ଭାରତରେ କରୋନା ବିସ୍ଫୋରଣ! ପାକିସ୍ତାନ ଦେଲା ଭେଣ୍ଟିଲେଟର ସମେତ ଅନେକ ଉପକରଣର ଅଫର୍

ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି (Shah Mehmood Qureshi) ଶନିବାର ଦିନ ରାତିରେ ଏକ ଟ୍ୱିଟ୍‌ କରି କହିଛନ୍ତି ଯେ କରୋନା ଭାଇରସର ବର୍ତ୍ତମାନର ଲହରକୁ ଲକ୍ଷ୍ୟକରି ଭାରତବାସୀଙ୍କ ସହ ଏକତାର ସଙ୍କେତ ସ୍ୱରୂପ ପାକିସ୍ତାନ ତରଫରୁ ରିଲିଫ ଦେବାକୁ ଅଧିକାରିକ ଭାବେ ପ୍ରସ୍ତାବ ଦିଆଯାଇଛି ।

ଭାରତରେ କରୋନା ବିସ୍ଫୋରଣ! ପାକିସ୍ତାନ ଦେଲା ଭେଣ୍ଟିଲେଟର ସମେତ ଅନେକ ଉପକରଣର ଅଫର୍
ପାକିସ୍ତାନ ଦେଲା ଭେଣ୍ଟିଲେଟର ସମେତ ଅନେକ ଉପକରଣ ଅଫର୍
  • News18 Odia
  • Last Updated: April 25, 2021, 2:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଇସଲାମାବାଦ: ଭାରତରେ କରୋନା ଭୂତାଣୁର ଦ୍ୱିତୀୟ ଲହର ଯୋଗୁଁ ହୋଇଥିବା ହାହାକାରକୁ ଦୃଷ୍ଟିରେ ରଖି ପାକିସ୍ଥାନ (Pakistan) ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛି । ଶନିବାର ରାତିରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି (Shah Mehmood Qureshi) ଏକ ଟ୍ୱିଟ୍‌ରେ କହିଛନ୍ତି ଯେ କରୋନା ଭାଇରସର ବର୍ତ୍ତମାନର ଲହରକୁ ଲକ୍ଷ୍ୟକରି ଭାରତବାସୀଙ୍କ ସହ ଏକତାର ସଙ୍କେତ ସ୍ୱରୂପ ପାକିସ୍ତାନ ତରଫରୁ ରିଲିଫ ଦେବାକୁ ଅଧିକାରିକ ଭାବେ ପ୍ରସ୍ତାବ ଦିଆଯାଇଛି । ପାକିସ୍ତାନ ସରକାରଙ୍କ ସହାୟତା ଅଫର ପୂର୍ବରୁ ପାକିସ୍ତାନର ଇଡି ଫାଉଣ୍ଡେସନ ପ୍ରଥମେ ଆଗକୁ ଆସିଥିଲା । ଏହି ଫାଉଣ୍ଡେସନ୍ ଭାରତରେ କରୋନା ସହିତ ସଂଘର୍ଷ କରୁଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲା । ଇଡି ଫାଉଣ୍ଡେସନର ଚେୟାରମ୍ୟାନ୍ ଫୈସଲ ଇଡି ଶୁକ୍ରବାର ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଭାରତକୁ ନିଜର ଟିମ୍ ପଠାଇ ସହାୟତା ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଥିଲା ।

ଶାହ ମହମୁଦ କୁରେଶି ଟ୍ୱିଟ୍ କରି କହିଛନ୍ତି ଯେ କୋଭିଡ -୧୯ ର ବର୍ତ୍ତମାନର ଲହରକୁ ଦୃଷ୍ଟିରେ ରଖି ଭାରତବାସୀଙ୍କ ସହ ଏକତାର ସଙ୍କେତ ସ୍ୱରୂପ ପାକିସ୍ତାନ ଭେଣ୍ଟିଲେଟର, ବିଏ ପ୍ୟାପ୍ସ, ଡିଜିଟାଲ ଏକ୍ସରେ ମେସିନ୍, ପିପିଏ ଓ ଅନ୍ୟାନ୍ୟ ସାମଗ୍ରୀ ଦେବାପାଇଁ ଅଧିକାରିକ ଭାବେ ଭାରତକୁ ପ୍ରସ୍ତାବ ଦିଆଯାଇଛି । ଆମେ ମାନବିକତାର ପୂର୍ବ ନୀତିରେ ବିଶ୍ୱାସ କରୁ ।



ଶନିବାର ନିଜେ ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ ଟ୍ୱିଟ କରି ଏକତା ପ୍ରକାଶ କରିଥିଲେ କିନ୍ତୁ ସେ କୌଣସି ପ୍ରକାର ସାହାଯ୍ୟର ଘୋଷଣା କରି ନ ଥିଲେ । ଇମ୍ରାନ ଖାନ ନିଜ ଟ୍ୱିଟରେ ଲେଖିଛନ୍ତି, 'ମୁଁ ଭାରତର ଲୋକଙ୍କ ସହ ମୋର ଏକତା ପ୍ରକାଶ କରିବାକୁ ଚାହୁଁଛି ଯେହେତୁ ସେମାନେ କରୋନାର ବିପଜ୍ଜନକ ଲହର ସହ ଲଢୁଛନ୍ତି । ଆମ ପଡ଼ୋଶୀ ତଥା ବିଶ୍ୱ ମହାମାରୀରେ ପୀଡିତ ସମସ୍ତ ଲୋକଙ୍କର ଆମେ ଶୀଘ୍ର ଆରୋଗ୍ୟ କାମନା କରୁଛୁ । ମାନବିକତା ସହିତ ଆମେ ଏହି ବିଶ୍ୱସ୍ତରୀୟ ଆହ୍ୱାନ ସହିତ ଲଢ଼ିବା ଉଚିତ୍ ।

ସେ କହିଛନ୍ତି ଯେ ତାଙ୍କ ଦଳର ସ୍ଵେଚ୍ଛାସେବୀମାନେ ୫୦ ଟି ଆମ୍ବୁଲାନ୍ସ ଯୋଗେ ଭାରତ ଆସି ଏହି ମହାମାରୀର ମୁକାବିଲା ପାଇଁ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ଏକ ଚିଠିରେ ଫୈସଲ କହିଛନ୍ତି ଯେ ଭାରତରେ ମହାମାରୀର ଅସାଧାରଣ ପ୍ରଭାବ ବିଷୟରେ ଶୁଣି ଆମେ ବହୁତ ଦୁଃଖିତ, ବହୁତ ଲୋକ ବହୁତ ଯନ୍ତ୍ରଣା ଭୋଗୁଛନ୍ତି .... ଆମେ ୫୦ ଆମ୍ବୁଲାନ୍ସ ଓ ବେଡ଼ ରୂପରେ ସାହାଯ୍ୟ କରିବାକୁ ଚାହୁଁଛୁ । ''

ଫୈସଲ ଇଡି ପାକିସ୍ତାନର ସବୁଠୁ ବଡ ଚାରିଟେବୁଲ ଆମ୍ବୁଲାନ୍ସର ନେଟୱାର୍କ ଚଳାନ୍ତି । ଏହି ଫାଉଣ୍ଡେସନ ସାହାଯ୍ୟରେ ଗୀତା କିଛି ବର୍ଷ ପୂର୍ବେ ପାକିସ୍ତାନରୁ ଭାରତ ଫେରିଥିଲେ । ଗୀତା ପ୍ରାୟ ୧୫ ବର୍ଷ ଧରି ପାକିସ୍ତାନରେ ରହୁଥିଲେ ଓ ଏହା ପରେ ସେ ଅନେକ ଲୋକଙ୍କୁ ସାହାଯ୍ୟ କରିବା ପରେ ଭାରତକୁ ଫେରି ଆସିଥିଲେ ।
Published by: Jagdish Barik
First published: April 25, 2021, 2:29 PM IST