News18 Odia Digital
ନୂଆ ଦିଲ୍ଲୀ: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ପାକିସ୍ତାନ ବର୍ତ୍ତମାନ ଖୋଲାଖୋଲି ଭାବେ ବିଶ୍ୱ ସାମ୍ନାକୁ ଆସିଛି । ଗତ ମାସରେ ତାଲିବାନ କାବୁଲକୁ ଦଖଲ କରିବା ପରେ ପାକିସ୍ତାନୀ ପ୍ରଧାନ ମନ୍ତ୍ରୀ ଇମରାନ ଖାନ ସର୍ବସାଧାରଣରେ ପ୍ରଶଂସା କରିଥିଲେ । ବର୍ତ୍ତମାନ ପାକିସ୍ତାନ ଚାହୁଁଛି ତାଲିବାନକୁ ବୁଝିବା ପାଇଁ ବିଶ୍ୱ କିଛି ସମୟ ଦିଅନ୍ତୁ । ସମାନ ଆତଙ୍କବାଦୀ ନେଟୱାର୍କ ହକ୍କାନି ବିଷୟରେ ଆମେରିକାର ବୁଝାମଣା ଉପରେ ପାକିସ୍ତାନୀ ପ୍ରଧାନ ମନ୍ତ୍ରୀ ଇମରାନ ଖାନ ପ୍ରଶ୍ନ କରିଛନ୍ତି ।
ସିଏନଏନକୁ ଦେଇଥିବା ଏକ ସାକ୍ଷାତକାରରେ ଇମରାନ ଖାନ ଖୋଲାଖୋଲି ଭାବେ କହିଛନ୍ତି ଯେ 'ହକ୍କାନି ନେଟୱାର୍କକୁ ଆମେରିକା କଦାପି ବୁଝିପାରିବ ନାହିଁ । ହକ୍କାନି ନେଟୱାର୍କର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରିବା ପାଇଁ ସେ ଆହୁରି କହିଛନ୍ତି, ‘‘ହକ୍କାନି ହେଉଛି ପାକିସ୍ତାନର ପଶତୁନ ଜନଜାତି । ଏହି ଲୋକମାନେ ମୁଜାହିଦ୍ଦିନ ଥିଲେ ଯେଉଁମାନେ ସୋଭିଏତ୍ ବିରୁଦ୍ଧରେ ଯୁଦ୍ଧ କରିଥିଲେ । ଏହା (ହକ୍କାନି ନେଟୱାର୍କ) ପାକିସ୍ତାନର ଶରଣାର୍ଥୀ ଶିବିରରେ ଉତ୍ପନ୍ନ ହୋଇଥିଲା ।’’ ବାସ୍ତବରେ ଇମରାନ ଖାନ ପାକିସ୍ତାନ ଓ ହକ୍କାନି ନେଟୱାର୍କ ମଧ୍ୟରେ ସମ୍ପର୍କକୁ ଲୁଚାଇବାକୁ ଚେଷ୍ଟା କରୁଥିଲେ ।
ହମିଦ ମୀର ଖୋଲିଥିଲା ପୋଲଇମରାନ ଖାନଙ୍କ ହକ୍କାନି ଏକ ଜନଜାତି କହିଥିବା କଥାକୁ ପାକିସ୍ତାନୀ ସାମ୍ବାଦିକ ହମିଦ ମୀର ଅସ୍ୱୀକାର କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, ‘‘ପ୍ରଧାନ ମନ୍ତ୍ରୀ ଇମରାନ ଖାନ ସିଏନଏରେ କହିଛନ୍ତି ଯେ ହକ୍କାନି ଆଫଗାନିସ୍ତାନର ଏକ ଜନଜାତି । ଏହା ଏକ ଜନଜାତି ନୁହେଁ । ଦାରୁଲ ଉଲୁମ୍ ହକ୍କାନିଆ ଅକୋରା ଖଟ୍ଟକ କେପିକେର (KPK) ସମସ୍ତ ଛାତ୍ରଙ୍କୁ ହକ୍କାନି କୁହାଯାଏ । ଏଥି ମଧ୍ୟରେ ଜଲାଲୁଦ୍ଦିନ ହକ୍କାନି ସୋଭିଏତ୍ ୟୁନିଅନକୁ ପରାସ୍ତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।’’
'ଆମେରିକା ସହିତ ଭଲ ସମ୍ପର୍କ ଚାହୁଁଛନ୍ତି'ସାକ୍ଷାତକାର ସମୟରେ ଭାରତ ବିଷୟରେ ଇମରାନ ଖାନଙ୍କ ବିରକ୍ତି ପୁଣି ଥରେ ଦେଖାଗଲା । ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରେ ଆମେରିକା ସହ ସମ୍ପର୍କ ଉପରେ ଇମରାନ ଖାନ କହିଥିଲେ, ‘‘ମୁଁ ଜୋ ବାଇଡେନଙ୍କ ସହ କଥା ହୋଇ ନାହିଁ। ସେ କହିଛନ୍ତି ଆମେରିକାର ଆମ ସହିତ ଭାରତ ଭଳି ସମାନ ସମ୍ପର୍କ ରହିବା ଉଚିତ୍।’’
ପ୍ରକୃତରେ, ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ବ ଗ୍ରହଣ କରିବାର ଅନେକ ମାସ ବିତିଯାଇଛି, କିନ୍ତୁ ସେ ଏ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମରାନ ଖାନଙ୍କ ସହ କୌଣସି ସାକ୍ଷାତ କିମ୍ବା ଫୋଲ କଲରେ କଥା ହୋଇନାହାଁନ୍ତି । ଏଭଳି ପରିସ୍ଥିତିରେ ପାକିସ୍ତାନ ପ୍ରଶାସନରେ ନିରାଶା ଦେଖାଦେଇଛି । ପାକିସ୍ତାନୀ ଏନଏସଏ ଏପରିକି କହିଛି ଯେ ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ପାକିସ୍ତାନୀ ପ୍ରଧାଧ ମନ୍ତ୍ରୀଙ୍କୁ କଲ ନକରିବା ଆମ ବୁଝାମଣା ବାହାରେ । ପାକିସ୍ତାନ ଆଶା କରିଥିଲା ଯେ ତାଲିବାନ କାବୁଲ ଉପରେ ଶାସନ କରିବା ପରେ ଆମେରିକା ଏହାକୁ ଧ୍ୟାନ ଦେବ, କିନ୍ତୁ ଏ ପର୍ଯ୍ୟନ୍ତ ଏହା ହୋଇନାହିଁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।