Pakistan: ଇମ୍ରାନ ଖାନଙ୍କ ବିରୋଧରେ ଆରମ୍ଭ ହେବ ଦେଶଦ୍ରୋହୀ କାର୍ଯ୍ୟାନୁଷ୍ଠାନ

Pakistan News: ପାକିସ୍ତାନ ସରକାର ଖୁବ୍ ଶୀଘ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଦେଶଦ୍ରୋହ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ପାକିସ୍ତାନ ସରକାର ଏକ କମିଟି ଗଠନ କରିଛନ୍ତି।

ଇମ୍ରାନ ଖାନଙ୍କ ବିରୋଧରେ ଆରମ୍ଭ ହେବ ଦେଶଦ୍ରୋହୀ କାର୍ଯ୍ୟାନୁଷ୍ଠାନ

ଇମ୍ରାନ ଖାନଙ୍କ ବିରୋଧରେ ଆରମ୍ଭ ହେବ ଦେଶଦ୍ରୋହୀ କାର୍ଯ୍ୟାନୁଷ୍ଠାନ

  • Share this:
News18 Odia Digital

Imran Khan Sedition Proceedings: ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ ଦଳର ମୁଖ୍ୟ ଇମ୍ରାନ ଖାନଙ୍କ ଅସୁବିଧା କମିବାର ନାଁ ନେଉନାହିଁ। ଇତିମଧ୍ୟରେ ତାଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି।

ପାକିସ୍ତାନ ସରକାର ଖୁବ୍ ଶୀଘ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଦେଶଦ୍ରୋହ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ପାକିସ୍ତାନ ସରକାର ଏକ କମିଟି ଗଠନ କରିଛନ୍ତି।

ସୂଚନା ମନ୍ତ୍ରୀ ମରିୟମ ଔରଙ୍ଗଜେବ ଗଣମାଧ୍ୟମକୁ କହିଛନ୍ତି ଯେ ଏକ କମିଟି ଗଠନ ପାଇଁ ନିଷ୍ପତ୍ତି କ୍ୟାବିନେଟ ନେଇଛି। ସେ କହିଛନ୍ତି ଯେ ସମ୍ବିଧାନର ଧାରା ୬ ଉଲ୍ଲଂଘନ କରି ପିଟିଆଇ ନେତୃତ୍ୱ ଦୋଷୀ କି ନାହିଁ ଏହି କମିଟି ଆଲୋଚନା କରିବ।

ଧାରା ୬ରେ ଦୋଷୀ ସାବ୍ୟସ୍ତ ହେଲେ ଇମ୍ରାନଙ୍କୁ ଦେଶଦ୍ରୋହୀ ଘୋଷିତ କରାଯିବ

ପାକିସ୍ତାନର ସମ୍ବିଧାନର ଧାରା ୬ ଅନୁଯାୟୀ, ଯେକୌଣସି ବ୍ୟକ୍ତି ବଳପୂର୍ବକ କିମ୍ବା ଅନ୍ୟ କୌଣସି ଅନୈ​ତିକ ଉପାୟରେ ସମ୍ବିଧାନକୁ ରଦ୍ଦ କରିଦିଏ କିମ୍ବା ନିଲମ୍ବନ କରେ, ନହେଲେ ଷଡ଼ଯନ୍ତ୍ର କରି ସ୍ଥଗିତ ରଖେ ତେବେ ସେହି ବ୍ୟକ୍ତି ଦେଶଦ୍ରୋହ ମାମଲାରେ ଦୋଷୀ ହୁଏ। ଯଦି ଏହି ଅପରାଧରେ ଦୋଷୀ ସାବ୍ୟସ୍ତ ହୁଏ ତେବେ ମୃତ୍ୟୁଦଣ୍ଡର ବ୍ୟବସ୍ଥା ମଧ୍ୟ ଅଛି।

କମିଟି ଆଇନ ମନ୍ତ୍ରୀଙ୍କ ନେତୃତ୍ୱରେ କାର୍ଯ୍ୟ କରିବ

ସୂଚନା ମନ୍ତ୍ରୀ ମରିୟମ ଔରଙ୍ଗଜେବ କହିଛନ୍ତି ଯେ ଏହି କମିଟି ଆଇନ ମନ୍ତ୍ରୀ ଆଜମ ନଜୀର ତରାରଙ୍କ ନେତୃତ୍ୱରେ କାର୍ଯ୍ୟ କରିବ ଓ ପରବର୍ତ୍ତୀ କ୍ୟାବିନେଟ ବୈଠକରେ ଏହାର ପ୍ରସ୍ତାବ ଉପସ୍ଥାପନ କରିବ। ସେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପ୍ରମାଣିତ କରିଛି ଯେ ପୂର୍ବ ସରକାର ଅସାମ୍ବିଧାନିକ ଆଦେଶ ଦେଇଥିଲେ।
Published by:Lipina Das
First published: