ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ନବଜୋତ ସିଂଙ୍କ ଉପରେ ଦେଶଦ୍ରୋହ ଅଭିଯୋଗ ଦାବି; ବିବାଦୀୟ ବୟାନ ପାଇଁ କଂଗ୍ରେସକୁ ଜବାବ ମାଗିଲେ ବିରୋଧୀ

ନବଜୋତ ସିଂଙ୍କ ଉପରେ ଦେଶଦ୍ରୋହ ଅଭିଯୋଗ ଦାବି; ବିବାଦୀୟ ବୟାନ ପାଇଁ କଂଗ୍ରେସକୁ ଜବାବ ମାଗିଲେ ବିରୋଧୀ

ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ନବଜୋତ ସିଂ ସିଦ୍ଧୁଙ୍କ ଉପଦେଷ୍ଟାମାନଙ୍କ ଦ୍ବାରା ଏପରି ବିବାଦୀୟ ବିବୃତ୍ତି କରିବା ଦଳର ଏକ ପ୍ରତିଶ୍ରୁତିରୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ।

ନବଜୋତ ସିଂଙ୍କ ଉପରେ ଦେଶଦ୍ରୋହ ଅଭିଯୋଗ ଦାବି; ବିବାଦୀୟ ବୟାନ ପାଇଁ କଂଗ୍ରେସକୁ ଜବାବ ମାଗିଲେ ବିରୋଧୀ
ନବଜୋତ ସିଂଙ୍କ ଉପରେ ଦେଶଦ୍ରୋହ ଅଭିଯୋଗ ଦାବି
  • News18 Odia
  • Last Updated: August 24, 2021, 1:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଚଣ୍ଡିଗଡ: ପଞ୍ଜାବରେ ପିସିସି ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କ ଦୁଇ ପରାମର୍ଶଦାତା କାଶ୍ମୀର ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟ ସିଦ୍ଧୁଙ୍କ ପରାମର୍ଶଦାତା ମଲବିନ୍ଦର ସିଂ ମାଲି ଓ ପ୍ୟାରେଲାଲ ଗର୍ଗ ସଙ୍ଗଠନ ତଥା ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛନ୍ତି ।

ଉଭୟ କଂଗ୍ରେସର ସଦସ୍ୟ ନ ଥିବାରୁ କଂଗ୍ରେସ ହାଇକମାଣ୍ଡ ସେମାନଙ୍କ ବିରୋଧରେ କୌଣସି ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି। ବିରୋଧୀ ଦଳ ସିଦ୍ଧୁ ଓ ତାଙ୍କ ପରାମର୍ଶଦାତାଙ୍କୁ ପାକିସ୍ତାନୀ ଏଜେଣ୍ଡା ଅନୁସରଣ କରିଥିବା ଅଭିଯୋଗ କରିଛନ୍ତି ଓ ଗାନ୍ଧି ପରିବାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ସିଦ୍ଧୁ ଓ ତାଙ୍କ ପରାମର୍ଶଦାତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ପଞ୍ଜିକରଣ କରିବାକୁ ବିଜେପି, ଶିରୋମଣି ଅକାଳୀ ଦଳ (SAD) ଓ ଆମ୍ ଆଦମୀ ପାର୍ଟି ଦାବି କରିଛନ୍ତି।

କଂଗ୍ରେସ ନେତୃତ୍ୱ "ଭାରତ ବିରୋଧୀ ପ୍ରଚାର" ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦାବି କରିଛନ୍ତି । ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ସିଦ୍ଧୁଙ୍କ ଉପଦେଷ୍ଟାମାନଙ୍କ ଦ୍ବାରା ଏପରି ବିବାଦୀୟ ବିବୃତ୍ତି କରିବା ଦଳର ଏକ ପ୍ରତିଶ୍ରୁତିରୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର । ବିଜେପି ସାଧାରଣ ସମ୍ପାଦକ ତରୁଣ ଚୁଘ କହିଛନ୍ତି ଯେ ସିଦ୍ଧୁ ପାକିସ୍ତାନର ନୀତି ଅନୁସରଣ କରୁଛନ୍ତି।

ଚୁଘଙ୍କ ଅନୁଯାୟୀ ସିଦ୍ଧୁଙ୍କ ପରାମର୍ଶଦାତା ତାଙ୍କ ପାକିସ୍ତାନୀ ମାଷ୍ଟରଙ୍କ ଦ୍ୱାରା ପଠାଯାଇଥିବା ସ୍କ୍ରିପ୍ଟ ଅନୁଯାୟୀ କାର୍ଯ୍ୟ କରୁଛନ୍ତି ଓ ଭାରତ ବିରୋଧୀ ବାହିନୀ ପାଇଁ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି ଯେ ସିଦ୍ଧୁଙ୍କ ପରାମର୍ଶଦାତାମାନେ ଭାରତ ବିଷୟରେ ସମାନ ଭାଷା ବ୍ୟବହାର କରୁଛନ୍ତି ଯାହା ପାକିସ୍ତାନ ପ୍ରଧାନ ମନ୍ତ୍ରୀ ନୱାଜ ସରିଫ ଓ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ୍ ବାଜୱା ବ୍ୟବହାର କରୁଛନ୍ତି।

ଚୁଘ ଆହୁରି କହିଛନ୍ତି ଯେ ସିଦ୍ଧୁଙ୍କ ପରାମର୍ଶଦାତା ତାଲିବାନ ସହ ଯୋଗାଯୋଗରେ ଅଛନ୍ତି କି ନାହିଁ ଏଆଇସିସି ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଉତ୍ତର ଦେବା ଉଚିତ୍। ସେ ପ୍ରଶ୍ନ କରିଛନ୍ତି ଯେ ମୁଖ୍ୟ ମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସିଦ୍ଧୁଙ୍କ ପରାମର୍ଶଦାତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା କାହିଁକି ପଞ୍ଜୀକୃତ କରିନାହାଁନ୍ତି? ବିଜେପି ନେତା କହିଛନ୍ତି ଯେ ସମଗ୍ର ଦେଶ ଜାଣନ୍ତି ଯେ ସିଦ୍ଧୁ ଇମରାନ ଖାନ ଓ ଜେନେରାଲ ବାଜୱାଙ୍କ ବନ୍ଧୁତାକୁ ପସନ୍ଦ କରନ୍ତି ଓ ଏହି କାରଣରୁ ତାଙ୍କ ପରାମର୍ଶଦାତାମାନେ ଖୋଲାଖୋଲି ଭାବେ ପାକିସ୍ତାନ ସପକ୍ଷରେ କଥା ହେଉଛନ୍ତି।

ଆମ୍ ଆଦମୀ ପାର୍ଟି ନେତା ହରପାଲ ସିଂ ଚିମା ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ସରକାର ୨୦୧୭ରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ସକ୍ଷମ ହୋଇ ନ ଥିବାରୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ବିବାଦ ସୃଷ୍ଟି କରୁଛନ୍ତି । ସେ କହିଛନ୍ତି ଯେ କେବଳ ସିଦ୍ଧୁଙ୍କ ପରାମର୍ଶରେ ତାଙ୍କ ପରାମର୍ଶଦାତା ଏଭଳି ବିବୃତ୍ତି ଦେଉଛନ୍ତି। ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଏହା ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦାବି କରି ଆମ୍ ଆଦମୀ ପାର୍ଟି ପଚାରିଛି, ‘‘ଗାନ୍ଧି ପରିବାର ମଧ୍ୟ କାଶ୍ମୀରର ଭାରତୀୟ ଦଖଲକୁ ଗ୍ରହଣ କରନ୍ତି କି?’’

ଗଣମାଧ୍ୟମକୁ ସୂଚନା ଦେଇ ଶିରୋମଣି ଅକାଳୀ ଦଳ (SAD) ନେତା ବିକ୍ରମ ସିଂ ମାଜିଠିଆ ସିଦ୍ଧୁ ଓ ତାଙ୍କ ଦଳ ବିରୋଧରେ 'ଦେଶଦ୍ରୋହ' ମାମଲା ପଞ୍ଜିକରଣ କରିବାକୁ ଦାବି କରିଛନ୍ତି।

ସେ କହିଛନ୍ତି ଯେ ଏହା ଆଶ୍ଚର୍ଯ୍ୟଜନକ ଯେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ କହୁଛି ଯେ କାଶ୍ମୀର ହେଉଛି ଏକ ଦେଶ ଯେ ଭାରତ ଏହାର ଜବରଦସ୍ତ ଅଂଶ ଗ୍ରହଣ କରିଛି ଓ କାଶ୍ମୀରବାସୀ ଭାରତର ଏକ ଅଂଶ ନୁହଁନ୍ତି । ପିପିସିସି ଅଧ୍ୟକ୍ଷଙ୍କ ପାକିସ୍ତାନୀ ସେନା ମୁଖ୍ୟ କମର ଜାଭେଦ୍ ବାଜୱାଙ୍କ ସହ ଘନିଷ୍ଠ ସମ୍ପର୍କ ଥିବାରୁ ଏଭଳି ବିବୃତ୍ତି ସାମ୍ନାକୁ ଆସୁଛି । ବିଶେଷ କରି କାଶ୍ମୀରକୁ ନେଇ ପିପିସିସି କାର୍ଯ୍ୟାଳୟ ଜେନରାଲ ବାଜୱାଙ୍କ ଏଜେଣ୍ଡା କାର୍ଯ୍ୟକାରୀ କରୁଥିବା ଜଣାପଡ଼ିଛି।
Published by: Lipina Das
First published: August 24, 2021, 1:36 PM IST