News18 Odia Digital
Duplicate Pan Card: ଦେଶର ଲୋକଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ(Important Document) ଜାରି କରାଯାଇଛି। ଏହି ଡକ୍ୟୁମେଣ୍ଟକୁ ଜଣେ ବ୍ୟକ୍ତି ନିଜର ପ୍ରମାଣ ସ୍ୱରୂପ ବ୍ୟବହାର କରିପାରିବ। ଏହି ଡକ୍ୟୁମେଣ୍ଟଗୁଡିକରେ ପାନ୍ କାର୍ଡ(Pan Card) ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ପାନ୍ କାର୍ଡ ମାଧ୍ୟମରେ ଦେଶରେ ଆର୍ଥିକ କାରବାର ସମାପ୍ତ ହୋଇପାରିବ। ଏଥିସହ, ଲୋକଙ୍କ ଟିକସ ଦାୟିତ୍ୱ ନିର୍ଣ୍ଣୟ କରିବାକୁ ସରକାର ପାନ୍ ବିବରଣୀ ମାଧ୍ୟମରେ ପ୍ରାପ୍ତ ସୂଚନା ଉପରେ ନିର୍ଭର କରନ୍ତି। ତଥାପି, ପାନ୍ କାର୍ଡ ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷର ମଧ୍ୟ ଯତ୍ନ ନିଆଯିବା ଉଚିତ୍, ନଚେତ୍ ଜରିମାନା ମଧ୍ୟ ଲାଗୁ କରାଯାଇପାରେ।
ବାସ୍ତବରେ, ଲୋକମାନେ ମନେ ରଖିବା ଉଚିତ୍ ଯେ ଦେଶରେ କାହାରିକୁ ନକଲ କିମ୍ବା ଏକରୁ ଅଧିକ ପାନ୍ କାର୍ଡ ରଖିବାକୁ ଆଇନ ଅନୁଯାୟୀ ଅନୁମତି ଦିଆଯାଇ ନାହିଁ। ଏପରି ପରିସ୍ଥିତିରେ, ଯଦି ଜଣେ ବ୍ୟକ୍ତି ଏକରୁ ଅଧିକ କିମ୍ବା ନକଲ ପ୍ୟାନ କାର୍ଡ ଧାରଣ କରନ୍ତି, ତେବେ ତାଙ୍କୁ ଗୁରୁତର ସମସ୍ୟାର ସାମ୍ନା କରିବାକୁ ପଡିପାରେ।
ଏହି ବ୍ୟାଙ୍କରେ ରଖନ୍ତୁ ଟଙ୍କା; SBI, HDFC, ICICI ଠୁ ବି ଅଧିକା ମିଳିବ ସୁଧ ନକଲି ପାନ କାର୍ଡ(Duplicate Pan Card)ଯେଉଁମାନଙ୍କର ଏକରୁ ଅଧିକ କିମ୍ବା ନକଲ ପାନ କାର୍ଡ ଅଛି, ସେମାନେ ବଡ଼ ଅସୁବିଧାରେ ପଡ଼ିପାରନ୍ତି। ବାସ୍ତବରେ, ଡବଲ୍ ଆବେଦନ ହେତୁ ଅନେକ ଥର ୨ଟି ପାନ୍ କାର୍ଡ ଆସିଥାଏ। ଏପରି ପରିସ୍ଥିତିରେ ଲୋକମାନଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇପାରେ। ଧରାପଡିଲେ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।
ଏଭଳି ପରିସ୍ଥିତିରେ ଲୋକମାନେ ସେମାନଙ୍କର ପାନ୍ କାର୍ଡ ମଧ୍ୟରୁ ଗୋଟିଏ ବାତିଲ୍ କରିବାକୁ ପଡିବ। କିଛି ଲୋକ ସରକାରଙ୍କୁ ଧୋକା କରିବା କିମ୍ବା ଟଙ୍କା ସଞ୍ଚୟ ହଡ଼ପ ଉଦ୍ଦେଶ୍ୟରେ ଏକରୁ ଅଧିକ ପାନ ପାଇଁ ଆବେଦନ କରିଥାଆନ୍ତି। ଏଗୁଡିକ କରିବା ଚରମ ଉଲ୍ଲଂଘନ ଏବଂ ଜରିମାନା ଦଣ୍ତ ମିଳିପାରେ। ଏକରୁ ଅଧିକ ପାନ କାର୍ଡ଼ ଉପରେ କଡା ନିୟମ ରହିଛି। ନକଲି ପାନ କରିଥିବା ବ୍ୟକ୍ତିଙ୍କ ଉପରେ ସରକାର ୧୦୦୦୦ ଟଙ୍କା ଜୋରିମାନା ଲଗାଇଛନ୍ତି। ଆୟକର ଅଧିନିୟମର ଧାରା ୨୭୨ ବି ଅନୁଯାୟୀ ଏହି ଦଣ୍ଡବିଧାନ କରାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।