ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଆଫଗାନିସ୍ତାନର ପଞ୍ଜଶିର ଉପରେ ହୋଇଥିବା ଡ୍ରୋନ୍ ଆଟାକ୍‌କୁ ଖଣ୍ଡନ କଲା ପାକିସ୍ତାନ; କହିଲା ମିଥ୍ୟ ପ୍ରଚାର

ଆଫଗାନିସ୍ତାନର ପଞ୍ଜଶିର ଉପରେ ହୋଇଥିବା ଡ୍ରୋନ୍ ଆଟାକ୍‌କୁ ଖଣ୍ଡନ କଲା ପାକିସ୍ତାନ; କହିଲା ମିଥ୍ୟ ପ୍ରଚାର

ତାଲିବାନ ସୋମବାର ଦାବି କରିଥିଲା ଯେ ଆଫଗାନିସ୍ତାନର ପଞ୍ଜଶିର ଉପତ୍ୟକାକୁ କାବୁ କରିଛି । ଗତ ମାସରେ ଆଫଗାନିସ୍ତାନରେ ହୋଇଥିବା ଆକ୍ରମଣ ପରେ ଏହା କେବଳ ଏକମାତ୍ର ପ୍ରଦେଶ ଥିଲା, ଯାହା ଉପରେ ସେ କାବୁ କରିନଥିଲା ।

ଆଫଗାନିସ୍ତାନର ପଞ୍ଜଶିର ଉପରେ ହୋଇଥିବା ଡ୍ରୋନ୍ ଆଟାକ୍‌କୁ ଖଣ୍ଡନ କଲା ପାକିସ୍ତାନ; କହିଲା ମିଥ୍ୟ ପ୍ରଚାର
ଆଫଗାନିସ୍ତାନର ପଞ୍ଜଶିର ଉପରେ ହୋଇଥିବା ଡ୍ରୋନ୍ ଆଟାକ୍‌କୁ ଖଣ୍ଡନ କଲା ପାକିସ୍ତାନ
  • News18 Odia
  • Last Updated: September 10, 2021, 5:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଇସଲାମବାଦ: ଆଫଗାନିସ୍ତାନର ପଞ୍ଜଶିର ଉପତ୍ୟକାରେ ତାଲିବାନ ଆକ୍ରମଣରେ ସହାୟତା କରିବା ଖବରକୁ ପାକିସ୍ତାନ ଖାରଜ କରିଦେଇଛି । ପାକିସ୍ତାନ କହିଛି ଯେ ଏହା ଏକ ମିଥ୍ୟ ପ୍ରଚାର ଅଭିଯାନ । ତାଲିବାନ ସୋମବାର ଦାବି କରିଥିଲା ଯେ ପଞ୍ଜଶିର ଉପତ୍ୟକାକୁ କବଜା କରିଛି । ଗତ ମାସରେ ଆଫଗାନିସ୍ତାନରେ ହୋଇଥିବା ଆକ୍ରମଣ ପରେ ଏହା ଏକମାତ୍ର ପ୍ରଦେଶ ଥିଲା ।

କେତେକ ରିପୋର୍ଟରେ ସେଣ୍ଟକମ୍ (ୟୁଏସ୍ ସେଣ୍ଟ୍ରାଲ୍ କମାଣ୍ଡ) ସୂତ୍ରରୁ ଉଦ୍ଧୃତ ହୋଇ କୁହାଯାଇଛି ଯେ ଡ୍ରୋନ୍ ଷ୍ଟ୍ରାଇକ୍ ଦ୍ୱାରା ପାକିସ୍ତାନୀ ସେନା ତାଲିବାନକୁ ଆକ୍ରମଣରେ ସାହାଯ୍ୟ କରୁଥିଲା ଓ ପାକିସ୍ତାନର ସ୍ୱତନ୍ତ୍ର ବାହିନୀରେ ୨୭ଟି ହେଲିକପ୍ଟର ଯୋଗେ ପାକିସ୍ତାନୀ ସେନା ସାହାଯ୍ୟ କରୁଛି ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅସୀମ ଇଫ୍ତିହାର ଗୁରୁବାର ରାତିରେ ଦେଇଥିବା ବିବୃତ୍ତିରେ ଏହି ଅଭିଯୋଗକୁ ଏକ କୁତ୍ସିତ ପ୍ରଚାର ଅଭିଯାନର ଏକ ଅଂଶ ଭାବରେ ଖଣ୍ଡନ କରିଛନ୍ତି ।

ଏହି ଘୃଣ୍ୟ ଅଭିଯୋଗ ପାକିସ୍ତାନକୁ ବଦନାମ କରିବା ଓ ଅନ୍ତର୍ଜାତୀୟ ସମୁଦାୟକୁ ବିଭ୍ରାନ୍ତ କରିବା ପାଇଁ ଏକ ହତାଶ ପ୍ରୟାସର ଏକ ଅଂଶ ବୋଲି ବିବୃତ୍ତିରେ କହିଥିଲେ । ଏକ ଶାନ୍ତିପୂର୍ଣ୍ଣ, ସ୍ଥିର, ସାର୍ବଭୌମ ତଥା ସମୃଦ୍ଧ ଆଫଗାନିସ୍ତାନ ପ୍ରତି ପାକିସ୍ତାନର ସ୍ଥାୟୀ ପ୍ରତିବଦ୍ଧତାକୁ ଦୋହରାଇ ଥିଲେ ମୁଖପାତ୍ର ।

ତାଲିବାନ ଆତଙ୍କବାଦୀମାନେ ଅଗଷ୍ଟରେ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରି ପାଶ୍ଚାତ୍ୟ ଦେଶଗୁଡ଼ିକ ଦ୍ୱାରା ସମର୍ଥିତ ନିର୍ବାଚିତ ନେତୃତ୍ୱକୁ ହଟାଇ ଦେଇଥିଲେ । ତାଲିବାନକୁ ବହିଷ୍କାର କରିବା ପାଇଁ ଆମେରିକାର ନେତୃତ୍ୱାଧୀନ ଆକ୍ରମଣ ପରେ ପ୍ରାୟ ୨୦ ବର୍ଷ ପରେ ଆତଙ୍କବାଦୀମାନେ ଦେଶକୁ ପୁନର୍ବାର ଜବର ଦଖଲ କରିଛନ୍ତି।

ପଞ୍ଜଶିର, ଏକ ଅପହଞ୍ଚ ପର୍ବତ ଉପତ୍ୟକାରେ ପାଖାପାଖି ୨ ଲକ୍ଷ ଲୋକ ବାସ କରନ୍ତି । ୧୯୮୦ ଦଶକରେ ଆଫଗାନିସ୍ତାନର ସୋଭିଏତ୍ ଦଖଲ ଓ ତାଲିବାନ ଶାସନର ପୂର୍ବ ଅବଧି ମଧ୍ୟରେ ୧୯୯୬ରୁ ୨୦୦୧ ମଧ୍ୟରେ ଏହା ପ୍ରତିରୋଧର କେନ୍ଦ୍ର ଥିଲା ।
Published by: Lipina Das
First published: September 10, 2021, 5:35 PM IST