EDକୁ ନେଇ ଏମିତି କହିଲେ ପି. ଚିଦାମ୍ବରମ
News18 Odia Digital
National Herald Case: ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି କ୍ରମାଗତ ଭାବେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପଚରାଉଚରା କରୁଛି। କଂଗ୍ରେସର ସମସ୍ତ ନେତା ଓ କର୍ମୀ ଏହି ସମଗ୍ର ପ୍ରସଙ୍ଗରେ ବିରୋଧ କରୁଛନ୍ତି।
ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମ ଏବିପି ନ୍ୟୁଜକୁ ଇଡିର ଏହି କାର୍ଯ୍ୟାନୁଷ୍ଠାନ ସହ କଥା ହୋଇଥିଲେ। ଯେଉଁଥିରେ ସେ କହିଛନ୍ତି ଯେ ଇଡି ସୁପ୍ରିମକୋର୍ଟଙ୍କ ଉପରେ ନୁହେଁ। ରାହୁଲ ଗାନ୍ଧିଙ୍କୁ ଅନାବଶ୍ୟକ ଭାବେ ହଇରାଣ କରିବା ପାଇଁ ଇଡି ଏହି ଅନୁସନ୍ଧାନ କରୁଛି।
ପି. ଚିଦାମ୍ବରମ୍ କହିଛନ୍ତି ଯେ ଏହା ଇଡିର ଏକ ପୁରୁଣା ଅଭ୍ୟାସ। ୧୦ କିମ୍ବା ୧୨ ଘଣ୍ଟା ପାଇଁ ପ୍ରଶ୍ନ ପଚାରିବା ନାମରେ ଯେକୌଣସି ଲୋକଙ୍କୁ ହଇରାଣ କରିବା। ଏହି ଲୋକ ଏହି ଘଣ୍ଟା ମଧ୍ୟରେ ପ୍ରାୟ ୩୦ କିମ୍ବା ୪୦ ପ୍ରଶ୍ନ ପଚାରନ୍ତି। କିନ୍ତୁ ପ୍ରତ୍ୟେକ ଚାରି କିମ୍ବା ପାଞ୍ଚଟି ପ୍ରଶ୍ନ ମଧ୍ୟରେ ଏକ ଲମ୍ବା ବିରତି ନିଆଯାଏ। ଏହି ଲୋକ ଅନ୍ୟ ଏକ କୋଠରୀକୁ ଯାଆନ୍ତି, ପାହାଚ ଉପରକୁ ଯାଇ ବୁଲନ୍ତି ପୁଣି ଆସି ପ୍ରଶ୍ନ କରନ୍ତି। ଏହା ହେଉଛି ଇଡିର ନମୁନା।
ସୁପ୍ରିମକୋର୍ଟରେ ମାମଲା ଚାଲିଛି
ଇଡି ପଚରାଉଚରା ସମ୍ପର୍କରେ ଚିଦାମ୍ବରମ କହିଛନ୍ତି, ‘‘ଏହି ମାମଲାରେ ସବୁକିଛି ରେକର୍ଡ ରହିଛି। ରାହୁଲ ଗାନ୍ଧି ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି। ଯାହାର ଆଫିଡେଭିଟ୍ ମଧ୍ୟ ସୁପ୍ରିମକୋର୍ଟଙ୍କୁ ଦିଆଯାଇଛି। ଅନୁସନ୍ଧାନ କରିବା ବ୍ୟର୍ଥ, ୧୧ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା ଓ ବର୍ତ୍ତମାନ ତୃତୀୟ ଦିନ ରାହୁଲ ଯାଇଛନ୍ତି। ସେମାନେ କ’ଣ ପଚାରୁଛନ୍ତି ମୁଁ ଜାଣେ ନାହିଁ। ସୁପ୍ରିମକୋର୍ଟରେ ଏହି ମାମଲା ଚାଲିଛି ଓ ଇଡି ସୁପ୍ରିମକୋର୍ଟଙ୍କ ଉପରେ ନୁହେଁ। ଆୟକର ମାମଲାରେ ଇଡି ବିଚାର କରିପାରିବ ନାହିଁ। ଇନକମ ଟ୍ୟାକ୍ସ ମାମଲାର ଇଡି କିପରି ଅନୁସନ୍ଧାନ କରିପାରିବ? ସେମାନେ ଏପର୍ଯ୍ୟନ୍ତ ଏହି ମାମଲାରେ ପଞ୍ଜୀକୃତ FIR ଦେଖାଇ ନାହାଁନ୍ତି।
ପ୍ରକାଶ ଥାଉକି ଇଡି ଆଜି ପୁଣି ଥରେ ପଚରାଉଚରା ପାଇଁ ରାହୁଲ ଗାନ୍ଧିଙ୍କୁ ଡାକିଥିଲା। ରାହୁଲ ଗାନ୍ଧିଙ୍କ ଆଜି ସକାଳ ୧୧.୩୦ରେ ଇଡି ଅଫିସରେ ପହଞ୍ଚିଥିଲେ। କ୍ରମାଗତ ପଚରାଉଚରାକୁ ବିରୋଧ କରି କଂଗ୍ରେସର ସମସ୍ତ ନେତା ଓ କର୍ମୀ ରାସ୍ତାରେ ଆନ୍ଦୋଳନ କରୁଥିବାରନ ନଜର ଆସୁଛନ୍ତି। ଏହା ସହିତ ଦଳର ବଡ଼ ନେତାମାନଙ୍କୁ ସାମ୍ବାଦିକ ସମ୍ମିଳନୀ ଦାୟିତ୍ୱ ଦିଆଯାଇଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।