ଶେଷ ଦିନରେ ନାମାଙ୍କନ ଦାଖଲ କଲେ ବିରୋଧୀ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗେଟ୍ ଅଲଭା

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପୂରଣ କରିବାର ଶେଷ ଦିନରେ ନାମାଙ୍କନ ଦାଖଲ କରିଛନ୍ତି ବିରୋଧୀ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗେଟ୍ ଅଲଭା

ମାର୍ଗାରେଟ ଆଲଭା (ପ୍ରତୀକାତ୍ମକ ଛବି)

ମାର୍ଗାରେଟ ଆଲଭା (ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୦ରେ ଏମ୍ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ।ତେଣୁ ଅଗଷ୍ଟ ୬ ରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପୂରଣ କରିବାର ଶେଷ ଦିନ ରେ ନାମାଙ୍କନ ଦାଖଲ କରିଛନ୍ତି ବିରୋଧୀ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗେଟ୍ ଅଲଭା ।

ସେ ଗୁଜରାଟ, ଗୋଆ, ଉତ୍ତରାଖଣ୍ଡ ଓ ରାଜସ୍ଥାନ ଭଳି ରାଜ୍ୟର ସେ ରାଜ୍ୟପାଳ ଭାବେ କାମ କରିଛନ୍ତି । ସେ ଦୀର୍ଘ ଦିନ ଧରି ମଧ୍ୟ କଂଗ୍ରେସ ଦଳରେ କାମ କରିଛନ୍ତି । ସେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖରଙ୍କ ବିରୋଧରେ ରହିବେ।

ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହା ଏକ କଠିନ ନିର୍ବାଚନ, କିନ୍ତୁ ମୁଁ ଚ୍ୟାଲେଞ୍ଜ ନେବାକୁ ଭୟ କରେ ନାହିଁ ବୋଲି ସୋମବାର ଦିନ ସେ ତାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରୁଥିବା ବିରୋଧୀ ଦଳଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ।

ତାଙ୍କ ନାମାଙ୍କନପତ୍ର ଦାଖଲ ବେଳେ ଅଲଭାଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନସିପିର ଶରଦ ପାୱାର, ସିପିଆଇ-ଏମ ସୀତାରାମ ୟେଚୁରୀ, ସିପିଆଇର ଡି ରାଜା, ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଅନେକ ବିରୋଧୀଦଳ ନେତା ଯୋଗ ଦେଇଥିଲେ। ଏବଂ ଲୋକସଭାରେ କଂଗ୍ରେସର ନେତା ଆଧୀର ରଂଜନ ଚୌଧୁରୀ ମଧ୍ୟ ଉପସ୍ଥିତି ଥିଲେ
Published by:Sujit Swain
First published: