News18 Odia Digital
କରାଚି: ପାକିସ୍ତାନର (Pakistan) ବାଣିଜ୍ୟିକ ରାଜଧାନୀ କରାଚିରେ ଥିବା ଏକ ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ ଘଟି ଅତି କମରେ ୧୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ବୋଲି ପୋଲିସ କହିଛି । କରାଚିର ଜନବହୁଳ କୋରଙ୍ଗି ଶିଳ୍ପାଞ୍ଚଳରେ ଅବସ୍ଥିତ ଏହି କାରଖାନା ଭିତରେ ପ୍ରାୟ ୨୬ ଜଣ କର୍ମଚାରୀ ଥିବା ବେଳେ ନିଆଁ ଲାଗିଯାଇଥିଲା । ଅନ୍ୟ ଶ୍ରମିକମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି ।
ଜିଓ ଟିଭି ଏକ ରିପୋର୍ଟରେ କହିଛି ଯେ ଶୁକ୍ରବାର ଦିନ (ଅଗଷ୍ଟ୍ ୨୭) ଏହି କାରଖାନାରେ ବିଭିନ୍ନ ଜିନିଷ ତିଆରି କରିବା ପାଇଁ ବ୍ୟବହୃତ କେମିକାଲ୍ ଥିବା ଏକ ଡ୍ରମରେ ନିଆଁ ଲାଗିଥିଲା ଓ ନିଆଁ ସାରା କାରଖାନାରେ ବ୍ୟାପିଯାଇଥିଲା । ଜଣେ ଉଦ୍ଧାରକାରୀ ଅଧିକାରୀ କହିଛନ୍ତି ଯେ କାରଖାନା ଭିତରୁ ୧୫ଟି ମୃତ ଦେହ ବାହାର କରାଯାଇଛି (15 burnt to death in Pakistan factory)।
ଏହା ବି ପଢ଼ନ୍ତୁ | ବଲାଙ୍ଗୀରରେ ରୋଗୀ ଦେହରେ ଏକ୍ସପାୟାର୍ଡ଼ ଡେଟ୍ ସାଲାଇନ୍ ଚଢ଼ାଇବା ପରେ ଚାଲିଛି ତଦନ୍ତ‘‘ଏହା ଗୋଟିଏ ରାସାୟନିକ କାରଖାନା । ବୋଧହୁଏ ସର୍ଟ ସର୍କିଟ ଯୋଗୁଁ ଏଠି ନିଆଁ ଲାଗିଯାଇଥିଲା । କିନ୍ତୁ ଆମେ ସବୁ ଶ୍ରମିକଙ୍କୁ ଖୋଜିବାରେ ଲାଗିଛୁ । ବିଲ୍ଡିଂ ଭିତରେ କିଛି ଲୋକ ଫସି ରହିଥିଲେ । ହୁଏତ ସେମାନଙ୍କ ମୃତ୍ୟୁ ହୋଇଯାଇଛି (Pakistan factory fire),’’ କହିଛନ୍ତି କୋରାଙ୍ଗିର ଏସ୍.ପି. ଶାହ ଜହାନ ।
ଏହା ବି ପଢ଼ନ୍ତୁ | ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢ଼ିଲା; ମାହାଙ୍ଗା ଡବଲ ମର୍ଡ଼ରର ସାନି ତଦନ୍ତ ଆଦେଶ ଆସିଲାଜିଓ ଟିଭି ସହ କଥା ହୋଇ ଶହିଦ ନାମକ ଜଣେ ଶ୍ରମିକ କହିଛନ୍ତି, ‘‘ଆମେ ବିଲଡିଂ ଭିତରେ କାମ ଆରମ୍ଭ କରୁଥିବା ବେଳେ ନିଆଁ ଲାଗିଯାଇଥିଲା ଓ ସେହି ନିଆଁ ଶୀଘ୍ର ଚାରି ଆଡ଼େ ବ୍ୟାପି ଯାଇଥିଲା । ଆମେ ସାହାଯ୍ୟ ପାଇଁ ଚିତ୍କାର କରିଥିଲୁ, କିନ୍ତୁ କେହି ଆମ କଥା ଶୁଣି ନ ଥିଲେ ।’’
ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ‘‘ମନ୍ତ୍ରୀଙ୍କ PS ବଦଦିଳେ, ହେଲେ ଅଭିଯୁକ୍ତ DFOଙ୍କ ବିରୁଦ୍ଧରେ ଆକ୍ସନ୍ ହେଉନି କାହିଁକି?’’ସେ କହିଛନ୍ତି ଯେ ମୃତକମାନଙ୍କ ମଧ୍ୟରେ କାରଖାନାରେ କାମ କରୁଥିବା ଚାରି ଭାଇ ଅଛନ୍ତି । ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବା ବେଳେ ଦୁଇ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି (Karachi factory fire) ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମର୍ମନ୍ତୁଦ ଦୁର୍ଘଟଣା: ପଶ୍ଚିମ ବଙ୍ଗରୁ ରାଉରକେଲା ଫେରିବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ସହ ଦୁଇ ଶିଶୁ ମୃତକରାଚି ପ୍ରଶାସକ ମୁର୍ତାଜା ୱାହାବ କହିଛନ୍ତି ଯେ ଅଗ୍ନିଶମ ବିଭାଗକୁ ସକାଳ ୧୦:୦୯ରେ ସୂଚନା ଦିଆଯାଇଥିଲା ଓ ସେମାନେ ଗୋଟିଏ ମିନିଟ ମଧ୍ୟରେ ବାହାରିଯାଇଥିଲେ । ସେ କହିଛନ୍ତି ଯେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ବିଳମ୍ବରେ ପହଞ୍ଚିବା ଖବରରେ ସତ୍ୟତା ନାହିଁ । ସେ ନିଶ୍ଚିତ କରିଛନ୍ତି ଯେ ନିଆଁ ଲିଭାଇ ଦିଆଯାଇଛି । ଅଧିକାଂଶ ପୀଡିତଙ୍କ ମୃତ୍ୟୁର କାରଣ ଶ୍ୱାସକ୍ରିୟା ଅବରୁଦ୍ଧ ହେବା ବୋଲି ସେ ଦର୍ଶାଇଛନ୍ତି । ମୁଖ୍ୟ ଅଗ୍ନିଶମ ଅଧିକାରୀ ମୁବେନ ଅହମ୍ମଦ କହିଛନ୍ତି ଯେ କାରଖାନାର ଛାତରେ ତାଲା ପଡି଼ଥିଲା ଓ କାରଖାନା ଭିତରକୁ ପ୍ରବେଶ କରିବା ପାଇଁ କେବଳ ଗୋଟିଏ ବାଟ ଥିଲା, ଯାହା ଫଳରେ ଶ୍ରମିକମାନେ ବାହାରକୁ ପଳାଇ ଆସିବା କଷ୍ଟକର ଥିଲା ।
ଏହା ବି ପଢ଼ନ୍ତୁ | ମ୍ୟାଟ୍ରିକ୍ ପାସ୍ କଲେ ଗଞ୍ଜାମ MLA ପୂର୍ଣ୍ଣଚନ୍ଦ୍ର ସ୍ବାଇଁ; B2 ଗ୍ରେଡ୍ ପାଇଲେ; ଇଂରାଜୀରେ ୪୪ ମାର୍କ ରଖିଲେ‘ଦି ଏକ୍ସପ୍ରେସ ଟ୍ରିବ୍ୟୁନ୍’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଅଗ୍ନିଶମ ବିଭାଗର ଅଧିକାରୀମାନେ ଏହି ଅଗ୍ନିକାଣ୍ଡକୁ ତୃତୀୟ ସ୍ତରର ଅଗ୍ନିକାଣ୍ଡ ଭାବେ ଘୋଷଣା କରିଥିଲେ ଓ ଏହାର ତୀବ୍ରତାକୁ ଦୃଷ୍ଟିରେ ରଖି ସହରର ସବୁ ଫାୟାର୍ ଟେଣ୍ଡରକୁ ଏହି ନିଆଁକୁ ଆୟତ୍ତ କରିବା ପାଇଁ ନିୟୋଜିତ କରିଥିଲେ । ଏହି ଅଞ୍ଚଳକୁ କର୍ଡନ କରାଯାଇଛି ଓ ରେଞ୍ଜର୍ସ କର୍ମଚାରୀମାନେ ଉଦ୍ଧାରକାରୀ ଦଳ ସହ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
ସେପ୍ଟେମ୍ବର ୨୦୧୨ରେ କରାଚିର ବଲଦିଆ ସହରରେ ଥିବା ଏକ ବସ୍ତ୍ର କାରଖାନାରେ ଅଗ୍ନିକାଣ୍ଡରେ ୨୫୦ରୁ ଅଧିକ କର୍ମଚାରୀ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।