ୟୁପିରେ 'ଅପରେସନ୍ ବାବୁ ସାହେବ'; ଏକାସାଙ୍ଗରେ ୨୨ଟି ସ୍ଥାନରେ ଆୟକର ବିଭାଗର ଚଢ଼ାଉ

ୟୁପିରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ୟୁପି ସରକାର। ଆୟକର ବିଭାଗ ଆଜି ଏକାସାଙ୍ଗରେ ୨୨ ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି।

ୟୁପିରେ 'ଅପରେସନ୍ ବାବୁ ସାହେବ'; ଏକାସାଙ୍ଗରେ ୨୨ଟି ସ୍ଥାନରେ ଆୟକର ବିଭାଗର ଚଢାଉ

ୟୁପିରେ 'ଅପରେସନ୍ ବାବୁ ସାହେବ'; ଏକାସାଙ୍ଗରେ ୨୨ଟି ସ୍ଥାନରେ ଆୟକର ବିଭାଗର ଚଢାଉ

  • Share this:
News 18 Odia Digital

ଲକ୍ଷ୍ନୌ : ୟୁପିରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠନ ନେଇଛନ୍ତି ୟୁପି ସରକାର। ଆୟକର ବିଭାଗ ବୁଧବାର ଏକାସାଙ୍ଗରେ ୨୨ ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି। ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ନୌ, କାନପୁର ସମେତ ଦିଲ୍ଲୀରେ ମଧ୍ୟ ଆୟକର ବିଭାଗର ଚଢ଼ାଉ ଜାରି ରଖିଛି। ସୂଚନା ଅନୁଯାୟୀ, ଏହି ଚଢ଼ାଉରେ ଅନେକ ଦୁର୍ନୀତିଗ୍ରସ୍ତ ଅମଲାତନ୍ତ୍ର ଆୟକର ରାଡାରରେ ଅଛନ୍ତି। ଅନେକ ବିଭାଗରେ କାର୍ଯ୍ୟ କରୁଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଚଢ଼ାଉ କରାଯାଉଛି। ସୂଚନାନୁସାରେ, ୟୁପିକନ୍‌ ସହିତ ଜଡିତ କଣ୍ଟ୍ରାକ୍ଟରଙ୍କ ଉପରେ ଆୟକର ବିଭାଗ ଚଢ଼ାଉ ଜାରି ରଖିଛି।

ଆୟକର ବିଭାଗ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ଉତ୍ତରପ୍ରଦେଶ ଅଧୀନରେ ଥିବା ଅନେକ ବିଭାଗରେ କାର୍ଯ୍ୟ କରୁଥିବା ପ୍ରାୟ ଦେଢ଼ ଡର୍ଜନ ଅଧିକାରୀ ଆୟକର ରାଡାରକୁ ଆସିଛନ୍ତି। ଏଥିରେ ଶିଳ୍ପ ବିଭାଗ, ଉଦ୍ୟୋଗ ବିକାଶ ବିକାଶ ପ୍ରତିଷ୍ଠାନ, ଉଦ୍ୟୋଗୀ ତାଲିମ ପ୍ରତିଷ୍ଠାନ, ୟୁପି ଇଣ୍ଡଷ୍ଟ୍ରିଆଲ୍ କନ୍ସଲଟାଣ୍ଟ ଲିମିଟେଡ୍ ଓ ବେସରକାରୀ କ୍ଷେତ୍ରର କିଛି ଅନୁଷ୍ଠାନ ଅଛି।

ଅପରେସନ୍ ବାବୁ ସାହେବ

ଏହାପୂର୍ବରୁ ଜୁନ ୧୮ ରେ ଡେପୁଟି କମିଶନର ଇଣ୍ଡଷ୍ଟ୍ରିଜ୍ ରାଜେଶ ଯାଦବ, ମଙ୍ଗଲାନି ଗ୍ରୁପ୍ ଏବଂ ଗୋଲଡେନ୍ ବାସ୍କେଟ୍ ଫାର୍ମ ଉପରେ ଚଢାଉ କରି କୋଟି କୋଟି ଟଙ୍କା ଜବତ କରାଯାଇଥିଲା। ବୁଧବାର ଦିନ କାନପୁରରେ ରାଜୁ ଚୌହାନ ଓ ଦେଶରାଜଙ୍କ ଉପରେ ଚଢ଼ାଉ କରାଯାଇଥିଲା, ଯାହା ବରିଷ୍ଠ ଅମଲାତନ୍ତ୍ରଙ୍କ ନିକଟତର ବୋଲି କୁହାଯାଉଛି। ଲକ୍ଷ୍ନୌ ସମେତ ୨୨ ଟି ସ୍ଥାନରେ ଚଢାଉ ଚାଲିଛି।

ଜୁନ୍ ୧୮ରେ  ଅପରେସନ୍ ବାବୁ ସାହେବ' ଅଧୀନରେ ଆୟକର ବିଭାଗ ବାଗ ଛକ ନିକଟରେ ଭିଆଇପି ରୋଡରେ ଅବସ୍ଥିତ ଡେପୁଟି କମିଶନର ଇଣ୍ଡଷ୍ଟ୍ରିଜ୍ ରାଜେଶ ସିଂ ଯାଦବଙ୍କ ଘର ଉପରେ ଚଢାଉ କରିଥିଲା । ତାଙ୍କୁ ବର୍ଷ ବର୍ଷ ଧରି କାନପୁରର ଦାୟିତ୍ଵ ଦିଆଯାଇଥିଲା । ଆୟକର ବିଭାଗ ଗୋଲଡେନ୍ ବାସ୍କେଟ ଘରୁ ୧.୩୫ କୋଟି ନଗଦ ଟଙ୍କା ନଗଦ ଜବତ କରିଥିଲା । ୭୨ ଦିନ ପରେ ପୁଣି ଆୟକର ବିଭାଗ 'ଅପରେସନ୍ ବାବୁ ସାହେବ'ର ଦ୍ୱିତୀୟ ଥର ପାଇଁ ଆରମ୍ଭ କରିଛି ।
Published by:Sujit Swain
First published: