ଆମେ ସବୁବେଳେ ସାଙ୍ଗରେ ଅଛୁ..ଆମ ସମ୍ପର୍କ ପୁରୁଣା; ନୀତିଶଙ୍କୁ ଭେଟିବା ପରେ କହିଲେ ଲାଲୁ ପ୍ରସାଦ

ଆମେ ସବୁବେଳେ ସାଥୀରେ ଅଛୁ ଓ ରହିବୁ ମଧ୍ୟ। ଆମ ସମ୍ପର୍କ ବହୁତ ପୁରୁଣା ବୋଲି ନୀତିଶ କୁମାରଙ୍କ ସହ ସାକ୍ଷାତ ପରେ କହିଛନ୍ତି ଲାଲୁ ପ୍ରସାଦ।

ଲାଲୁ ପ୍ରସାଦ ଯାଦବ ଓ ନୀତିଶ କୁମାର (ପ୍ରତୀକାତ୍ମକ ଛବି)

ଲାଲୁ ପ୍ରସାଦ ଯାଦବ ଓ ନୀତିଶ କୁମାର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପାଟନା: ଆମେ ସବୁବେଳେ ସାଥୀରେ ଅଛୁ ଓ ରହିବୁ ମଧ୍ୟ। ଆମ ସମ୍ପର୍କ ବହୁତ ପୁରୁଣା ବୋଲି ନୀତିଶ କୁମାରଙ୍କ ସହ ସାକ୍ଷାତ ପରେ କହିଛନ୍ତି ଲାଲୁ ପ୍ରସାଦ। ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ବୁଧବାର ଦିନ ଦିଲ୍ଲୀରୁ ପାଟନାରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ତାଙ୍କ ସୁସ୍ଥତା ବିଷୟରେ ପଚାରି ବୁଝିଥିଲେ। ଏହି ସମୟରେ ନୀତିଶ କୁମାର ଓ ଲାଲୁ ପ୍ରସାଦଙ୍କ ମଧ୍ୟରେ ଅନେକ ବାର୍ତ୍ତାଳାପ ହୋଇଥିଲା।

ଯେତେବେଳେ ନୀତିଶ କୁମାରଙ୍କୁ ସାମ୍ବାଦିକମାନେ ପଚାରିଥିଲେ ଯେ ବିରୋଧୀ ଲଗାତାର ଅଭିଯୋଗ କରୁଛନ୍ତି ଯେ ଜଙ୍ଗଲ ରାଜ ରାଜ୍ୟକୁ ଫେରି ଆସିଛି, ଏହି ପ୍ରଶ୍ନର ଉତ୍ତରରେ ନୀତିଶ କୁମାର କହିଛନ୍ତି ଯେ ବର୍ତ୍ତମାନ ଯାହା ମନକୁ ଆସୁଛି ସେମାନେ ସେହି କଥା କହୁଛନ୍ତି।

ଲାଲୁ ଯାଦବଙ୍କ ସହ ସାକ୍ଷାତ ସମୟରେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ। ପରେ ମନ୍ତ୍ରୀ କାର୍ତ୍ତିକେୟ ସିଂ ବିବାଦ ଉପରେ ବକ୍ତବ୍ୟ ରଖି ତେଜସ୍ୱୀ ଯାଦବ କହିଛନ୍ତି ଯେ ବିରୋଧୀଙ୍କର କୌଣସି କାମ ନାହିଁ ଓ ରୋଜଗାର ପ୍ରସଙ୍ଗରେ ଆମେ ଯେଉଁଭଳି ଭାବରେ କାର୍ଯ୍ୟ ଆରମ୍ଭ କରିଛୁ, ବିରୋଧୀମାନେ ଏଥିରେ ରାଗିଛନ୍ତି। ସେ କହିଛନ୍ତି ଯେ ସରକାର ନିରନ୍ତର ଲୋକଙ୍କ ପାଇଁ କାର୍ଯ୍ୟ ଜାରି ରଖିବେ।

ସୂଚନାଯୋଗ୍ୟ, ଲାଲୁ ଯାଦବଙ୍କୁ ଚିକିତ୍ସା ପାଇଁ ଜୁଲାଇ ୬ ରେ ଏୟାର ଆମ୍ବୁଲାନ୍ସ ଯୋଗେ ପାଟନାରୁ ଦିଲ୍ଲୀ ନିଆଯାଇଥିଲା।  ଏହା ପରେ ସେ ବୁଧବାର ପାଟନାରେ ପହଞ୍ଚିଥିଲେ। ମେଣ୍ଟ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଲାଲୁ ଯାଦବ ମଧ୍ୟ ଯୋଗ ଦେଇପାରିନଥିଲେ।
Published by:Soumya Das
First published: