ହିଜାବ ମୁସଲମାନଙ୍କ ଏକ ଜରୁରୀ ଧାର୍ମିକ ପ୍ରଥା: ଅସାଦୁଦ୍ଦିନ ଓୱାଇସି

ମୁସଲମାନମାନଙ୍କ ପାଇଁ ହିଜାବ ଏକ ଜରୁରୀ ଧାର୍ମିକ ପ୍ରଥା । ଯଦି ସରକାରୀ ବିଦ୍ୟାଳୟରେ ଅନ୍ୟ ଧାର୍ମିକ ପ୍ରତୀକମାନଙ୍କୁ ଅନୁମତି ଦିଆଯାଉଛି, ତେବେ ଆମର ଧର୍ମ କାହିଁକି ନୁହେଁ? : ଏଆଇଏମ୍ଆଇଏମ୍ ମୁଖ୍ଯ

ଅସାଦୁଦ୍ଦିନ ଓୱାଇସି (ପ୍ରତୀକାତ୍ମକ ଛବି)

ଅସାଦୁଦ୍ଦିନ ଓୱାଇସି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ଜୟପୁର: ମୁସଲମାନମାନଙ୍କ ପାଇଁ ହିଜାବ ଏକ ଜରୁରୀ ଧାର୍ମିକ ପ୍ରଥା ଓ ଆମ ସଂସ୍କୃତି ଆମର ଅଧିକାର। ଯଦି ସରକାରୀ ବିଦ୍ୟାଳୟରେ ଅନ୍ୟ ଧାର୍ମିକ ପ୍ରତୀକମାନଙ୍କୁ ଅନୁମତି ଦିଆଯାଉଛି, ତେବେ ଆମର ଧର୍ମ କାହିଁକି ନୁହେଁ?" ଜୟପୁରରେ ଗଣମାଧ୍ୟମକୁ ସମ୍ବୋଧିତ କରିବାବେଳେ ଏଆଇଏମ୍ଆଇଏମ୍ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷତାରେ ତଥା ହାଇଦ୍ରାବାଦର ସାଂସଦ ଅସାଦୁଦ୍ଦିନ ଓୱାଇସି ଏକ ବଡ଼ ବିବୃତ୍ତି ଦେଇଛନ୍ତି।

ଏହା ବ୍ୟତୀତ ରାଜସ୍ଥାନରେ ନିର୍ବାଚନ ଲଢ଼ିବା ପ୍ରଶ୍ନର ଉତ୍ତର ଦେଇ ଓୱାଇସି କହିଛନ୍ତି, “ରାଜନୀତିରେ ସବୁବେଳେ ପ୍ରତିଯୋଗିତା ହେବ ଓ ଆମେ ଜିତିବାକୁ ଆସିଛୁ… ଆମେ ରାଜ୍ୟରେ ଆମ ଦଳର କାର୍ଯ୍ୟର ମୂଲ୍ୟାଙ୍କନ କରିବୁ, ରାଜସ୍ଥାନ ନିର୍ବାଚନ ପାଇଁ ମତାମତ ଗ୍ରହଣ କରିବୁ। ମହିଳା ପ୍ରାର୍ଥୀଙ୍କୁ ସମାନ ପ୍ରତିନିଧିତ୍ୱ ଦିଆଯିବ, ସେମାନେ ଦେଶର ଅଧା ଜନସଂଖ୍ୟା।"

ବୁଧବାର ଠାରୁ ଏଆଇଏମ୍ଆଇଏମ୍ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆସଦୁଦ୍ଦିନ ଓୱାଇସିଙ୍କ ରାଜସ୍ଥାନ ଗସ୍ତ ଆରମ୍ଭ ହୋଇଛି। ଓୱାଇସି ରାଜସ୍ଥାନରେ ଦୁଇ ଦିନ ରହିବେ। ଏହି ସମୟରେ ସେ ଅନେକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଓୱାଇସି ଏହି ସମୟ ମଧ୍ୟରେ ଜୟପୁର ଓ ସିକର ଅଞ୍ଚଳ ପରିଦର୍ଶନ କରିବେ।
Published by:Soumya Das
First published: