Orange Cap: ଭାଙ୍ଗିଯିବ କେ.ଏଲ୍ ରାହୁଲଙ୍କ ରେକର୍ଡ! ଶିଖର ଧାୱନ ଅରେଞ୍ଜ କ୍ୟାପ୍ ଠାରୁ ମାତ୍ର ୬୮ ରନ୍ ଦୂରରେ

Orange Cap in IPL 2020: ଅରେଞ୍ଜ କ୍ୟାପ୍ ରେସ୍ ଏକ ଆକର୍ଷଣୀୟ ମୋଡ଼ରେ ପହଞ୍ଚିଛି । ଏହି ରେସରେ ଶିଖର ଧାୱନ ଦ୍ରୁତ ଗତିରେ ଗତି କରୁଛନ୍ତି । ଏହିପରି ପରିସ୍ଥିତିରେ ଫାଇନାଲରେ ଦେଖିବାକୁ ପଡି଼ବ ସେ ରାହୁଲଙ୍କ ରେକର୍ଡ ଭାଙ୍ଗିବାରେ ସକ୍ଷମ ହେବେ କି ନାହିଁ ।

Orange Cap: ଭାଙ୍ଗିଯିବ କେ.ଏଲ୍ ରାହୁଲଙ୍କ ରେକର୍ଡ! ଶିଖର ଧାୱନ ଅରେଞ୍ଜ କ୍ୟାପ୍ ଠାରୁ ମାତ୍ର ୬୮ ରନ୍ ଦୂରରେ
ଶିଖର ଧାୱନ (ଫଟୋ- ଆଇପିଏଲ / ବିସିସିଆଇ)
  • News18 Odia
  • Last Updated: November 9, 2020, 10:40 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆଇପିଏଲର ବର୍ତ୍ତମାନର ସିଜିନରେ ଅରେଞ୍ଜ କ୍ୟାପ୍ (Orange Cap) ରେସ୍ ଏକ ଆକର୍ଷଣୀୟ ପର୍ଯ୍ୟାୟରେ ପହଞ୍ଚିଛି । ବର୍ତ୍ତମାନ ଅରେଞ୍ଜ କ୍ୟାପ୍ କିଙ୍ଗସ୍ ଏକାଦଶ ପଞ୍ଜାବର କେ.ଏଲ୍ ରାହୁଲ (KL Rahul) ଦଖଲ କରିଛନ୍ତି । ସେ ଏପର୍ଯ୍ୟନ୍ତ ୬୭୦ ରନ୍ ସଂଗ୍ରହ କରିଛନ୍ତି । କିନ୍ତୁ ଦିଲ୍ଲୀ କ୍ୟାପିଟାଲର ଓପନର୍ ଶିଖର ଧାୱନ (Shikhar Dhawan) ଏହି ରେକର୍ଡ ଆଡକୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି । ଧାୱନ ଏପର୍ଯ୍ୟନ୍ତ ୬୦୩ ରନ୍ ସଂଗ୍ରହ କରିଛନ୍ତି । ଅର୍ଥାତ ବର୍ତ୍ତମାନ ଅରେଞ୍ଜ କ୍ୟାପ୍ ପାଇବା ପାଇଁ ତାଙ୍କୁ କେବଳ ୬୮ ରନ୍ ଆବଶ୍ୟକ । ଯେହେତୁ ତାଙ୍କୁ ଆଇପିଏଲର ଶେଷ ମ୍ୟାଚ୍ ଅର୍ଥାତ୍ ଫାଇନାଲ୍ ଖେଳିବାକୁ ବାକିଅଛି ।

ଧାୱନଙ୍କ ଧମାଲ
ଦିଲ୍ଲୀ କ୍ୟାପିଟାଲସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ କ୍ୱାଲିଫାୟର୍-୨ ର ସଂଘର୍ଷ ପୂର୍ବରୁ ଶିଖର ଧାୱନ ଅରେଞ୍ଜ କ୍ୟାପ୍ ରେସରେ ତୃତୀୟ ସ୍ଥାନରେ ରହିଥିଲେ । ଯେତବେଲେକି ଦ୍ୱିତୀୟ ସ୍ଥାନ ଡେଭିଡ ୱାର୍ଣ୍ଣର ଦଖଲ କରିଥିଲେ । ଏହି ମ୍ୟାଚରେ ୱାର୍ଣ୍ଣର ଫ୍ଲପ୍ ହୋଇଥିଲେ । ଧାୱନ ଏହି ମ୍ୟାଚରେ ଜବରଦସ୍ତ ବ୍ୟାଟିଂ କରିଥିଲେ । ସେ ମାତ୍ର ୫୦ଟି ବଲରୁ ୭୮ ରନର ଦ୍ରୁତ ଇନିଂସ ଖେଳିଥିଲେ । ବର୍ତ୍ତମାନର ଆଇପିଏଲରେ ଏହା ଧାୱନଙ୍କର ଚତୁର୍ଥ ଅର୍ଦ୍ଧଶତକ ଥିଲା । ସେ ଏପର୍ଯ୍ୟନ୍ତ ୧୬ଟି ମ୍ୟାଚରେ ୬୦୩ ରନ୍ ସଂଗ୍ରହ କରିଛନ୍ତି । ବିଶେଷ କଥା ହେଉଛି ଧୱନ ମଧ୍ୟ ଚଳିତ ବର୍ଷ ଦୁଇଟି ଶତକ ସ୍କୋର କରିଛନ୍ତି । ସେ ଦୁଇଟି ଶତକ ଇନିଂସରେ କ୍ରମାଗତ ଭାବେ ଲଗାଇଥିଲେ । ପ୍ରଥମେ ସେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ୧୦୧ ରନ୍ ସଂଗ୍ରହ କରିଥିଲେ ଓ ପରେ କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ୧୦୬ ରନ୍ କରିଥିଲେ ।

ଆଇପିଏଲରେ ଏହା ପ୍ରଥମ ଥର ଯେତେବେଳେ ଶିଖର ଧାୱନ ୬୦୦ ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ଏହାପୂର୍ବରୁ ସେ ୨୦୧୨ ଆଇପିଏଲରେ ୫୬୯ ରନ୍ ସ୍କୋର କରିଥିଲେ । ଧାୱନ ଏପର୍ଯ୍ୟନ୍ତ ୪ଥର ଆଇପିଏଲରେ ୫୦୦ରୁ ଅଧିକ ରନ୍ କରିଛନ୍ତି । ଗତ ବର୍ଷ ଧାୱନ ୫୨୧ ରନ୍ ସ୍କୋର କରିଥିଲେ । 2016 ମସିହାରେ ମଧ୍ୟ ସେ ୫୦୧ ରନ୍ ସ୍କୋର କରିଥିଲେ ।

ଆଇପିଏଲରେ ସର୍ବାଧିକ ରନ୍
ଆଇପିଏଲ୍ ଇତିହାସରେ ସର୍ବାଧିକ ରନ୍ ସ୍କୋର କରିବାରେ ଶିଖର ଧାୱନ ବର୍ତ୍ତମାନ ଏହି ରେସରେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ରବିବାର ସନରାଇଜର୍ସ ବିପକ୍ଷରେ ବ୍ୟାଟିଂ କରୁଥିବାବେଳେ ଧାୱନ ରୋହିତଙ୍କ ରେକର୍ଡ ଭାଙ୍ଗିଛନ୍ତି । ଧୱନ ବର୍ତ୍ତମାନ ୧୭୫ଟି ମ୍ୟାଚରେ ୫୧୮୨ ରନ୍ କରିଛନ୍ତି । ସର୍ବାଧିକ ରନ୍ ସ୍କୋର କରି ବିରାଟ କୋହଲି ରେସରେ ପ୍ରଥମ ସ୍ଥାନରେ ଅଛନ୍ତି । ତାଙ୍କ ନାମରେ ୫୮୭୮ ରନ୍ ରହିଛି । ସୁରେଶ ରାଇନା ଦୁଇ ନମ୍ବରରେ ଓ ତୃତୀୟ ସ୍ଥାନରେ ଡେଭିଡ ୱାର୍ଣ୍ଣର ଅଛନ୍ତି ।
Published by: Jagdish Barik
First published: November 9, 2020, 10:40 AM IST
corona virus btn
corona virus btn
Loading