ଶିକାର କରିବାକୁ ଯାଇଥିଲେ ୫ ଜଣ ବନ୍ଧୁ; ଗୁଳି ବାଜିବାରୁ ଜଣକ ମୃତ୍ୟୁ ହେଲା; ବାକି ଆତ୍ମହତ୍ୟା କଲେ

ଗ୍ରାମ ମୁଖିଆ କୁଲଦୀପ ସିଂ କହିଛନ୍ତି (Village Head Kuldeep Singh) ଯେ ଯେତେବେଳେ ସନ୍ଧ୍ୟାରେ ବାହାରକୁ ଯାଇଥିବା ପାଞ୍ଚ ଜଣ ଯୁବକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରି ନଥିଲେ । ସେତେବେଳେ ଘର ଲୋକମାନେ ସେମାନଙ୍କୁ ଜଙ୍ଗଲରେ ଖୋଜିଥିଲେ ଓ ସନ୍ତୋଷଙ୍କ ସମେତ ଅନ୍ୟ ଯୁବକମାନଙ୍କ ମୃତ ଦେହ ଜଙ୍ଗଲରେ ପଡିଥିବା ଦେଖିବାକୁ ପାଇଥିଲେ ।

ଶିକାର କରିବାକୁ ଯାଇଥିଲେ ୫ ଜଣ ବନ୍ଧୁ; ଗୁଳି ବାଜିବାରୁ ଜଣକ ମୃତ୍ୟୁ ହେଲା; ବାକି ଆତ୍ମହତ୍ୟା କଲେ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 5, 2021, 12:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଡେହରାଡୁନ୍: ଉତ୍ତରାଖଣ୍ଡର ଟିହରୀ ଜିଲ୍ଲାର ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ପାଞ୍ଚ ଜଣ ଯୁବକଙ୍କ ମଧ୍ୟରୁ ଚାରିଜଣ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ମିଳିଥିବା ସୂଚନାନୁସାରେ ଜିଲ୍ଲାର ଭୀଲାଙ୍ଗନା ବ୍ଲକର (Bhilangana Block) ଥାତି-କଟୁଡ଼ ପଟ୍ଟୁଡ଼ ଅଞ୍ଚଳର କୁଣ୍ଡି ଗାଁର ପାଞ୍ଚଜଣ ବନ୍ଧୁ ଶନିବାର ସନ୍ଧ୍ୟାରେ ଚୋଲା ତୋକ୍ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ । ଯେଉଁଠାରେ ଲକ୍ଷ୍ୟ ଭେଦ ବିଗିଡ଼ି ଯିବାରୁ ଜଣେ ଯୁବକଙ୍କୁ ଗୁଳି ଲାଗିଥିଲା ଓ ସେ ଶିକାର କରିବା ସମୟରେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଗୁଳି ଲାଗି ୧୯ ବର୍ଷୀୟ ସନ୍ତୋଷ ପାନୱାରଙ୍କ (Santosh Panwar) ମୃତ୍ୟୁ ହେବା ଯୋଗୁଁ ଅନ୍ୟ ଯୁବକମାନଙ୍କୁ ଭୟଭୀତ ହୋଇଯାଇଥିଲେ ​​ଓ ସେମାନଙ୍କ ମଧ୍ୟରୁ 3 ଜଣ କଥିତ ରୂପେ ବିଷ ପିଇ ଦେଇଥିଲେ ।

ଗ୍ରାମ ମୁଖିଆ କୁଲଦୀପ ସିଂ କହିଛନ୍ତି (Village Head Kuldeep Singh) ଯେ ଯେତେବେଳେ ସନ୍ଧ୍ୟାରେ ବାହାରକୁ ଯାଇଥିବା ପାଞ୍ଚ ଜଣ ଯୁବକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରି ନଥିଲେ । ସେତେବେଳେ ଘର ଲୋକମାନେ ଜଙ୍ଗଲରେ ସେମାନଙ୍କୁ ଖୋଜିଥିଲେ ଓ ସନ୍ତୋଷଙ୍କ ସମେତ ଅନ୍ୟ ଯୁବକମାନଙ୍କ ମୃତ ଦେହ ଜଙ୍ଗଲରେ ପଡିଥିବା ଦେଖିବାକୁ ପାଇଥିଲେ । ସେ କହିଛନ୍ତି ଯେ ଏହି ତିନି ଯୁବକଙ୍କୁ ନିକଟସ୍ଥ ଗ୍ରାମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବେଲେଶ୍ୱରକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାର ସୂଚନା ପାଇବା ପରେ ଘନସାଲୀ ଡେପୁଟି କଲେକ୍ଟର ଫିଞ୍ଚା ରାମ ଚହ୍ୱାନ ଟିମ ସହ ଘଟଣାସ୍ଥଳକୁ ଯାଇଥିଲେ । ଯେତବେଳେ କି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ଚହ୍ୱାନ କହିଛନ୍ତି ଯେ ସନ୍ତୋଷଙ୍କ ବ୍ୟତୀତ ମୃତକଙ୍କ ମଧ୍ୟରେ ଅର୍ଜୁନ ସିଂ ପାନୱାର (୨୩), ପଙ୍କଜ ସିଂ (୨୪) ଓ ସୋବାନ ସିଂ ପାନୱାର (୨୩) ଅଛନ୍ତି । ତେବେ ନିଖୋଜ ଥିବା ପଞ୍ଚମ ଯୁବକଙ୍କ ବିଷୟରେ କିଛି ସୂଚନା ମିଳିପାରି ନାହିଁ ।
Published by: Jagdish Barik
First published: April 5, 2021, 12:30 PM IST