News18 Odia Digital
ନୂଆ ଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ୧୩ତାରିଖରେ ଦିଲ୍ଲୀରେ ପାର୍ଲ୍ୟାମେଣ୍ଟ ଏନେକ୍ସିରେ କଂଗ୍ରେସ ନେତୃତ୍ବରେ ଏକ ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସିଏଏ ଏବଂ ଏନ୍ଆରସି ଉପରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ପୂରା ଦେଶକୁ ଭୁଆଁ ବୁଲାଉଥିବା କହିଛନ୍ତି । ଜେଏନୟୁରେ ଛାତ୍ରମାନଙ୍କ ଉପରେ ଯେମିତି ଆକ୍ରମଣ ହେଲା ତାକୁ ସାରା ଦେଶ ଦେଖିଲା ଏଥିରୁ ସ୍ପଷ୍ଟ ହୋଇଛି କି ସରକାର ଦେଶ ଚଳାଇବାରେ ଅକ୍ଷମ ।
ତେବେ ବିରୋଧୀ ଦଳଙ୍କ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ସାମିଲ ହୋଇନଥିଲେ । ସେହିପରି ଆମଆଦମୀ ପାର୍ଟି ଏବଂ ଶିବସେନା କହିଥିଲେ କି କଂଗ୍ରେସ ଏହି ମିଟିଂ ସମ୍ପର୍କରେ ଆମକୁ କିଛି କହିନଥିଲା । ତେଣୁ ସେମାନେ ମିଟିଂରେ ଯୋଗଦେଲେ ନାହିଁ । ଏହି ମିଟିଂ ପୂର୍ବରୁ ଡିଏମକେ ଏବଂ ସମାଜବାଦୀ ପାର୍ଟି ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା ତେବେ ସେମାନେ ମିଟିଂରେ ପହଞ୍ଚିନଥିଲେ ।

ପାର୍ଲ୍ୟାମେଣ୍ଟ ଏନେକ୍ସିରେ ଅନୁଷ୍ଠିତ ବିରୋଧୀଦଳଙ୍କ ବୈଠକ
କଂଗ୍ରେସ ନେତୃତ୍ବରେ ଏହି ବୈଠକରେ ଏନସିପି, ସିପିଆଇ, ଆରଜେଡି, ଆରଏଲଡି ଭଳି ୧୪ଟି ଦଳ ଭାଗନେଇଥିଲେ । ତେବେ କଂଗ୍ରେସ ଓ ବାମ ଦଳ ହୀନ ରାଜନୀତି କରୁଥିବା ଅଭିଯୋଗ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥିରେ ସାମିଲ ହୋଇନଥିଲେ । ସେହିପରି ମାୟାବତୀ କଂଗ୍ରେସ ସହିତ ମତଭେଦ କାରଣରୁ ଏହି ବୈଠକରେ ସାମିଲ ହୋଇନଥିବା ଜଣାପଡ଼ିଛି ।
Published by:Durgamadhab Rath
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।