PAK: ଇମ୍ରାନ ସରକାର ବଳାତ୍କାରକାରୀଙ୍କୁ ନଂପୁସକ କରୁଥିବା ଆଇନକୁ ଅନୁମୋଦନ କଲେ
Chemical castration for Rape in PAK: ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ (Imran Khan) ମଙ୍ଗଳବାର ଦିନ କ୍ୟାବିନେଟ ବୈଠକରେ ବଳାତ୍କାରୀ ମାନଙ୍କୁ କେମିକାଲ ମାଧ୍ୟମରେ ନଂପୁସକ କରୁଥିବା ଦଣ୍ଡ ସହ ଜଡିତ ଏକ ଆଇନକୁ ଅନୁମୋଦନ କରିଛନ୍ତି ।

ଇମ୍ରାନ ସରକାର ବଳାତ୍କାରକାରୀଙ୍କୁ ନଂପୁସକ କରୁଥିବା ଆଇନକୁ ଅନୁମୋଦନ କଲେ
- News18 Odia
- Last Updated: November 25, 2020, 1:45 PM IST
ଇସଲାମାବାଦ: ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ ମଙ୍ଗଳବାର ଦିନ ବଳାତ୍କାରୀ ମାନଙ୍କୁ କେମିକାଲ ମାଧ୍ୟମରେ ନଂପୁସକ (chemical castration of rapists) କରୁଥିବା ଦଣ୍ଡ ସହ ଜଡିତ ଏକ ଆଇନକୁ ଅନୁମୋଦନ କରିଛନ୍ତି । ଫେଡେରାଲ କ୍ୟାବିନେଟର ବୈଠକରେ ଇମ୍ରାନ ଏହି ଆଇନକୁ ଅନୁମୋଦନ କରିବାକୁ ରାଜି ହୋଇଛନ୍ତି । ଏହି ବୈଠକରେ ଆଇନ ମନ୍ତ୍ରଣାଳୟ ପ୍ରସ୍ତାବିତ ନିୟମର ଡ୍ରାଫ୍ଟ ଉପସ୍ଥାପନ କରିଥିଲେ । ମାନବ ଅଧିକାର ସଂଗଠନ ଏହି ନିୟମ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ ନିଆଯାଇଥିବା ପଦକ୍ଷେପ: ଇମ୍ରାନ
ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ଏହି ଆଇନ ସ୍ପଷ୍ଟ ଓ ସ୍ୱଚ୍ଛ ହେବ ଯାହା କଡାକଡି ପାଳନ କରାଯିବ । ବଳାତ୍କାରର ଶିକାର ହୋଇଥିବା ବ୍ୟକ୍ତିମାନେ ସେମାନଙ୍କର ଅଭିଯୋଗକୁ ନିର୍ଭୟରେ ପଞ୍ଜୀକୃତ କରିପାରିବେ ଓ ସରକାର ସେମାନଙ୍କର ପରିଚୟର ସୁରକ୍ଷା ଦେବେ । ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ବନ୍ଧ୍ୟାକରଣର ଏହା ଆରମ୍ଭ ହେବ । ରିପୋର୍ଟ ଅନୁଯାୟୀ କେତେକ ଫେଡେରାଲ୍ ମନ୍ତ୍ରୀ ମଧ୍ୟ ବଳାତ୍କାରର ଅପରାଧୀଙ୍କୁ ସର୍ବସାଧାରଣରେ ଫାଶୀ ଦେବାକୁ ସୁପାରିଶ କରିଥିଲେ । ଶାସକ ପାକିସ୍ତାନ ତେହେରିକ-ଇ-ଇନସାଫର ସାଂସଦ ଫୈଜଲ ଜାଭେଦ ଖାନ ଟ୍ୱିଟରରେ ଲେଖିଛନ୍ତି ଯେ ଖୁବ ଶୀଘ୍ର ସଂସଦରେ ଏହି ଆଇନ ପ୍ରଣୟନ କରାଯିବ ।