Pakistan Economic Crisis: ପାକିସ୍ତାନରେ ରେକର୍ଡ ଭାଙ୍ଗିଲା ବଜାର ଦର: ଆପଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଚଳିତ ସପ୍ତାହରେ ପାକିସ୍ତାନରେ ବାର୍ଷିକ ମୁଦ୍ରାସ୍ଫୀତି ହାର ୩୮.୪୨ ପ୍ରତିଶତକୁ ବୃଦ୍ଧି ପାଇଛି। ଅତ୍ୟାବଶ୍ୟକ ଜିନିଷର ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ପାକିସ୍ତାନରେ ମୁଦ୍ରାସ୍ଫୀତି ହାର ରେକର୍ଡ ସ୍ତରରେ ପହଞ୍ଚିଛି।

Pakistan Economic Crisis: ପାକିସ୍ତାନରେ ରେକର୍ଡ ଭାଙ୍ଗିଲା ବଜାର ଦର

Pakistan Economic Crisis: ପାକିସ୍ତାନରେ ରେକର୍ଡ ଭାଙ୍ଗିଲା ବଜାର ଦର

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

Pakistan Economic Crisis: ଆର୍ଥିକ ସଙ୍କଟ ଦେଈ ଗତି କରୁଥିବା ପାକିସ୍ତାନରେ କୌଣସି ସୁଧାର ଆସୁନାହିଁ । ଚଳିତ ସପ୍ତାହରେ ପାକିସ୍ତାନରେ ବାର୍ଷିକ ମୁଦ୍ରାସ୍ଫୀତି ହାର ୩୮.୪୨ ପ୍ରତିଶତକୁ ବୃଦ୍ଧି ପାଇଛି। ଅତ୍ୟାବଶ୍ୟକ ଜିନିଷର ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ପାକିସ୍ତାନରେ ମୁଦ୍ରାସ୍ଫୀତି ହାର ରେକର୍ଡ ସ୍ତରରେ ପହଞ୍ଚିଛି। ପାକିସ୍ତାନ ପରିସଂଖ୍ୟାନ ବ୍ୟୁରୋର ତଥ୍ୟକୁ ଦର୍ଶାଇ ଏକ ରିପୋର୍ଟରେ କୁହାଯାଇଛି ଯେ, ସ୍ୱଳ୍ପକାଳୀନ ମୁଦ୍ରାସ୍ଫୀତି ମାପ କରୁଥିବା ମୂଲ୍ୟ ସୂଚକାଙ୍କ (ଏସପିଆଇ) ଚଳିତ ସପ୍ତାହରେ ୩୮.୪୨ ପ୍ରତିଶତକୁ ବୃଦ୍ଧି ପାଇଛି।

ଏସପିଆଇ ମୁଦ୍ରାସ୍ଫୀତି ୩୪.୮୩ ପ୍ରତିଶତରେ ପହଞ୍ଚିଛି

ସାପ୍ତାହିକ ଭିତ୍ତିରେ, ଗତ ସପ୍ତାହରେ ୦.୧୭ ପ୍ରତିଶତ ବୃଦ୍ଧି ତୁଳନାରେ SPI ୨.୮୯ ପ୍ରତିଶତ ବୃଦ୍ଧି ପାଇଛି । ଗତ ସପ୍ତାହରେ ଏସପିଆଇ ମୁଦ୍ରାସ୍ଫୀତି ୩୪.୮୩ ପ୍ରତିଶତ ରେକର୍ଡ କରାଯାଇଥିଲା। ଦର ବୃଦ୍ଧି ପାକିସ୍ତାନ ସରକାରଙ୍କ ଦ୍ୱାରା ନୂତନ ଟିକସ ଲାଗୁ ଓ ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ବୃଦ୍ଧି କାରଣରୁ ହୋଇଛି। ଆଇଏମଏଫରୁ ୧.୧ ବିଲିୟନ ଡଲାର ସହାୟତା ପାଇବା ସର୍ତ୍ତରେ ସରକାର ଏହି ପଦକ୍ଷେପ ନେଇଛନ୍ତି।

ଏତେ ମହଙ୍ଗା ହୋଇଛି ଜିନିଷ

ପେଟ୍ରୋଲ ମୂଲ୍ୟ ୮.୦୨ ପ୍ରତିଶତ,  ଖାଦ୍ୟରେ ୮.୬୫ ପ୍ରତିଶତ, ଏକ କିଲୋଗ୍ରାମ ଘିଅରେ ୮.୨ ପ୍ରତିଶତ, ଚିକେନ ୭.୪୯ ପ୍ରତିଶତ ଏବଂ ଡିଜେଲ ସପ୍ତାହରେ ୬.୪୯ ପ୍ରତିଶତ ବୃଦ୍ଧି ପାଇଛି। ସାପ୍ତାହିକ ଭିତ୍ତିରେ ଟମାଟୋ ମୂଲ୍ୟ ୧୪.୨୭ ପ୍ରତିଶତ ହ୍ରାସ ପାଇଛି, ପିଆଜ ମୂଲ୍ୟ ୧୩.୪୮ ପ୍ରତିଶତ, ଅଣ୍ଡାର ମୂଲ୍ୟ ୪.୨୪ ପ୍ରତିଶତ, ରସୁଣର ମୂଲ୍ୟ ୨.୧ ପ୍ରତିଶତ ଓ ମଇଦା ୦.୧ ପ୍ରତିଶତ ହ୍ରାସ ପାଇଛି।
Published by:Soubhagya Mishra
First published: