ଘୋର ଅର୍ଥନୈତିକ ସଙ୍କଟରେ ପାକିସ୍ତାନ: ଓଳିଏ ରୋଷେଇ ହେଲେ ଓଳିଏ ବନ୍ଦ !

ପାକିସ୍ତାନରେ ଦରଦାମ୍ ସ୍ଥିତି ବେଲଗାମ ହୋଇପଡ଼ିଥିବାରୁ ବଞ୍ଚିବା ଲାଗି ସାଧାରଣ ଲୋକେ ସଂଘର୍ଷ କରୁଛନ୍ତି । ତିନି ବେଳା ଖାଇବା ଯୋଗାଡ଼ କରିବା ଆଉ ସମ୍ଭବ ହେଉନାହିଁ ।

ଘୋର ଅର୍ଥନୈତିକ ସଙ୍କଟରେ ପାକିସ୍ତାନ: ଓଳିଏ ରୋଷେଇ ହେଲେ ଓଳିଏ ବନ୍ଦ !

ଘୋର ଅର୍ଥନୈତିକ ସଙ୍କଟରେ ପାକିସ୍ତାନ: ଓଳିଏ ରୋଷେଇ ହେଲେ ଓଳିଏ ବନ୍ଦ !

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଘୋର ଅର୍ଥନୈତିକ ସଙ୍କଟ (financial crisis) ଦେଇ ଗତି କରୁଥିବା ପାକିସ୍ତାନରେ ଦରଦାମ୍ ସ୍ଥିତି ବେଲଗାମ ହୋଇପଡ଼ିଥିବାରୁ ବଞ୍ଚିବା ଲାଗି ସାଧାରଣ ଲୋକେ ସଂଘର୍ଷ କରୁଛନ୍ତି। ତିନି ବେଳା ଖାଇବା ଯୋଗାଡ଼ କରିବା ଆଉ ସମ୍ଭବ ହେଉନାହିଁ। ସେଥିପାଇଁ ବହୁ ଲୋକ ଓଳିଏ ରୋଷେଇ କରି ତାହାକୁ ତିନି ବେଳା ଖାଉଛନ୍ତି ।

ବଡ଼ ପରିବାର ଗୁଡ଼ିକ କିଛି ପିଲାଙ୍କ ପାଠପଢ଼ା (study) ବନ୍ଦ କରିଦେଲେଣି। ସେମାନଙ୍କ ସ୍କୁଲ ଖର୍ଚ୍ଚ ବହନ କରିବା ସମ୍ଭବପର ହେଉନି। ଅର୍ଥ ସଞ୍ଚୟ କରିବା ଲାଗି କମ୍ ଖାଇବା ଏବଂ କମ୍ ଯାତାୟାତ କରିବା ଉପରେ ଲୋକମାନେ ମନୋନିବେଶ କରିଛନ୍ତି। ପାକିସ୍ତାନର ଜଣେ ମହିଳା କହିଛନ୍ତି ଯେ ମାସକୁ ଯେତିକି ରୋଜଗାର (income) ହେଉଛି ଖର୍ଚ୍ଚ ତାଠାରୁ ଦୁଇଗୁଣା ଅଧିକ ହେଲାଣି। ଅଟା ଆଉ ମିଳୁନି କହିଲେ ଭୁଲ ହେବନି। ଅଟା ବସ୍ତା ପାଇବା ଲାଗି ପିଲାମାନଙ୍କୁ ଦିନ ତମାମ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡୁଛି। ଅଟା ଏତେ ମହଙ୍ଗା ହୋଇଛି ଯେ ତାହାକୁ କିଣିବା କଷ୍ଟକର ହୋଇପଡ଼ିଛି। ପୂର୍ବରୁ ତିନି ବେଳା ରୋଷେଇ ହେଉଥିଲା । ଏବେ ଗୋଟିଏ ବେଳା ରୋଷେଇ (cooking) କରି ତାହାକୁ ଭାଗ ଭାଗ କରି ତିନି ବେଳା ଖାଉଛନ୍ତି ଲୋକେ ।

ପା‌କିସ୍ତାନରେ ମୁଦ୍ରାସ୍ଫୀତି ହାର ୩୧%ରୁ ଅଧିକ ହୋଇଛି ଯାହା ଗତ ୫୮ ବର୍ଷରେ ସର୍ବାଧିକ। ପେଟ୍ରୋଲ ଓ ଡିଜେଲ୍ (diesel) ଦାମ୍ ଆକାଶଛୁଆଁ ସ୍ତରରେ ପହଞ୍ଚିଛି। ପେଟ୍ରୋଲ୍‌ ଦାମ୍ (petrol price) ୨୬୭ ପାକିସ୍ତାନୀ ଟଙ୍କାରେ ପହଞ୍ଚିଥିବାରୁ ଲୋକମାନେ ନିଜ ଗାଡ଼ି (cab) ବ୍ୟବହାର କରିବା ପୂର୍ବରୁ ଦୁଇ ଥର ଭାବୁଛନ୍ତି। ବସ୍‌ ଭଡ଼ା (bus fees) ମଧ୍ୟ ଦୁଇ ଗୁଣା ବଢ଼ିଯାଇଛି। ତେଣୁ ଲୋକମାନେ ଦୂର ସ୍ଥାନକୁ ଯାତ୍ରା ମଧ୍ୟ କରିପାରୁନାହାନ୍ତି। ଗୋଟିଏ ଜିନିଷ କିଣିଲେ ଆଉ ଗୋଟିଏ କିଣିବା ପାଇଁ ପାଖରେ ଟଙ୍କା ରହୁନି।

ଏହି ଖବର ପଢ଼ନ୍ତୁ - http://ଶ୍ମଶାନରେ ହୋଲି ଖେଳ... ଚିତା ଭସ୍ମ ହେଲା ଅବିର

ଇତିହାସର ସବୁଠୁ ବଡ଼ ସଙ୍କଟକୁ ସାମ୍ନା କରୁଥିବା ପାକିସ୍ତାନ ନିଜକୁ ଉଦ୍ଧାର କରିବା ଲାଗି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି, ଆଇଏମ୍ଏଫ୍‌ (imf) ସାମ୍ନାରେ ହାତ ପତାଇଛି । ମାତ୍ର ପ୍ରତିଥର ଆଇଏମ୍ଏଫ୍‌ ଏଭଳି କିଛି କଠୋର ସର୍ତ୍ତ (condition) ରଖୁଛି ଯାହାକୁ ମାନିବା ପାକିସ୍ତାନ ସରକାରଙ୍କ (pakistan govt) ଲାଗି ସହଜ ହେଉନାହିଁ । ଇତିମଧ୍ୟରେ ବହୁ ସର୍ତ୍ତକୁ ଏହା ମାନିସାରିଲାଣି । ତଥାପି ଆଇଏମ୍ଏଫ୍‌ ପାଣ୍ଠି ଦେଉନି ।
Published by:Soubhagya Mishra
First published: