Operation Rahul: ସୁରକ୍ଷିତରେ ୮୦ ଫୁଟ ତଳୁ ବାହାରିଲା ରାହୁଲ

ଦୀର୍ଘ ୧୦୪ ଘଣ୍ଟା ପରେ ସରିଛି ଅପରେସନ ରାହୁଲ। ୫୦୦ ଜଣ ସେନା ଯବାନ ସହ ଏନଡିଆରଏଫ ଟିମ ଓ ଅନ୍ୟାନ୍ୟ ଟିମର ନିରନ୍ତର ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି। ଅଣ ଓସାରିଆ ସୁଡ଼ଙ୍ଗ ଓ ପଥର କାଟି ରାହୁଲ ପାଖରେ ପହଞ୍ଚି ଥିଲା ଟିମ।

ସୁରକ୍ଷିତ ବାହାରିଲା ରାହୁଲ

ସୁରକ୍ଷିତ ବାହାରିଲା ରାହୁଲ

  • Share this:
News18 Odia Digital

ଦୀର୍ଘ ୧୦୪ ଘଣ୍ଟା ପରେ ସରିଛି ଅପରେସନ ରାହୁଲ। ୫୦୦ ଜଣ ସେନା ଯବାନ ସହ ଏନଡିଆରଏଫ ଟିମ ଓ ଅନ୍ୟାନ୍ୟ ଟିମର ନିରନ୍ତର ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି। ଅଣ ଓସାରିଆ ସୁଡ଼ଙ୍ଗ ଓ ପଥର କାଟି ରାହୁଲ ପାଖରେ ପହଞ୍ଚି ଥିଲା ଟିମ। ଭିଏଲସି କ୍ଯାମେରା ଦ୍ୱାରା ରାହୁଲଙ୍କ ଶବ୍ଦ ଶୁଣିଥିଲା ଟିମ । ରାହୁଲଙ୍କ ମା'ଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସଙ୍କଟାପନ୍ନ ଥିବା ବେଳେ ତାଙ୍କ ବାପାଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇଛି। ତାଙ୍କ ମନ ବୁଝେଇବା ପାଇଁ ପ୍ରଶାସନ ସମୟ ଗଡାଉଥିଲେ ବୋଲି ସେ କହିଥିଲେ। କିନ୍ତୁ ପରେ ସେ ରାହୁଲର ଗତିବିଧି ଦେଖି ଧର୍ଯ୍ୟ ଧରି ରହିଛନ୍ତି ବୋଲ କହିଛନ୍ତି।



ରାହୁଲଙ୍କୁ ରେସ୍କୁ ପରେ ତୁରନ୍ତ ଗ୍ରୀନ କରିଡ଼ରକୁ ନିଆଯିବ। ସେଥିପାଇଁ ସୁଡ଼ଙ୍ଗ ବାହାରେ ଅକ୍ସୀଜେନ ଓ ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ରାହୁଲଙ୍କୁ ନିଆଯିବା ସମୟରେ ଯେଉଁଠି ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବ ସେହି ସ୍ଥାନୀୟ ହସ୍ପିଟାଲରେ ତାର ଚିକିତ୍ସା କରାଯିବ। ସେନେଇ ସମସ୍ତ ହସ୍ପିଟାଲକୁ ସଜାଗ କରାଯାଇଛି।

ଛତିଶଗଡ଼ରେ ବୋରୱେଲରେ ବାଳକ ଖସିପଡ଼ିବା ଘଟଣା ସଂପର୍କରେ ଜାଞ୍ଜଗିର-ଚାମ୍ପା ଜିଲ୍ଲାପାଳ ଜିିତେନ୍ଦ୍ର ଶୁକ୍ଳା ସୂଚନା କହିଥିଲେ, ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ କିଛି ସମୟ ଭିତରେ ରାହୁଲକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ନେଇ ଦୃଢ଼ୋକ୍ତି କରିଛନ୍ତି ଜିଲ୍ଲାପାଳ। ସେ ଆହୁରି କହିଛନ୍ତି, କଠିନ ପଥର ଆସ୍ତରଣ ପାଇଁ ସୁଡ଼ଙ୍ଗରେ ସମସ୍ୟା ହେଉଛି। ରାହୁଲ ରେସପଣ୍ଡ୍ କରୁଛି, ଆଖି ପତା ହଲାଉଛି।

ଗତକାଲି ରାତିରୁ ରାହୁଲ ଖାଦ୍ୟ ଗ୍ରହଣ କରି ନଥିବା କହିଥିଲେ ଜିଲ୍ଲାପାଳ। ଶେଷ ସମୟ ସୁଦ୍ଧା ରାହୁଲଙ୍କ ଅତି ନିକଟରେ ଉଦ୍ଧାରକାରୀ ଦଳ ପହଞ୍ଚି ସାରି ତା’ର ସ୍ବର ଶୁଣିଛନ୍ତି। ୧୧ବର୍ଷର ମୂକ-ବଧିର ବାଳକକୁ ଉଦ୍ଧାର ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନିର୍ଦ୍ଦେଶକ୍ରମେ ଅପରେସନ୍ ଆରମ୍ଭ କରାଯାଇଥିଲା।

ଗତ ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଝାରସୁଗୁଡ଼ା ସୀମାକୁ ଲାଗି ଛତିଶଗଡ଼ ରାଜ୍ୟର ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ଥାନା ଅଧୀନରେ ଥିବା ପିରହ୍ରିଡ ଗ୍ରାମର ଝାରସୁଗୁଡ଼ା ସୀମାକୁ ଲାଗି ଛତିଶଗଡ଼ ରାଜ୍ୟର ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ଥାନା ଅଧୀନରେ ଥିବା ପିରହ୍ରିଡ ଗ୍ରାମର ରାହୁଲ ଉକ୍ତ ଗର୍ତ୍ତରେ ଖସିପଡ଼ିଥିଲେ। ରାହୁଲର ବାପା ନିଜ ଘର ବାରିପଟେ ଥିବା ଜମିରେ ପାଣି ମଡ଼ାଇବାକୁ ଗଭୀର ନଳକୂପ ଖୋଳିଥିଲେ। ତେବେ, ପାଣି ନବାହାରିବାରୁ ତାକୁ ଖୋଲା ଛାଡ଼ି ଦେଇଥିଲେ। ରାହୁଲ ସେଇ ପାଖରେ ଖେଳୁଥିବା ସମୟରେ ଏହି ଗର୍ତ୍ତରେ ଖସିପଡ଼ିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ପ୍ରଶାସନ ତଥା ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଶିଶୁଟି ପାଣି କାଦୁଅ ଭିତରେ ଦୀର୍ଘଘଣ୍ଟା ଧରି ରହି ନିସ୍ତେଜ ହୋଇ ଯାଇଥିବା ବେଳେ ତାକୁ କିଛି ସମୟ ବ୍ୟବଧାନରେ କଦଳୀ ଖାଇବାକୁ ଦିଆଯାଉଥିଲା। ଶେଷ ୪ ଫୁଟ୍ କଠିନ ପଥର ବାହାରିଥିବାରୁ ଏହାକୁ ଭେଦ କରି ସୁଡ଼ଙ୍ଗ ଖୋଳିବା ଉଦ୍ଧାରକାରୀ ଦଳ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଥିଲା।
Published by:Soumya Das
First published: