ୨୦୨.୭୩ ପଇସା ଏବଂ ଲାଇଟ ଡିଜେଲ ଅଏଲ୍ ଲିଟର୍ ପିଛା ୧୯୬.୬୮ ଟଙ୍କାରେ ବିକ୍ରୟ ହେଉଛି। ମିନି ବଜେଟରେ ଗୃହୀତ ଏହି ଅର୍ଥନୈତିକ ପଦକ୍ଷେପ ଯୋଗୁଁ ପାକିସ୍ତାନରେ ମୁଦ୍ରାସ୍ଫୀତି ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ୨୦୨୩ ପ୍ରଥମାର୍ଦ୍ଧ ସୁଦ୍ଧା ପାକିସ୍ତାନରେ ମୁଦ୍ରାସ୍ଫୀତି ୩୩% ବୃଦ୍ଧି ପାଇପାରେ।
ବିଶେଷଜ୍ଞଙ୍କ ମତ କ’ଣ?ବିଶେଷଜ୍ଞମାନେ କହିଛନ୍ତି ଯେ ଆଇଏମଏଫର ସହାୟତା ପାଇବାରେ ପାକିସ୍ତାନ ଏମିତି ଏକ ସମୟରେ ପାଦ ଦେଇଛି ଯେଉଁଥିରେ ପ୍ରତ୍ୟେକ ପଦକ୍ଷେପ ପ୍ରତି ଧ୍ୟାନ ଦିଆଯିବା ଉଚିତ୍। ବିଶେଷଜ୍ଞମାନେ ବିଶ୍ବାସ କରୁଛନ୍ତି ଯେ ମିନି ବଜେଟରେ ଟିକସ ବୃଦ୍ଧି କରି ପାକିସ୍ତାନରେ ମୁଦ୍ରାସ୍ଫୀତି ଆହୁରି ବୃଦ୍ଧି ପାଇବ। ପେଟ୍ରୋଲ ଏବଂ ତୈଳ ମୂଲ୍ୟରେ ହଠାତ୍ ବୃଦ୍ଧି ହେତୁ ଦେଶର ଅର୍ଥନୀତି ଅଧିକ ଅସହାୟ ହେବାକୁ ଯାଉଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।