News18 Odia Digital
ଶ୍ରୀନଗର: ସେପ୍ଟେମ୍ବର ୨୮ ଓ ୨୯ରେ ଜମ୍ମୁ କାଶ୍ମୀରର ଉଧମପୁର ଜିଲ୍ଲାରେ ଦୁଇଟି ବସ୍ ବିସ୍ଫୋରଣ ମାମଲାରେ ପାକିସ୍ତାନ ସ୍ଥିତ ଲଶ୍କର-ଏ-ତୈବାର ଜଣେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ମହମ୍ମଦ ଅସଲମ ଶେଖ ବୋଲି ଜଣା ପଡିଛି। ମହମ୍ମଦ ଅମିନ ଭଟଙ୍କ ନିର୍ଦ୍ଦେଶରେ ସେ ସେପ୍ଟେମ୍ବର ୨୮ରେ ବସ୍ ଷ୍ଟାଣ୍ଡ ରାମନଗରରେ ଉଭୟ ବସ୍ରେ ଆଇଇଡି ରଖିଥିଲେ।
ଜମ୍ମୁ ପୋଲିସର ଅତିରିକ୍ତ ମହାନିର୍ଦ୍ଦେଶକ ମୁକେଶ ସିଂ କହିଛନ୍ତି ଯେ ଅନୁସନ୍ଧାନ ବେଳେ ଏହି ଅଞ୍ଚଳର କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା ଓ ବିସ୍ଫୋରଣ ସମ୍ପର୍କରେ କୌଣସି ସୂଚନା ପାଇବା ପାଇଁ ସେମାନଙ୍କୁ ନିରନ୍ତର ପଚରାଉଚରା କରାଯାଇଥିଲା। ଏହି ବିସ୍ଫୋରଣରେ ମହମ୍ମଦ ଅମିନ ଭଟ ଜଡିତ ଅଛନ୍ତି। ସେ ପାକିସ୍ତାନର। ସେ ସୋସିଆଲ ମିଡିଆ ଆପ ଜରିଆରେ ଅସଲମ ଶେଖ ନାମକ ଜଣେ ଆତଙ୍କବାଦୀଙ୍କ ସହ ଯୋଗାଯୋଗ କରିଥିଲେ ଓ ଡ୍ରୋନ ମାଧ୍ୟମରେ ତାଙ୍କୁ ୩ ଟି ଚିପ ବୋମା ଓ ୪ଟି ନୂଆ ଆଇଏଡି ଯୋଗାଇ ଦେଇଥିଲେ।
ଅନୁସନ୍ଧାନରୁ ଜଣାପଡିଛି ଯେ ମହମ୍ମଦ ଅସଲମ ଦୀର୍ଘ ଦିନ ଧରି ପାକିସ୍ତାନ ସହ ଯୋଗାଯୋଗରେ ଥିଲେ। ତାଙ୍କୁ ଅନ୍ତର୍ଜାତୀୟ ସୀମା ନିକଟରୁ କିଛି ସାମଗ୍ରୀ ଆଣିବାକୁ ହ୍ୟାଣ୍ଡେଲର୍ ଅନୁରୋଧ କରିଥିଲେ ଓ ତାଙ୍କୁ କିଛି ଟଙ୍କା ଦେବାକୁ ମଧ୍ୟ ପ୍ରତିଶୃତି ଦେଇଥିଲେ।
୨୭ ସେପ୍ଟେମ୍ବରରେ ଏକ ଉଚ୍ଚପଦସ୍ଥ ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଉପଯୁକ୍ତ ସ୍ଥାନରେ ବୋମା ଲଗାଇବାକୁ ନିର୍ଦ୍ଦେଶ ହୋଇଥିଲା। ସେମାନେ ଦୁଇଟି IED କୁ ସକ୍ରିୟ କରି ଦୁଇଟି ବସ୍ ରେ ରଖିଲେ।।ଗୋଟିଏ ବସ୍ ରେ ସେ 7 ଘଣ୍ଟାର ଟାଇମର୍ ଓ ଅନ୍ୟଟିରେ ସେ ୧୪ ଘଣ୍ଟାର ଟାଇମର୍ ସେଟ୍ କରିଥିଲେ। ପୋଲିସ 2 ଟି IED, 3 ନମ୍ବର ବିଶିଷ୍ଟ ଷ୍ଟିକି IED, 5 ଡିଟୋନେଟର, 2 ଟାଇମର୍ ଡିଭାଇସ୍ (PTDs) ଓ 4 ଟି ଶୁଖିଲା ବ୍ୟାଟେରୀ ଉଦ୍ଧାର କରିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।