ବଡ଼ ଖୁଲାସା: ମୋରବି ପୋଲ ଯାଞ୍ଚ ପାଇଁ ଆସିଥିଲା ୨ କୋଟି, ଖର୍ଚ୍ଚ ହୋଇଛି ୧୨ ଲକ୍ଷ

ମୋରବି ବ୍ରିଜ ଦୁର୍ଘଟଣାର ପଛର ମୂଳ କାରଣ ଦୁର୍ନୀତି କି? ପୋଲ ଯାଞ୍ଚ ଓ ମରାମତି ପାଇଁ ଆସିଥିବା ୨ କୋଟି ଟଙ୍କାରୁ ମାତ୍ର ୧୨ ଲକ୍ଷ ଖର୍ଚ୍ଚ କରିଥିଲା ଓରେଭା କମ୍ପାନୀ ।

ମୋରବି ଟ୍ରାଜେଡ଼ି (ପ୍ରତୀକାତ୍ମକ ଛବି)

ମୋରବି ଟ୍ରାଜେଡ଼ି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଅହମ୍ମଦାବାଦ: ମୋରବି ବ୍ରିଜ ଦୁର୍ଘଟଣାର ତଦନ୍ତରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅନୁସନ୍ଧାନ ଅନୁଯାୟୀ, ପୋଲ ମରାମତି ଦାୟିତ୍ୱ ଦିଆଯାଇଥିବା ଓରେଭା କମ୍ପାନୀ ପ୍ରାପ୍ତ ଅର୍ଥର ମାତ୍ର ୬ପ୍ରତିଶତ ଖର୍ଚ୍ଚ କରିଛି। TOI ର ଏକ ରିପୋର୍ଟ ଅନୁଯାୟୀ, ବ୍ରିଜର ମରାମତି ୯ ନବୀକରଣ ପାଇଁ ଅହମ୍ମଦାବାଦ ସ୍ଥିତ ଓରେଭା ଗ୍ରୁପକୁ ୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା, ସେଥିମଧ୍ୟରୁ କେବଳ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ମାଚ୍ଛୁ ଉପରେ ଏହି ସେତୁ ଭୁଶୁଡ଼ିବା ଘଟଣାରେ ଏପର୍ଯ୍ୟନ୍ତ ୧୩୫ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି।

ଏହି ଦୁର୍ଘଟଣାର କାରଣ ଅନୁସନ୍ଧାନରେ ଓରେଭା ଗ୍ରୁପ୍ ଦ୍ୱାରା ଅନେକ ଅନିୟମିତତା ସାମ୍ନାକୁ ଆସିଛି। ସେତୁ ନବୀକରଣ ପାଇଁ ଗୋଷ୍ଠୀ ଏକ ସବ୍-ଚୁକ୍ତି ନେଇଥିଲା। ଯାହା ମାଧ୍ୟମରେ ସେତୁ ମରାମତି ଦାୟିତ୍ୱ ଧରଙ୍ଗଧର ସ୍ଥିତ ଦେବପ୍ରକାଶ ସଲ୍ୟୁସନକୁ ଦିଆଯାଇଥିଲା। ଓରେଭା ପରି ଏହି କମ୍ପାନୀରେ ମଧ୍ୟ ଏହିପରି କାର୍ଯ୍ୟ ପାଇଁ ବୈଷୟିକ ଜ୍ଞାନର ଅଭାବ ରହିଥିଲା, ସେତୁ ମରାମତି ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ଦେବପ୍ରକାଶ ସଲ୍ୟୁସନରୁ ଜବତ ହୋଇଥିବା ଦଲିଲରେ ଉଲ୍ଲେଖ କରାଯାଇଥିଲା।

ତଦନ୍ତ ଅଧିକାରୀଙ୍କ କହିବାନୁସାରେ ଓରଭା ଗୋଷ୍ଠୀକୁ ସେତୁ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ମୋରବି Municipality ସଂସ୍ଥା ୧୫ ବର୍ଷ ପାଇଁ ଚୁକ୍ତିନାମା ପ୍ରଦାନ କରିଛି। ବ୍ରିଜ ଭୁଶୁଡ଼ିବା ଘଟଣାରେ ଏପର୍ଯ୍ୟନ୍ତ ନଅ ଜଣଙ୍କୁ ପୋଲିସ ଗିରଫ କରିଛି। ମୋରବି ସହରରେ ବ୍ରିଜ ଭୁଶୁଡ଼ିବା ଘଟଣାକୁ ଦୃଷ୍ଟିରେ ରଖି ଗୁଜୁରାଟ ସରକାର ମୋରବି ମ୍ୟୁନିସିପାଲିଟିର ମୁଖ୍ୟ ଅଧିକାରୀ ସନ୍ଦୀପ ସିଂ ଜାଲାଙ୍କୁ ନିଲମ୍ବିତ କରିଛନ୍ତି।
Published by:Soumya Das
First published: