ପାକିସ୍ତାନକୁ ଲାଗିଲା ବଡ଼ ଝଟ୍କା: ସାଉଦି ଆରବ ଆଉ ଉଧାରରେ ତେଲ ଯୋଗାଇବ ନାହିଁ
ସାଉଦି ଆରବର ଏହି ନିଷ୍ପତ୍ତି ପରେ ପାକିସ୍ତାନ ବର୍ତ୍ତମାନ ବକେୟା ଋଣ ପରିଶୋଧ କରିବାକୁ ଚୀନ୍ ପାଖରେ ହାତ ବଢ଼ାଇଛି । ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ସାଉଦି ଆରବ ଠାରୁ ଋଣ ନେବାର ବ୍ୟବସ୍ଥା ଦୁଇ ମାସ ପୂର୍ବରୁ ଶେଷ ହୋଇ ଯାଇଛି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ
- News18 Odia
- Last Updated: August 9, 2020, 3:45 PM IST
ରିୟାଦ: ସାଉଦି ଆରବ ପାକିସ୍ତାନକୁ ଉଧାର ରୂପରେ ଦେଉଥିବା ତେଲ ଉପରେ ପ୍ରତିବନ୍ଧକ ଲଗାଇଛି (Ban on Oil Supply)। କାଶ୍ମୀର ପ୍ରସଙ୍ଗରେ ଇସଲାମିକ୍ ଦେଶଙ୍କ ସଙ୍ଗଠନକୁ (Organisation of Islamic Countries, OIC) ଦୁଇ ଭାଗରେ ବିଭକ୍ତ କରିବାକୁ ପାକିସ୍ତାନ ଧମକ ଦେବା ପରେ ସାଉଦି ଆରବ ଏହି ପଦକ୍ଷେପ ନେଇଛି ।
୨୦୧୮ ରେ ଇମ୍ରାନ ସରକାର ପାକିସ୍ତାନର ଆର୍ଥିକ ସଙ୍କଟକୁ ପୁନର୍ଜୀବିତ କରିବା ପାଇଁ ୬ .୨ ବିଲିୟନ ଡ଼ଲାର ବା ସାଉଦି ଆରବରୁ ପ୍ରାୟ ୪୬ ହଜାର କୋଟି ଟଙ୍କାର ଋଣ ନେଇଥିଲେ। ଏହି ଋଣରେ ୩.୨ ବିଲିୟନ ଡ଼ଲାର ଅର୍ଥାତ୍ ପ୍ରାୟ ୨୪ ହଜାର କୋଟି ଟଙ୍କାର ଋଣ ତେଲ ରୂପରେ ଯୋଗାଣ କରିବା ପାଇଁ ଏକ ବ୍ୟବସ୍ଥା କରା ଯାଇଥିଲା।
ସାଉଦି ଆରବର ଏହି ନିଷ୍ପତ୍ତି ପରେ ପାକିସ୍ତାନ ବର୍ତ୍ତମାନ ବକେୟା ଋଣ ପରିଶୋଧ କରିବାକୁ ଚୀନ୍ ପାଖରେ ହାତ ବଢ଼ାଇଛି । ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ସାଉଦି ଆରବରୁ ଋଣ ନେବା ପାଇଁ ଏହି ବ୍ୟବସ୍ଥା ଦୁଇ ମାସ ପୂର୍ବରୁ ଶେଷ ହୋଇ ଯାଇଛି । ଏହାର ଏପର୍ଯ୍ୟନ୍ତ ନବୀକରଣ ହୋଇନାହିଁ । ପେଟ୍ରୋଲିୟମ ଡ଼ିଭିଜନର ମୁଖପାତ୍ର ସାଜିଦ କାଜୀଙ୍କ (Sajid Qazi) ଉଦ୍ଦେଶ୍ୟରେ ‘ଦି ଏକ୍ସପ୍ରେସ ଟ୍ରିବ୍ୟୁନ’ (The Express Tribune) ନାମକ ଖବରାଗଜ ଲେଖିଛି ଯେ ପାକିସ୍ତାନ ଚାରି ମାସ ମଧ୍ୟରେ ସାଉଦି ଆରବ ଠାରୁ ଏକ ବିଲିୟନ ଡ଼ଲାର ଋଣ ଫେରସ୍ତ କରିଛି। ତେବେ ଅବଶିଷ୍ଟ ଋଣ ପରିଶୋଧ କରିବାକୁ ସେ ବର୍ତ୍ତମାନ ଚୀନ୍କୁ ଆଡକୁ ମୁହାଇଛି।

ଇସଲାମିକ ଦେଶ ସଂଗଠନ ଲୋଗୋ
ନିକଟରେ ଏକ ଟିଭି କାର୍ଯ୍ୟକ୍ରମରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି (Shah Mahmood Qureshi ) ସାଉଦି ଆରବକୁ ଧମକ ଦେଇଥିଲେ। ଶାହ ମହମୁଦ କୁରେଶି କହିଛନ୍ତି ଯେ ଯଦି ସାଉଦି ଆରବ କାଶ୍ମୀର ପ୍ରସଙ୍ଗରେ ଇସଲାମିକ ଦେଶ ସଂଗଠନର ବୈଦେଶିକ ମନ୍ତ୍ରୀମାନଙ୍କର ଜରୁରୀ ବୈଠକ ଯଦି ନ ଡାକେ ତେବେ ପାକିସ୍ତାନ ନିଜେ ଏହି ବୈଠକ ଡାକିପାରେ।
ଏହା ବି ପଢ଼ନ୍ତୁ | ରାଜ୍ୟରେ ଆଉ ୧୩ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୨୭୨; ପୁଣି ୧,୭୩୪ ନୂଆ ମାମଲା ଚିହ୍ନଟ ହେଲେ
ଏହା ବି ପଢ଼ନ୍ତୁ | କେରଳ ବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୯; ତଦନ୍ତ ଆରମ୍ଭ ହେଲା; ବିମାନ ବନ୍ଦରରେ ସ୍ଥିତି ଥିଲା ବିପଦଜନକ
କେବଳ ଏତିକି ନୁହେଁ ସେ କହିଛନ୍ତି ଯେ ଯଦି ସାଉଦି ଆରବ ନ ଡ଼ାକେ ତେବେ ମୁଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅନୁରୋଧ କରିବାକୁ ବାଧ୍ୟ ହେବି ସେ ଇସଲାମ ଦେଶଗୁଡ଼ିକର ଏକ ବୈଠକ ଡାକିବେ ଯେଉଁମାନେ କାଶ୍ମୀର ପ୍ରସଙ୍ଗରେ ଆମକୁ ସମର୍ଥନ କରିବାକୁ ପ୍ରସ୍ତୁତ ଅଛନ୍ତି।
ଓଆଈସି (Organization of Islamic Countries) ହେଉଛି ଇସଲାମ ଦେଶ ଗୁଡ଼ିକର ସବୁଠାରୁ ବଡ ସଂଗଠନ। କାଶ୍ମୀର ଉପରେ ଭାରତକୁ ନେଇ ବୈଠକକୁ ସୁପାରିଶ କରିବାକୁ ଓଆଇସି (OIC) ଅନେକ ଥର ମନା କରିଦେଇଛି। ଏହା ହେଉଛି ଭାରତର କ୍ଷେତ୍ର ଯେଉଁଠାରେ ପାକିସ୍ତାନ ବିଭିନ୍ନ ସମୟରେ ସିସ୍ ଫାୟାର୍ ଠୁ ଆରମ୍ଭ କରି ଆତଙ୍କବାଦ ପଠାଇ ଏହି ସ୍ଥାନରେ ଅଶାନ୍ତ ପରିବେଶ ସୃଷ୍ଟି କରିବାରେ ଲାଗିଛି । ଏହି କ୍ଷେତ୍ରରେ ଗତ ତିନି ଦଶନ୍ଧି ଧରି ଭାରତ ସହ ପାକିସ୍ତାନର ତିକ୍ତତା ଲାଗି ରହିଛି।