ମହାରାଷ୍ଟ୍ର ଭଳି ହେବ ତେଲେଙ୍ଗାନା ରାଜନୀତି! ବିଜେପି ସମ୍ପର୍କରେ ୧୪ ଜଣ TRS ଓ କଂଗ୍ରେସ ବିଧାୟକ

ତେଲେଙ୍ଗାନାରେ ଅପରେସନ୍ ଲୋଟସ୍ ଚଲାଇବାକୁ ପ୍ରସ୍ତୁତ ହେଉଛି ବିଜେପି। ୧୪ ଟିଆରଏସ ଓ କଂଗ୍ରେସ ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି।

ବିଜେପି ସମ୍ପର୍କରେ ୧୪ଟି TRS ଓ କଂଗ୍ରେସ ବିଧାୟକ (ପ୍ରତୀକାତ୍ମକ ଛବି)

ବିଜେପି ସମ୍ପର୍କରେ ୧୪ଟି TRS ଓ କଂଗ୍ରେସ ବିଧାୟକ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Telangana, India
  • Share this:
News18 Odia Digital

ମହାରାଷ୍ଟ୍ର ପରେ ଏବେ ତେଲେଙ୍ଗାନା ଉପରେ ବିଜେପିର ନଜର ରହିଛି। ତେଲେଙ୍ଗାନାରେ ଅପରେସନ୍ ଲୋଟସ୍ ଚଲାଇବାକୁ ପ୍ରସ୍ତୁତ ହେଉଛି ବିଜେପି। ସୂଚନାନୁସାରେ, ବିଜେପିର ୧୪ ଟିଆରଏସ ଓ କଂଗ୍ରେସ ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ମୁଖ୍ୟମନ୍ତ୍ରୀ କେସିଆରର ଜଣେ ଘନିଷ୍ଠ ସହଯୋଗୀଙ୍କ କହିବାନୁସାରେ, ତାଙ୍କ କ୍ୟାବିନେଟରେ ଅର୍ଥ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ଇତାଲା ରାଜେନ୍ଦ୍ର ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଖୁବ ଶୀଘ୍ର ବିଜେପିର ଅପରେସନ୍ କମଲ ଅନ୍ ଫ୍ଲୋ ଦେଖିବାକୁ ମିଳିବ। ରାଜଗୋପାଲ ରେଡ୍ଡୀଙ୍କ ଘନିଷ୍ଠ ବନ୍ଧୁ ଟିଆରଏସ ବିଧାୟକ କୋମାତି ରେଡ୍ଡୀ  ବିଜେପି ସହ ଯୋଗାଯୋଗରେ ଅଛନ୍ତି ବୋଲି ଖବର ମିଳିଛି।

ତେଲେଙ୍ଗାନାର କୋମରାମ ଭୀମ ଅସୀଫାବାଦ ଜିଲ୍ଲାର ଆଦିବାସୀଙ୍କ ଜମି ସମସ୍ୟାର ସମାଧାନ ପାଇଁ ସଂଗ୍ରାମ କରୁଥିବା ଅନ୍ୟ ଜଣେ ଟିଆରଏସ ବିଧାୟକ ମଧ୍ୟ ବିଜେପି ସହ ଆଲୋଚନା କରୁଥିବା ଜଣାଯାଇଛି। ବରଙ୍ଗଲ ସହରର ଟିଆରଏସ ବିଧାୟକମାନେ ମଧ୍ୟ ବିଜେପି ସହ ଯୋଗାଯୋଗରେ ଥିବାର କୁହାଯାଉଛି। ଏଥିସହିତ ଏସସି ସଂରକ୍ଷିତ ଆସନରୁ ଜଣେ ବିଧାୟକ ମଧ୍ୟ ବିଜେପି ସହ ଯୋଗାଯୋଗରେ ଅଛନ୍ତି ବୋଲି କୁହାଯାଉଛି।

ତେଲେଙ୍ଗାନା ରାଜ୍ୟରେ ମୋଟ ୧୧୯ ବିଧାନସଭା ନିର୍ବାଚନମଣ୍ଡଳୀ ଅଛି, ସେଥିମଧ୍ୟରୁ ୧୮ଟି ଏସସି ସଂରକ୍ଷିତ ଓ ନଅଟି ଏସଟି ସଂରକ୍ଷିତ।  ମହବୁବନଗର ଜିଲ୍ଲାରୁ ଏକ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିବା ଅନ୍ୟ ଜଣେ ଟିଆରଏସ ବିଧାୟକ ମଧ୍ୟ ବିଜେପି ସମ୍ପର୍କରେ ଅଛନ୍ତି।

ଜଣେ ବିଧାୟକ ଯିଏ କେସିଆରଙ୍କ ପ୍ରଥମ କାର୍ଯ୍ୟକାଳରେ ମନ୍ତ୍ରୀ ଥିଲେ, YS ରାଜାସେଖରା ରେଡ୍ଡୀ, କିରଣ କୁମାର ରେଡ୍ଡୀଙ୍କ କ୍ୟାବିନେଟରେ ପଦବୀରେ ଅବସ୍ଥାପିତ ଜଣେ ବିଧାୟକ ମଧ୍ୟ ବିଜେପିରେ ଯୋଗଦେବାକୁ ଆଲୋଚନା ହୋଇଛି। ଏହି ତାଲିକାର ଶେଷ ନାମ ହେଉଛି ଏକ ବିଧାନସଭା ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଥିବା କଂଗ୍ରେସ ନେତା। ନିକଟରେ ଏହି ନେତାଙ୍କୁ କଂଗ୍ରେସ ଦ୍ୱାରା ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।

ତାଙ୍କ ବିଜେପି ନେତାଙ୍କ ସହ ଯୋଗାଯୋଗରେ ଥିବା ଚର୍ଚ୍ଚା ମଧ୍ୟ ସାମ୍ନାକୁ ଆସୁଛି। ୨୦୨୩ ମସିହାରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଓ ବିଜେପି ହାଇକମାଣ୍ଡ ଅନୁଭବ କରୁଛନ୍ତି ଯେ ତେଲେଙ୍ଗାନାରେ ସେମାନଙ୍କ ପାଇଁ ଏକ ଅନୁକୂଳ ପରିବେଶ ଅଛି ଓ ସେମାନଙ୍କର କ୍ଷମତା ଦଖଲ କରିବାର ସମସ୍ତ ସମ୍ଭାବନା ଅଛି।
Published by:Soumya Das
First published: