ନୂଆ ବର୍ଷ ଦିନ ହିଁ ଭାରତରେ ଜନ୍ମ ନେଲେ ୬୭,୦୦୦ରୁ ବେଶୀ ଶିଶୁ; ୨୦୨୭ ସୁଦ୍ଧା ଜନସଂଖ୍ୟାରେ ଚୀନ୍‌କୁ ପାର୍‌ କରିବ

୧୯୯୦ରେ ପାଞ୍ଚ ବର୍ଷର ଆୟୁଷ ନେଇ ଆସିଥିବା ଶିଶୁଙ୍କ ମୃତ୍ୟୁ ହାର ୪୭ ପ୍ରତିଶତ ଥିବା ବେଳେ ୨୦୧୮ରେ ତାହା ଥିଲା ୪୦ ପ୍ରତିଶତ । ତେବେ ପାଞ୍ଚ ବର୍ଷ ବୟସରେ ଆଖି ବୁଜୁଥିବା ଶିଶୁଙ୍କ ସଂଖ୍ୟାରେ ହ୍ରାସ ଘଟୁଥିବା ରିପୋର୍ଟରେ ଦର୍ଶାଇଛି UNICEF ।

ସାରା ବିଶ୍ବରେ ନୂଆ ବର୍ଷ ଦିନ ଜନ୍ମ ନେଇଥିବା ନବଜାତକଙ୍କ ମଧ୍ୟରୁ ଅଧାରୁ ଅଧିକ ଶିଶୁ ୮ଟି ଦେଶର ।

ସାରା ବିଶ୍ବରେ ନୂଆ ବର୍ଷ ଦିନ ଜନ୍ମ ନେଇଥିବା ନବଜାତକଙ୍କ ମଧ୍ୟରୁ ଅଧାରୁ ଅଧିକ ଶିଶୁ ୮ଟି ଦେଶର ।

  • Share this:
News18 Odia Digital
ୟୁନାଇଟେଡ ନେସନ୍‌ସ୍‌: ୨୦୨୭ ସୁଦ୍ଧା ଜନସଂଖ୍ୟା ଦୃଷ୍ଟିରୁ ଭାରତ ହେବ ବିଶ୍ବରେ ପ୍ରଥମ । ଭାରତ ଚୀନ୍‌କୁ ମଧ୍ୟ ବଳିଯିବ ବୋଲି ଅନୁମାନ ଲଗାଇଛି ସଂଯୁକ୍ତ ରାଷ୍ଟ୍ର । ୨୦୧୯ରୁ ୨୦୫୦ ମସିହା ଭିତରେ ଭାରତ ପାଖାପାଖି ୨୭୩ ମିଲିୟନ୍‌ ଜନସଂଖ୍ୟା ଯୋଡ଼ିବା ନେଇ ଆକଳନ କରାଯାଉଛି ।

ନୂଆ ବର୍ଷ ଦିନ ସାରା ବିଶ୍ବରେ ପାଖାପାଖି ୪ ଲକ୍ଷ ଶିଶୁ ଜନ୍ମ ହୋଇଥିବା ବେଳେ ଏଥିରେ ସର୍ବାଗ୍ରେ ରହିଛି ଭାରତ । ଭାରତରେ ନୂଆ ବର୍ଷର ପ୍ରାରମ୍ଭରେ ୬୭, ୩୮୫ ଶିଶୁ ଜନ୍ମ ନେଇଥିବା କହିଛି ସଂଯୁକ୍ତ ରାଷ୍ଟ୍ରର ଏକ ଶିଶୁ ସଂସ୍ଥା ।

UNICEFର ରିପୋର୍ଟ ଅନୁସାରେ ନୂଆ ବର୍ଷ ଦିନ ସାରା ବିଶ୍ବରେ ୩,୯୨,୦୭୮ ଶିଶୁ ଜନ୍ମ ନେଇଥିବା ବେଳେ କେବଳ ଭାରତରେ ଜନ୍ମ ନେଇଛନ୍ତି ୬୭, ୩୮୫ ଶିଶୁ । ଏହି କ୍ରମରେ ଦ୍ବିତୀୟ ସ୍ଥାନରେ ରହିଛି ଚାଇନା । ଚାଇନାରେ ସେହି ଦିନ ୪୬,୨୯୯ ଶିଶୁ ଜନ୍ମ ନେଇଛନ୍ତି ।

‘ଏକ ନୂଆ ବର୍ଷର ଆରମ୍ଭ ଏବଂ ନୂଆ ଦଶକ କେବଳ ଆମ ଭବିଷ୍ୟତ ନୁହେଁ, ଆମ୍ଭମାନଙ୍କ ଆଶା ଓ ଆକାଙ୍‌କ୍ଷା ପ୍ରତିବଦ୍ଧତା କରିବାର ଏକ ଅବସର । ଏହା କେବଳ ସେହିମାନଙ୍କ ପାଇଁ ଯିଏ ଆମ ପରେ ହିଁ ଆସିବେ’ ବୋଲି କହିଛନ୍ତି UNICEF ର କାର୍ଯ୍ୟକାରୀ ନିର୍ଦ୍ଦେଶକ ହିନେରିଟା ଫୋର୍‌ ।

ପ୍ରତି ବର୍ଷ ଜାନୁଆରୀରେ ଯେଭଳି କ୍ୟାଲେଣ୍ଡର ବଦଳି ଥାଏ, ସେହିଭଳି ଆମେ ପ୍ରତି ଶିଶୁକୁ ତାର ଜୀବନ ଓ ବଞ୍ଚିବାର ସମ୍ଭାବନା ବାବଦରେ ଚେତାଇ ଦିଆଯାଇଥାଏ ।

ସାରା ବିଶ୍ବରେ ନୂଆ ବର୍ଷ ଦିନ ଜନ୍ମ ନେଇଥିବା ନବଜାତକଙ୍କ ମଧ୍ୟରୁ ଅଧାରୁ ଅଧିକ ଶିଶୁ ୮ଟି ଦେଶର । ସେମଧ୍ୟରୁ ଭାରତର ୬୭, ୩୮୫, ଚାଇନାର ୪୬, ୨୯୯, ନାଇଜେରିଆ- ୨୬,୦୩୯, ପାକିସ୍ତାନ ୧୬,୭୮୭, ଇଣ୍ଡୋନେସିଆ ୧୩,୦୨୦, ଯୁକ୍ତରାଷ୍ଟ୍ର ଆମେରିକା-୧୦,୪୫୨, କଙ୍ଗୋ-୧୦,୨୨୭ ଓ ଇଥୋପିଆରେ ୮,୪୯୩ ଶିଶୁ ଜନ୍ମ ନେଇଛନ୍ତି ।

UNICEF ଏହା ମଧ୍ୟ ଦର୍ଶାଇଛି ଯେ, ‘ପୂର୍ବରୁ ୩ ଦଶକରେ ସାରା ଦୁନିଆରେ ଜନ୍ମ ନେଉଥିବା ଶିଶୁଙ୍କ ଅସ୍ତିତ୍ବରେ ଉଲ୍ଲଖନୀୟ ପ୍ରଗତି ଘଟିଛି । ସେହି ଶିଶୁଙ୍କ ସଂଖ୍ୟାରେ ହ୍ରାସ ଘଟିଛି ଯେଉଁମାନେ ଜନ୍ମର ୫ ବର୍ଷ ପୂର୍ବରୁ ମୃତ୍ୟୁବରଣ କରୁଥିଲେ । ମାତ୍ର ନବଜାତକଙ୍କ ପ୍ରଗତୀରେ ମନ୍ଥରତା ଦେଖାଦେଇଛି’ ।

୧୯୯୦ରେ ପାଞ୍ଚ ବର୍ଷର ଆୟୁଷ ନେଇ ଆସିଥିବା ଶିଶୁଙ୍କ ମୃତ୍ୟୁ ହାର ୪୭ ପ୍ରତିଶତ ଥିବା ବେଳେ ୨୦୧୮ରେ ତାହା ଥିଲା ୪୦ ପ୍ରତିଶତ । ତେବେ ପାଞ୍ଚ ବର୍ଷ ବୟସରେ ଆଖି ବୁଜୁଥିବା ଶିଶୁଙ୍କ ସଂଖ୍ୟାରେ ହ୍ରାସ ଘଟୁଥିବା ରିପୋର୍ଟରେ ଦର୍ଶାଇଛି UNICEF ।
Published by:Anand Shankar Thankur Das
First published: