News18 Odia Digital
Operation Kaveri: ସୁଦାନରୁ ନିଜ ଦେଶକୁ ଫେରୁଛନ୍ତି ଭାରତୀୟ। ତୃତୀୟ ବ୍ୟାଚରେ ୧୩୫ ଭାରତୀୟ ଭାରତ ପହଞ୍ଚିଛନ୍ତି । IAF C-13OJ ଏୟାରକ୍ରାପ୍ଟରେ ବିମାନବନ୍ଦରରେ ପହଞ୍ଚିଛି । ପୂର୍ବରୁ ଦ୍ୱିତୀୟ ବ୍ୟାଚରେ ୧୪୮ ଓ ପ୍ରଥମ ବ୍ୟାଚରେ ୨୭୮ ଭାରତୀୟ ସୁଦାନରୁ ଫେରିଥିଲେ । ପ୍ରଥମ ବ୍ୟାଚରେ ଭାରତୀୟଙ୍କୁ ନେଇ ଆଇଏନଏସ ସୁମେଧାରେ ଜେଦାହ ଅଣାଯାଇଥିଲା । ସାଉଦିରେ ପହଞ୍ଚିବା ପରେ ସେଠାରୁ ସେମାନଙ୍କୁ ବିମାନ ଯୋଗେ ଭାରତ ଅଣାଯାଇଛି ।
ସୁରକ୍ଷିତ ଭାବେ ଯୁଦ୍ଧ ଭୂମିରୁ ଫେରୁଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧର ଅପରେସନ କାବେରୀର ପୂରା ପ୍ରକ୍ରିୟାକୁ ଅନୁଧ୍ୟାନ କରୁଛନ୍ତି ।
ସୂଚନାଯୋଗ୍ୟ, ସୁଦାନରେ ସେନା ଓ ଅର୍ଦ୍ଧସାମରିକ ବଳ ମଧ୍ୟରେ ଲଢେଇକୁ ୧୦ ଦିନ ବିତିଲାଣି । ହେଲେ ଲଢେଇ କମିବାର ନାଁ ନେଉନି । ଦିନକୁ ଦିନ ଅତି ଭୟଙ୍କର ହେଉଛି ଗୋଷ୍ଠୀ ସଂର୍ଘଷ । ଏହି ସଂଘର୍ଷରେ ପାଖାପାଖି ୪୫୯ ଜଣଙ୍କ ମୃତ୍ୟୁ ଘଟିଲାଣି । ସେଠାରେ ଫସି ରହିଥିବା ୪ ହଜାର ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ଅପରେସନ୍ କାବେରୀ ଆରମ୍ଭ କରିଛନ୍ତି । ହିଂସା ଗ୍ରସ୍ତ ସୁଦାନରେ ୭୨ ଘଣ୍ଟିଆ ଅସ୍ତ୍ର ବିରତି ଘୋଷଣା କରିଛନ୍ତି ଆର୍ମୀ – ଆରଏସଏଫ । ଆମେରିକା ଓ ସାଉଦୀ ଆରବ ପକ୍ଷରୁ ମଧ୍ୟସ୍ଥତା ପରେ ଅସ୍ତ୍ର ବିରତି ପାଇଁ ଉଭୟ ପକ୍ଷ ରାଜି ହୋଇଥିବା ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିକେନ ସୂଚନା ଦେଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।