News 18 Odia Digital
ନୂଆଦିଲ୍ଲୀ: ଚଳିତଥର ଓସ୍କାର ପୁରସ୍କାର (Oscar award) ମାର୍ଚ୍ଚ ୧୨ତାରିଖରେ ଡଲବି ଥିଏଟରରେ ଅନୁଷ୍ଠିତ ହେବାକୁ ଯାଉଛି । ୯୫ ତମ ଓସ୍କାର ପୁରସ୍କାର ଆୟୋଜନ କରିବେ ଜିମି କିମେଲ (jimmy kimmel) । ସେ ଜଣେ ପ୍ରସିଦ୍ଧ ଆମେରିକୀୟ ହାସ୍ୟ ଅଭିନେତା ତଥା ହୋଷ୍ଟ୍ (host)। ତାଙ୍କର ଶୋ କିମେଲ କିମେଲ ଲାଇଭ ସମଗ୍ର ବିଶ୍ୱରେ ବହୁତ ଲୋକପ୍ରିୟ ହେବା ସହ ପ୍ରଶଂସା ସାଉଣ୍ଟିଛି । ପୂର୍ବରୁ ମଧ୍ୟ ସେ ୨୦୧୭ ଓ ୨୦୧୮ରେ ଓସ୍କାର ପୁରସ୍କାରର ହୋଷ୍ଟ ମଧ୍ୟ ହୋଇଥିଲେ । ସେହିପରି ପୁଣିଥରେ ନିଜର ନିଆରା ଅନ୍ଦାଜରେ ଓସ୍କାର ପୁରସ୍କାରର ଏହି ସମାବେଶରେ ତାଙ୍କୁ ଦେଖିବାକୁ ମିଳିବ ।
ଗତ ବର୍ଷ ଓସ୍କାର ସମୟରେ ଆୱାର୍ଡ ସମୟରେ ଚାପୁଡା ମାଡକୁ ନେଇ ଚର୍ଚ୍ଚା ହୋଇଥିଲା । ସେ ଖବର ପ୍ରାୟତଃ ହେଡଲାଇନରେ ଥିଲା । ଓସ୍କାର ସମାରୋହ ୨୦୨୨ରେ ସେଲିବ୍ରିଟି ୱିଲ୍ ସ୍ମିଥ୍ ପ୍ରସିଦ୍ଧ ହାସ୍ୟ ଅଭିନେତା ତଥା ହୋଷ୍ଟ୍ କ୍ରିସ୍ ରକଙ୍କୁ ଚାପୁଡ଼ା ମାରିଥିଲେ। ସେତେବେଳେ ଏକାଡେମୀ ଏକ ବଡ଼ ପଦକ୍ଷେପ ନେଇ ୱିଲ୍ ସ୍ମିଥ୍ଙ୍କ ୧୦ ବର୍ଷ ପାଇଁ ବାରଣ କରିଛନ୍ତି । ତେବେ ଚାପୁଡ଼ା ମାରିବା ପରେ ୱିଲ ସ୍ମିଥ ଏକାଡେମୀର ସଦସ୍ୟତାରୁ ଇସ୍ତଫା ଦେଇଥିଲେ।
ଏଥର ଜିମି କିମେଲ ଓସ୍କାର ଆୟୋଜନ କରୁଛନ୍ତି, ତେଣୁ ଯଦି କେହି ତାଙ୍କୁ ଏଥର ଚାପୁଡ଼ା ମାରିବାକୁ ଆସନ୍ତି ତେବେ ସେ କଣ କରିବେ ସେନେଇ ଗଣମାଧ୍ୟମରେ ସେ ପ୍ରକାଶ କରିଛନ୍ତି । ସାମ୍ୱାଦିକଙ୍କ ପ୍ରଶ୍ନର ଉତ୍ତରରେ ଜିମି କିମେଲ ମଜାଳିଆ ଢଙ୍ଗରେ କହିଛନ୍ତି ଯେ, ଯଦି କେହି ମଞ୍ଚକୁ ଆସି ମୋତେ ଚାପୁଡ଼ା ମାରନ୍ତି ତେବେ ମୁଁ ପଚାରିବି ତମେ କାରଣ କଣ ? ପ୍ରଥମେ ମୁଁ ପରିସ୍ଥିତିର ମୁକାବିଲା କରିବାକୁ ଚାହିଁବି । ଯଦି ତାଙ୍କଠାରୁ ମୋର ଅଧିକ ଶକ୍ତିଥାଏ ତେବେ ମୁଁ ନିଜେ ଟେଲିଭିଜନରେ ଚର୍ଚ୍ଚାକୁ ଆସିବି ।
ସୂଚନାଯୋଗ୍ୟ, କାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ପୂର୍ବରୁ ୨୦୨୩ ଓସ୍କାର ପାଇଁ ୧୦ଟି ବର୍ଗରେ ଏହାର ସର୍ଟଲିଷ୍ଟ ଉନ୍ମୋଚନ କରିଥିଲା । ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ (ଓସ୍କାର) ପକ୍ଷରୁ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ, ସର୍ଟ ଡକ୍ୟୁମେଣ୍ଟାରୀ ଫିଲ୍ମ, ଅନ୍ତର୍ଜାତୀୟ ଫିଚର ଫିଲ୍ମ, ମେକ୍ ଅପ୍ ଏବଂ ହେୟାର ଷ୍ଟାଇଲ୍, ସଂଗୀତ (ଅରିଜିନାଲ ସ୍କୋର), ଗୀତ, ଆନିମେଟେଡ୍ ସର୍ଟ ଫିଲ୍ମ, ସାଉଣ୍ଡ ଓ ଭିଜୁଆଲ ଇଫେକ୍ଟସ୍ ସହ ୧୦ଟି ବର୍ଗ ପାଇଁ ସର୍ଟଲିଷ୍ଟ ଘୋଷଣା କରାଯାଇଥିଲା ।
ଏକାଡେମୀ ପୁରସ୍କାରର ୱେବସାଇଟ୍ ଅନୁଯାୟୀ, ପାନ୍ ନଲିନଙ୍କ ନିର୍ଦ୍ଦେଶିତ ଗୁଜୁରାଟୀ ଚଳଚ୍ଚିତ୍ର ଛେଲୋ ଶୋ (ଦି ଲାଷ୍ଟ ସୋ)” ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଲ୍ମ ବର୍ଗରେ ସର୍ଟଲିଷ୍ଟ ହୋଇଥିଲା । ଏହି ବର୍ଗରେ ‘ଛେଲୋ ଶୋ’ର ମୁକାବିଲା ଅନ୍ୟ ୧୫ଟି ଫିଲ୍ମ ସହ ହେବ । ‘ଛେଲୋ ଶୋ’ ସହ ଏହି ବର୍ଗରେ “ଆର୍ଜେଣ୍ଟିନା ୧୯୮୫” (ଆର୍ଜେଣ୍ଟିନା), “ଡିସିସନ୍ ଟୁ ଲିଭ୍” (ଦକ୍ଷିଣ କୋରିଆ), “ଅଲ୍ କ୍ବାଇଟ୍ ଅନ୍ ୱେଷ୍ଟର୍ଣ୍ଣ ଫ୍ରଣ୍ଟ” (ଜର୍ମାନୀ) ), “କ୍ଲୋଜ୍” (ବେଲଜିୟମ) ଏବଂ “ବ୍ଲୁ କପ୍ତାନ୍” (ମରକ୍କୋ) ଭଳି ଫିଲ୍ମ ରହିଥିଲା।
ଏହି ଖବର ପଢ଼ନ୍ତୁ -
http://ତମେ କଲେ ଲିଳା ଆମେ କଲେ... ରାଣୀ ପ୍ରିୟଦର୍ଶିନୀ VS ନିଶା ମହାରଣାଅନ୍ୟପକ୍ଷରେ ‘ଆରଆରଆର” ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ଶ୍ରେଷ୍ଠ ସଙ୍ଗୀତ (ମୂଳ ଗୀତ) ବର୍ଗରେ ତାଲିକାଭୁକ୍ତ କରାଯାଇଥିଲା। ‘ନାଟୁ ନାଟୁ’ ବ୍ୟତୀତ ଏହି ବର୍ଗରେ “ଅବତାର: ଦି ଓ୍ବେ ଅଫ୍ ଓ୍ବାଟର”ର ନଥିଙ୍ଗ୍ ଇଜ୍ ଲଷ୍ଟ, “ବ୍ଲାକ୍ ପାନ୍ଥର୍: ୱାକାଣ୍ଡା ଫରେଭର୍”ର ଲିଫ୍ଟ ମି ଅପ୍, “ଗୁଇଲେର୍ମୋ ଡେଲ ଟୋରେଜ୍ ପିନୋଚିଆ”ର ସିୟାୟୋ ପାପା ଓ ” ଟପ୍ ଗନ୍:ମାଭେରିକ୍”ର ହୋଲ୍ଡ ମାଏ ହ୍ୟାଣ୍ଡ୍ ସହିତ ଅନ୍ୟ ୧୪ ଗୀତକୁ ଏହି ବର୍ଗରେ ସାମିଲ କରାଯାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।