ପାକିସ୍ତାନକୁ ଧୂଳି ଚ଼ଟେଇଥିବା ଯୁବା କ୍ରିକେଟର ଯଶସ୍ବୀଙ୍କୁ ପ୍ରଶଂସା କଲେ ଶୋଏବ୍ ଅଖତର୍

‘‘ଭାରତର ସେ ବାଳକ ଜୟସ୍ୱାଲ… ସେ ଅଣ୍ଡର୍-୧୯ରେ ଦୁଇ ଦୁଇଟି ସେଞ୍ଚୁରୀ କରିଛି, ଆଉ ଆଜି ସେ ସବୁ ଠୁ ବେଶୀ ରନ୍ ସ୍କୋର୍ କରିଛି… ତା’ ପାଖରେ ଖେଳ ପାଇଁ ଶକ୍ତି ଓ ଆଗ୍ରହ ଅଛି । ସେ ନିଶ୍ଚୟ ଭାରତର ସିନିଅର୍ ଟିମରେ ଖେଳିବ ।… ପାକିସ୍ତାନର ଖେଳାଳିମାନେ ଜୟସ୍ୱାଲ ଠାରୁ ଶିଖିବା ଉଚ଼ିତ,’’ କହିଛନ୍ତି ଅଖତର୍ ।

ପାକିସ୍ତାନକୁ ଧୂଳି ଚ଼ଟେଇଥିବା ଯୁବା କ୍ରିକେଟର ଯଶସ୍ବୀଙ୍କୁ ପ୍ରଶଂସା କଲେ ଶୋଏବ୍ ଅଖତର୍
ଯଶସ୍ୱୀ ଜୟସ୍ୱାଲ
  • News18 Odia
  • Last Updated: February 6, 2020, 1:35 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆଇସିସିର ୧୯ ବର୍ଷରୁ କମ୍‌ ବୟସର ଖେଳାଳିଙ୍କ ପାଇଁ ହେଉଥିବା ବିଶ୍ବ କପ (ICC Under-19 Cricket World)ର ସପ୍ତମ ଖଣ୍ଡରେ ଗତ କାଲିର ସେମିଫାଇନାଲ ମ୍ୟାଚରେ ପାକିସ୍ତାନକୁ ହରେଇ ଭାରତ ଜବରଦସ୍ତ ବିଜୟ ହାସଲ କରିଛି ଓ ଫାଇନାଲରେ ନିଜ ସ୍ଥାନ ସଂରକ୍ଷିତ କରିଛି । ଏହି ବିଜୟରେ ମୁଖ୍ୟ ଭୂମିକାରେ ଥିବା ଯଶସ୍ୱୀ ଜୟସ୍ୱାଲଙ୍କୁ ପାକିସ୍ତାନର ପ୍ରସିଦ୍ଧ କ୍ରିକେଟର ଶୋଏବ୍‌ ଅଖତର୍‌ ଭୂରିଭୂରି ପ୍ରଶଂସା କରିଛନ୍ତି ।

ପାକିସ୍ତାନ ବିରୁଦ୍ଧରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ସେମିଫାଇନାଲରେ ଜୟସ୍ୱାଲ ସେଞ୍ଚୁରୀ (୧୦୦ ରନ୍‌) ବାଡ଼େଇ ଭାରତର ବିଜୟ ସୁନିଶ୍ଚିତ କରିଥିଲେ । ଜୟସ୍ୱାଲ୍‌ ୧୦୫ କରି ନଟ୍‌-ଆଉଟ୍‌ ଥିଲେ ଓ ୩୬ତମ ଓଭରରେ ସେ ଏକ ବିଶାଳ ଛକ୍କା ମାରି ଟିମକୁ ଜିତେଇଦେଇଥିଲେ । ଏହି ମ୍ୟାଚ୍‌ରେ ଗତ ଥର ଚ୍ୟାମ୍ପିଅନ୍‌ ଥିବା ଭାରତ ପାକିସ୍ତାନକୁ ଦଶ ୱିକେଟରେ ହରେଇଥିଲା ।

‘‘ପାକିସ୍ତାନର ଖେଳାଳିମାନେ… ତୁମେ ଫାଇନାଲକୁ ଯିବାକୁ ହକଦାର ନ ଥିଲ । ତୁମେ ଭାରି ଶର୍ମନାକ୍‌ ଫିଲ୍ଡିଂ କଲ । ୧୯ ବର୍ଷରୁ କମ୍‌ ହୋଇ ବି ତୁମେମାନେ ଡେଇଁ କରି ବଲ୍‌ ଧରିପାରୁନ!  ସେମିଫାଇନାଲରେ ଜିତିଥିବାରୁ ଭାରତୀୟ ଟିମକୁ ଶୁଭେଚ୍ଛା,’’ ନିଜ ୟୁଟ୍ୟୁବ୍‌ ଚ଼୍ୟାନେଲରେ କହିଛନ୍ତି ଅଖତର୍‌ ।

‘‘ଭାରତର ସେ ବାଳକ ଜୟସ୍ୱାଲ… ସେ ଅଣ୍ଡର୍‌-୧୯ରେ ଦୁଇ ଦୁଇଟି ସେଞ୍ଚୁରୀ କରିଛି, ଆଉ ଆଜି ସକାଳେ ସେ ସବୁ ଠୁ ବେଶୀ ରନ୍‌ ସ୍କୋର୍‌ କରିଛି… ତା’ ପାଖରେ ଖେଳ ପାଇଁ ଶକ୍ତି ଓ ଆଗ୍ରହ ଅଛି । ସେ ନିଶ୍ଚୟ ଭାରତର ସିନିଅର୍‌ ଟିମରେ ଖେଳିବ । ଏ କଥାର ଗ୍ୟାରେଣ୍ଟି ଅଛି,’’ କହିଛନ୍ତି ଅଖତର୍‌ ।

ଶୋଏବ୍ ଅଖତର୍


ସେ ଆହୁରି କହିଛନ୍ତି: ‘‘ପାକିସ୍ତାନର ଖେଳାଳିମାନେ ଜୟସ୍ୱାଲ ଠାରୁ ଶିଖିବା ଉଚ଼ିତ । ରାଜସ୍ଥାନ ରୟାଲ୍‌ ଠାରୁ ସେ ଅଢ଼େଇ କୋଟି ଟଙ୍କାର କଣ୍ଟ୍ରାକ୍ଟ ପାଇଛି । ସେ ଖେଳରେ ଉତ୍କର୍ଷ ପଛରେ ଧାଉଁଛି, ଆଉ ଏବେ ଟଙ୍କା ତା’ ପଛରେ ଧାଉଁଛି’’ ।

ଅଖତର୍‌ ପାକିସ୍ତାନର କ୍ରିକେଟ୍‌ ବୋର୍ଡ଼କୁ ବି ସମାଲୋଚ଼ନା କରିଛନ୍ତି । ସେ କହିଛନ୍ତି ଯେ ବୋର୍ଡ଼ ଭଲ ପାକିସ୍ତାନୀ କ୍ରିକେଟରମାନଙ୍କୁ କୋଚ଼ ରୂପେ ନିଯୁକ୍ତ କରୁ ନାହିଁ ।

‘‘ଭାରତର ସର୍ବଶ୍ରେଷ୍ଠ ମିଡଲ୍‌ ଅର୍ଡର୍‌ ବ୍ୟାଟ୍ସମ୍ୟାନ୍‌ କିଏ? ରାହୁଲ୍‌ ଡ୍ରାଭିଡ଼ । ସେ ପାକିସ୍ତାନର ଅଣ୍ଡର୍‌-୧୯ ଟିମକୁ କୋଚ଼ିଂ ଦେବାକୁ ଆସିବେ ଯଦି ତମେ ତାଙ୍କୁ ୫ କୋଟି ଟଙ୍କା ଦିଅ । ଜଣେ ଶ୍ରେଷ୍ଠ ବ୍ୟକ୍ତି ପାଇଁ ତୁମକୁ ଖୁବ୍‌ ଖର୍ଚ୍ଚ କରିବାକୁ ପଡ଼ିବ,’’ କହିଛନ୍ତି ଅଖତର୍‌ ।
First published: February 5, 2020, 7:27 PM IST
corona virus btn
corona virus btn
Loading