ବିଜେପିକୁ ବିରୋଧ କରିବାର ଅର୍ଥ ହିନ୍ଦୁଙ୍କୁ ବିରୋଧ କରିବା ନୁହେଁ: RSSର ତୁଙ୍ଗ ନେତା ଭୟାଜୀ ଯୋଶୀ

‘‘ଜଣେ ହିନ୍ଦୁ ଯଦି ଆଉ ଜଣେ ହିନ୍ଦୁଙ୍କ ବିରୁଦ୍ଧରେ ଲଢ଼େଇ କରୁଛନ୍ତି, ତା’ର କାରଣ ସେ ଧର୍ମକୁ ଭୁଲିଯାଉଛନ୍ତି । ଏପରିକି ଛତ୍ରପତି ଶିବାଜୀ ମହାରାଜଙ୍କୁ ତାଙ୍କ ନିଜ ପରିବାର ଭିତରୁ ବିରୋଧର ସାମନା କରିବାକୁ ପଡ଼ିଥିଲା…,’’ କହିଛନ୍ତି RSSର ତୁଙ୍ଗ ନେତା ଭୟାଜୀ ଯୋଶୀ ।

ବିଜେପିକୁ ବିରୋଧ କରିବାର ଅର୍ଥ ହିନ୍ଦୁଙ୍କୁ ବିରୋଧ କରିବା ନୁହେଁ: RSSର ତୁଙ୍ଗ ନେତା ଭୟାଜୀ ଯୋଶୀ
RSSର ସାଧାରଣ ସମ୍ପାଦକ ସୁରେଶ ଭୟାଜୀ ଯୋଶୀ (ପି.ଟି.ଆଇ. ଫାଇଲ୍ ଫଟୋ)
  • News18 Odia
  • Last Updated: February 11, 2020, 11:54 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପାନାଜୀ: ଭାରତୀୟ ଜନତା ପାର୍ଟି (ବିଜେପି)କୁ ବିରୋଧ କରିବାର ଅର୍ଥ ହିନ୍ଦୁମାନଙ୍କୁ ବିରୋଧ କରିବା ନୁହେଁ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ (ଆର.ଏସ୍‌.ଏସ୍‌., RSS)ର ସାଧାରଣ ସମ୍ପାଦକ ସୁରେଶ ଭୟାଜୀ ଯୋଶୀ କହିଛନ୍ତି । ତାଙ୍କର ଏହି ମତ ବିଜେପିର ବୈଚ଼ାରିକ ପିତାମାତା ଆର.ଏସ୍‌.ଏସ୍‌. ବିଷୟରେ ଏକ ଅସାଧାରଣ ମତ ଭାବେ ଦେଖାଯାଉଛି ।

‘‘ଆମେ ବିଜେପି ପ୍ରତି ବିରୋଧକୁ ହିନ୍ଦୁମାନଙ୍କ ପ୍ରତି ବିରୋଧ ବୋଲି ଭାବିବା କଥା ନୁହେଁ । ଏହା ଏକ ରାଜନୈତିକ ସଙ୍ଘର୍ଷ, ଓ ଏହା ଜାରି ରହିବ । ତାକୁ ହିନ୍ଦୁମାନଙ୍କ ସହ ଯୋଡ଼ାଯିବା ଉଚ଼ିତ ନୁହେଁ ।…ଆପଣଙ୍କ ପଶ୍ନ କହୁଛି ଯେ ହିନ୍ଦୁମାନେ ହିଁ ହିନ୍ଦୁ ସମୁଦାୟର ଅର୍ଥାତ ବିଜେପିର ଶତୃ ହେବାରେ ଲାଗିଛନ୍ତି । ହିନ୍ଦୁ ସମୁଦାୟର ଅର୍ଥ ବିଜେପି ନୁହେଁ,’’ କହିଛନ୍ତି ଯୋଶୀ ।

‘ବିଶ୍ବଗୁରୁ ଭାରତ’ର ଏକ କାର୍ଯ୍ୟକ୍ରମରେ ରବିବାର ଦିନ ଯୋଶୀଙ୍କୁ ପ୍ରଶ୍ନ କରାଯାଇଥିଲା କାହିଁକି ହିନ୍ଦୁମାନେ ନିଜ ସମୁଦାୟରୟର ଶତୃ ହୋଇଯାଉଛନ୍ତି ।

ନାଗରିକତା ସଂଶୋଧନ ଆଇନ (CAA) କୁ ନେଇ ବିଜେପି ବିରୁଦ୍ଧରେ ଦେଶ ସାରା ହେଉଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ଆର.ଏସ୍‌.ଏସ୍‌.ର ଏହି ତୁଙ୍ଗ ନେତାଙ୍କ ଏମିତି ଟିପ୍ପଣୀ ଆସିଛି । ନାଗରିକତା ସଂଶୋଧନ ଆଇନ ମୁସଲିମମାନଙ୍କ ପ୍ରତି ଭେଦଭାବପୂର୍ଣ୍ଣ ବୋଲି ସାମାଜିକ କାର୍ଯ୍ୟକର୍ତ୍ତା ଓ ବିପକ୍ଷୀ ଦଳମାନେ କହିଛନ୍ତି ଓ ତାକୁ କଡ଼ା ସମାଲୋଚନା କରୁଛନ୍ତି ।

ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ପରି ଜ୍ୱଳନ୍ତ ମାମଲା ଉପରେ ପର୍ଯ୍ୟବଶିତ ଏକ ଧୃବୀକରଣରେ ଭରା ଓ ରାଜନୈତିକ ତାରକା-ଖଚ଼ିତ ନିର୍ବାଚ଼ନ ପ୍ରଚ଼ାର ସତ୍ୱେ କେନ୍ଦ୍ରରେ ସତ୍ତାରୁଢ଼ ବିଜେପି ଦିଲ୍ଲୀ ବିଧାନ ସଭା ନିର୍ବାଚ଼ନ ହାରୁଛି ବୋଲି ସବୁ ଏଗଜିଟ୍ ପୋଲ୍‌ ଭବିଷ୍ୟବାଣୀ କରିଛନ୍ତି ।

‘‘ଜଣେ ହିନ୍ଦୁ ଯଦି ଆଉ ଜଣେ ହିନ୍ଦୁଙ୍କ ବିରୁଦ୍ଧରେ ଲଢ଼େଇ କରୁଛନ୍ତି, ତା’ର କାରଣ ସେ ଧର୍ମକୁ ଭୁଲିଯାଉଛନ୍ତି । ଏପରିକି ଛତ୍ରପତି ଶିବାଜୀ ମହାରାଜାଙ୍କୁ ତାଙ୍କ ନିଜ ପରିବାର ଭିତରୁ ବିରୋଧର ସାମନା କରିବାକୁ ପଡ଼ିଥିଲା… ।ଯେଉଁଠି ଭ୍ରମ ଓ ଆତ୍ମକୈନ୍ଦ୍ରିକ ଆଚ଼ାର ବ୍ୟବହାର ଅଛି, ସେଠାରେ ବିରୋଧ ଅଛି,’’ କହିଛନ୍ତି ଭୈୟାଜୀ ଯୋଶୀ ।

‘‘କେତେକ ଲୋକ କହୁଛନ୍ତି ଯେ ସ୍ୱାମୀ ବିବେକାନନ୍ଦଙ୍କ ହିନ୍ଦୁତ୍ୱ ଭଲ ଓ ବିନାୟକ ସାବରକରଙ୍କ ହିନ୍ଦୁତ୍ୱ ଭଲ ନୁହେଁ । ଏମିତି ମତର ଭିତ୍ତି କ’ଣ?,’’ ପଚ଼ାରିଛନ୍ତି ଯୋଶୀ ।

ସେ ଆହୁରି କହିଛନ୍ତି ଯେ ପଶ୍ଚିମ ବଙ୍ଗରେ କମ୍ୟୁନିଷ୍ଟ ଶାସକମାନେ କହନ୍ତି ଯେ ସେମାନେ ହିନ୍ଦୁମାନଙ୍କ ବିରୋଧରେ ଅଛନ୍ତି, କିନ୍ତୁ ଯେତେବେଳେ ଦୂର୍ଗା ପୂଜାର ପେଣ୍ଡାଲ ଦେଖିବାକୁ ଯିବା କଥା ଆସେ ସେମାନେ ହିଁ ସର୍ବଦା ଆଗରେ ରହିଥାନ୍ତି । ‘‘କେରଳରେ ମଧ୍ୟ ଏହି ଭଳି ଏକା ସ୍ଥିତି । ସେଠି କମ୍ୟୁନିଷ୍ଟମାନେ ମନ୍ଦିର ସମିତିର ଅଧ୍ୟକ୍ଷ ହେବାକୁ ଚ଼ାହାନ୍ତି,’’ ସେ କହିଛନ୍ତି ।

ଯୋଶୀ ଉପଦେଶ ଦେଇ କହିଛନ୍ତି ଯେ ହିନ୍ଦୁମାନେ ରାଜନିତିରୁ ଉପରକୁ ଉଠିବା ଆବାଶ୍ୟକ । ଗୋଟେ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ RSSରେ ସାମିଲ ହେବାକୁ ସବୁ ସମୁଦାୟର ଲୋକଙ୍କୁ ସ୍ବାଗତ କରାଯାଉଛି ।

‘‘ଯେଉଁମାନେ ସଙ୍ଘର ବିଚାର ଧାରାରେ ବିଶ୍ବାସ କରୁଛନ୍ତି ସେମାନେ ଏଥିରେ ସାମିଲ ହୋଇପାରିବେ । ସେମାନଙ୍କୁ ସଙ୍ଘରେ ସମ୍ମାନଜନକ ପଦ ମିଳିବ, କୌଣସି ଅଲଗା ପଦ ନୁହେଁ… ଆମେ କେବେ ବି ଅଣ-ହିନ୍ଦୁଙ୍କୁ ସଙ୍ଘରେ ସାମିଲ୍ ହେବାରୁ ରୋକି ନାହୁଁ । … ସଙ୍ଘରେ ସାମିଲ ହେବା ପରେ ସେମାନେ ଯଦି ‘ଭାରତ ମାତା କୀ ଜୟ’ କହିବାରେ ଅନିଚ୍ଛା ପ୍ରକାଶ କରନ୍ତି ତାହେଲେ ଆମେ କହିବୁ ଯେ ତୁମେ ଭାରତକୁ ନିଜ ମାଆ ବେଲି ଭାବୁ ନାହଁ, ତେଣୁ ତୁମେ ସଙ୍ଘରେ ରହିବାକୁ ଅଯୋଗ୍ୟ,’’ କହିଛନ୍ତି ଯୋଶୀ ।
First published: February 11, 2020, 11:54 AM IST
corona virus btn
corona virus btn
Loading