ଜାଭେଦଙ୍କୁ ୧୦୦ ଖଣ୍ଡ କରିବାକୁ ଆଦେଶ ଦେଇଥିଲା କୋର୍ଟ (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
News18 Odia Digital
ନୂଆ ଦିଲ୍ଲୀ: ଅପରାଧ କରୁଥିବା ଲୋକ ସବୁବେଳେ ଭାବେ ଯେ ସେ ନିରାପଦ ରହିଛି। ସେ କେବେ ବି ଧରାପଡିବ ନାହିଁ। ଏଭଳି ଆତ୍ମବିଶ୍ୱାସ ନେଇ ସେ ଏଭଳି କିଛି କରିବ ସେ ଯାହା ତା’ର ଅପରାଧ ଦୁନିଆର ଅନ୍ଧାରକୁ ପ୍ରକାଶିତ କରିଦିଏ। ଏଭଳି ଭାବିଥିଲା ପାକିସ୍ତାନରେ ରହୁଥିବା ଜାଭେଦ ଇକବାଲ। ଜାଭେଦକୁ ପାକିସ୍ତାନର ସବୁଠାରୁ ବଡ଼ ଅପରାଧୀ କୁହାଯାଉଥିଲା। ଇକବାଲ ଉପରେ ଶହେ ବାଳକଙ୍କ ସହ ଯୌନ ସଂପର୍କ ରଖିବା ଓ ସେମାନକୁ ହତ୍ୟା କରିବା ଅଭିଯୋଗ ଥିଲା। ତେବେ ପାକିସ୍ତାନ କୋର୍ଟ ଏହି ଅପରାଧ ନେଇ ଯେଉଁ ଦଣ୍ଡ ଶୁଣାଣି କରିଥିଲେ ତାହା ଖୁବ ଚର୍ଚ୍ଚାରେ ଥିଲା।
ପାକିସ୍ତାନର ଏହି ଅପରାଧୀ ପ୍ରଥମେ ଚପଳମତୀ ବାଳକମାନଙ୍କୁ ଏକୁଟିଆ ଦେଖି ଉଠେଇ ନେଉଥିଲା। ଏହା ପରେ ତା ସହିତ ଯୌନ ସଂପର୍କ ରଖିବା ପରେ ତାକୁ ହତ୍ୟା କରୁଥିଲା। ଶବର କୌଣସି ସୂଚନା ନ ମିଳିବା ନେଇ ସେ ମୃତ ଦେହକୁ ଟିକି ଟିକି କରି ଏସିଡରେ ବୁଡ଼ାଇ ଦେଉଥିଲା। ଏସିଡ଼ରେ ଶବ ମିଳେଇ ଗଲା ପରେ ତାକୁ ସେ ନାଳିରେ ଢ଼ାଳି ଦେଉଥିଲା। ନିଜେ ଇକବାଲ ତା’ ଅପରାଧକୁ ପୋଲିସ ଆଗରେ ମାନିଥିଲା। ତା’ର ଏଭଳି ଅପରାଧ ଜାଣିବା ପରେ ପୋଲିସ ମଧ୍ୟ ଚକିତ ହୋଇଯାଇଥିଲା।
ଏହି ଅପରାଧ ସାମ୍ନାକୁ ଆସିବା ପରେ କୋର୍ଟ ଇକବାଲକୁ ତା’ର ଅପରାଧ ଅନୁସାରେ ଦଣ୍ଡ ଦେବା ନେଇ ନିଷ୍ପତ୍ତି ନେଇଥିଲେ। ସେତେବେଳେ କୋର୍ଟ ଶୁଣାଣି କରିଥିଲେ ଯେ ଏପର୍ଯ୍ୟନ୍ତ ଅପରାଧୀ ଯେତିକି ବାଳକଙ୍କୁ ହତ୍ୟା କରିଛି ସେମାନଙ୍କ ପରିବାର ସାମ୍ନାରେ ଇକବାଲକୁ ୧୦୦ ଖଣ୍ଡ କରାଯାଇ ତା’ର ଶରୀରକୁ ଏସିଡ଼ରେ ବୁଡ଼ାଇ ଦିଆଯିବ। ପାକିସ୍ତାନ କୋର୍ଟର ଏହି ନିଷ୍ପତ୍ତିକୁ ପ୍ରଶଂସା କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପାକିସ୍ତାନ ସରକାର ଏହା ଉପରେ ରୋକ ଲଗେଇଥିଲେ। ସରକାର ଏହାକୁ ଅମାନବୀୟ ବୋଲି କହିଥିଲା। ପରେ ଇକବାଲ ନିଜେ ଜେଲରେ ଆତ୍ମହତ୍ୟା କରିଦେଇଥିଲା। ଇକବାଲ ପ୍ରଥମେ ରାସ୍ତାରେ ବୁଲି ଭିକ ମାଗୁଥିବା ପିଲାଙ୍କୁ ଖାଦ୍ୟ ଦେବା, ଘର ଦେବା କହି ସାଙ୍ଗରେ ନେଇଯାଉଥିଲା। ଏହା ପରେ ସେମାଙ୍କ ସହ ଅନୈତିକ କାର୍ଯ୍ୟ କରି ହତ୍ୟା କରୁଥିଲା। ଇକବାଲର ଶିକାର ପ୍ରାୟ ୬ ରୁ ୧୬ ବର୍ଷର ବାଳକମାନେ ହେଉଥିଲେ। ଏହି ଅପରାଧ ଖାଲି ପାକିସ୍ତାନ ହୁଏ ପୂରା ଦୁନିଆରେ ଚର୍ଚ୍ଚାର ବିଷୟ ହୋଇଥିଲା।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।