News18 Odia Digital
ଚଣ୍ଡିଗଡ଼:ସ୍ୱାଧୀନତା ଦିବସ ପୂର୍ବରୁ ପାକିସ୍ତାନର ଏକ ବଡ଼ ଷଡ଼ଯନ୍ତ୍ର ଧରା ପଡ଼ି ଯାଇଛି। ପଞ୍ଜାବର ସୀମା ନିକଟରେ ଥିବା ଏକ ଗାଁରେ ଡ୍ରୋନ ଦ୍ୱାରା ଆସିଥିବା ଅସ୍ତ୍ରଶସ୍ତ୍ରକୁ ଜବତ କରାଯାଇଛି। ଗ୍ରାମବାସୀଙ୍କ ତତ୍ପରତା ହେତୁ ଏକ ବଡ଼ ବିପଦକୁ ଏଡ଼ାଇ ଦିଆଯାଇଛି। ପଞ୍ଜାବ ପୋଲିସ ଏହି ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛି। ବିଭିନ୍ନ ବ୍ୟାଗରେ ଆଇଇଡ଼ି, ହ୍ୟାଣ୍ଡ ଗ୍ରେନେଡ଼ ଓ କାର୍ଟ୍ରିଜ ପଠାଯାଇଥିଲା। ଏହି ସମସ୍ତ ଅସ୍ତ୍ର ଡ୍ରୋନରୁ ଖସିଯାଇଥିଲା।
ଏହି ଘଟଣା ସମ୍ପର୍କରେ ପଞ୍ଜାବର ଡିଜିପି ଡିଙ୍କାର ଗୁପ୍ତା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରବିବାର ସନ୍ଧ୍ୟାରେ ଅମୃତସରର ଗ୍ରାମାଞ୍ଚଳରୁ ହ୍ୟାଣ୍ଡ ଗ୍ରେନେଡ଼ ଓ ଟିଫିନ ଆଇଇଡ଼ି ଓ କାର୍ଟ୍ରିଜ୍ ଉଦ୍ଧାର କରାଯାଇଛି। ସେ କହିଛନ୍ତି ପିଲାଙ୍କ ଟିଫିନ ବାକ୍ସରେ IED ବୋମା ଲଗାଯାଇଥିଲା। ପାକିସ୍ତାନ ସୀମା ନିକଟ ଡାଲିକେ ଗ୍ରାମରୁ ଆଇଏଡ଼ି ବୋମା ଓ ହ୍ୟାଣ୍ଡ ଗ୍ରେନେଡ଼ ଉଦ୍ଧାର କରାଯାଇଛି। ଡ୍ରୋନ ମାଧ୍ୟମରେ ଏହାକୁ ବ୍ୟାଗରେ ପଠାଯାଇଥିଲା। ସୂଚନାନୁସାରେ, ଏଥିରେ ୫ ଟି ହ୍ୟାଣ୍ଡ ଗ୍ରେନେଡ଼, ୧୦୦ଟି ୯ମିମି କାର୍ଟ୍ରିଜ ଓ ଟିଫିନ ବୋମା ଜବତ କରାଯାଇଛି।
ଡିଜିପି ଡିଙ୍କାର ଗୁପ୍ତାଙ୍କ କହିବା ଅନୁଯାୟୀ IED ବୋମାରେ ୨ କିଲୋଗ୍ରାମ RDX ଲଗାଯାଇଥିଲା। ସୁଇଚ ମାଧ୍ୟମରେ ଟାଇମ ବମ ତିଆରି କରାଯାଇଥିଲା। ଏହି ବୋମା ଏପରି ତିଆରି କରାଯାଇଥିଲା ଯେ ବୋମାଟିର ତ୍ରୁଟିପୂର୍ଣ୍ଣ ଚୁମ୍ବକ ଲଗାଇ ବିସ୍ଫୋରଣ ହୋଇପାରେ। ଆହୁରି ମଧ୍ୟ ଫୋନ ମାଧ୍ୟମରେ ଏହି ବୋମା ଅପରେସନ କରାଯାଇପାରିବ। ୩ଟି ଡିଟୋନେଟର ମଧ୍ୟ ଉଦ୍ଧାର କରାଯାଇଛି। ଡିଜିପି ଡିଙ୍କାର ଗୁପ୍ତାଙ୍କ ଅନୁଯାୟୀ, ଟିଫିନ୍ ବକ୍ସ ବୋମା ମାଧ୍ୟମରେ ଏକ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ କରିବାକୁ ପ୍ରସ୍ତୁତି ଚାଲିଥିଲା।
ଡିଜିପି ଗୁପ୍ତା ଏହା ମଧ୍ୟ କହିଛନ୍ତି ଯେ ଶିଖ ମାନଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ତଥା ରାଜ୍ୟପାଳଙ୍କ ପ୍ରତି କ୍ରମାଗତ ଧମକ ଦିଆଯାଉଛି। ବର୍ତ୍ତମାନ ସାରା ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ପୋଲିସ ସବୁ ଦିଗରୁ ଯାଞ୍ଚ କରୁଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।